ମମତାଙ୍କୁ ଇଡିି ଝଟକା, ଗିରଫ ଭୟରେ ତାଙ୍କ ମନ୍ତ୍ରୀମଣ୍ଡଳର ମନ୍ତ୍ରୀ …

Creat A Revolution
           

କୋଲ୍‌କାତା -: ‘ଏସ୍‌ଏସ୍‌ସି ସ୍କାମ୍‌’ (ଶିକ୍ଷକ ନିଯୁକ୍ତି ଦୁର୍ନୀତି) ମାମଲାରେ ଆଜି କୋଲ୍‌କାତା ବାସଭବନରୁ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି। ଶୁକ୍ରବାର ଦିନ ନଗଦ ୨୦ କୋଟି ଟଙ୍କା ଜବତ ହୋଇଥିବା ପାର୍ଥଙ୍କ ଘନିଷ୍ଠ ସହକାରୀ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ ଧରି ନେଇ ଅଟକ ରଖିଛନ୍ତି। ପ୍ରବର୍ତ୍ତନ ନିର୍ଦେଶାଳୟର ଜଣେ ଅଧିକାରୀ କହିଛନ୍ତି, ଶୁକ୍ରବାର ରାତି ସାରା ପାର୍ଥଙ୍କୁ ତାଙ୍କ ବାସଭବନରେ ଜେରା କରାଯାଇଥିଲା। ଜେରା ବେଳେ ତଦନ୍ତକାରୀଙ୍କୁ ସହଯୋଗ ନ କରିବା ଫଳରେ ତାଙ୍କୁ ଗିରଫ କରାଯାଇ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟକୁ ନିଆଯାଉଛି।

ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ପ୍ରାୟ ୨୬ ଘଣ୍ଟା ଧରି ଜେରା କରିସାରିଲାଣି। ପ୍ରବର୍ତ୍ତନ ନିର୍ଦେଶାଳୟର ୮ଜଣ ଅଧିକାରୀ ମଧ୍ୟ ପାର୍ଥଙ୍କ ଘରେ ତଲାସ ଚଳାଇଛନ୍ତି।ସମ୍ପ୍ରତି ପଶ୍ଚିମବଙ୍ଗ ରାଜ୍ୟର ମମତା ବାନାର୍ଜୀଙ୍କ ସରକାରରେ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ବେଳେ ଶିକ୍ଷାମନ୍ତ୍ରୀ ଥିଲେ। ତାଙ୍କ ସହକାରୀ ଅର୍ପିତାଙ୍କ ଘରୁ ଜବତ ହୋଇଥିବା ନଗଦ ୨୦ କୋଟି ଟଙ୍କା ‘ଏସ୍‌ଏସ୍‌ସି’ ଦୁର୍ନୀତିରୁ ଲବ୍ଧ ଅର୍ଥ ବୋଲି ତଦନ୍ତକାରୀ ଏଜେନ୍‌ସି ଦେଇଥିବା ବିବୃତିରେ କହିଛି। ନଗଦ ଅର୍ଥ ବ୍ୟତିରେକେ ଅର୍ପିତାଙ୍କ ବାସଭବନରୁ ୨୦ରୁ ଊର୍ଦ୍ଧ୍ବ ମୋବାଇଲ୍‌ ଫୋନ୍‌ ମଧ୍ୟ ଉଦ୍ଧାର କରାଯାଇଛି।ଚାଟାର୍ଜୀଙ୍କ ବ୍ୟତୀତ, ପ୍ରବର୍ତ୍ତନ ନିର୍ଦେଶାଳୟ ରାଜ୍ୟ ଶିକ୍ଷାମନ୍ତ୍ରୀ ପରେଶ ସି. ଅଧିକାରୀ, ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଏବଂ ଅନ୍ୟମାନଙ୍କ ଘରେ ଚଢ଼ାଉ ଚଳାଇଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading