ଥାନାରେ ସଂଗୀତ ସମ୍ରାଟ ମନ୍ମଥ ମିଶ୍ର, ଝିଅ ପ୍ରକୃତିକୁ ରାସ୍ତାରେ ପିଟିବା ଘଟଣାରେ ଅଭିଯୋଗ କଲେ …

Creat A Revolution
           

ଭୁବନେଶ୍ବର -: ଲୋକପ୍ରିୟ ନାୟିକା ପ୍ରକୃତି ମିଶ୍ରଙ୍କୁ ବାବୁସାନଙ୍କ ପତ୍ନୀ ମାଡ଼ ମାରୁଥିବାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହାପରେ ଘଟଣାକୁ ନେଇ ପ୍ରକୃତି ମିଶ୍ରଙ୍କ ବାପା ତଥା ସଙ୍ଗୀତକାର ମନ୍ମଥ ମିଶ୍ର  ଥାନାରେ ଖାରବେଳ ନଗର ଥାନାରେ ଏତଲା ଦେଇଛନ୍ତି। ତେବେ ଏତଲା ଦେବା ପରେ ମନ୍ମଥ ମିଶ୍ର ଓ ତାଙ୍କ ପତ୍ନୀ ମାମଲା ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଲଳିତ ଶତପଥୀଙ୍କ ନାଆଁରେ ଥାନାରେ ଅଭିଯୋଗ କରିଛନ୍ତି। ଲଳିତ ଶତପଥୀ ଓ ତାଙ୍କ ଝିଅ ସହ ଦୁର୍ବ୍ୟବହାର କରିବା ସହ ତାକୁ ହତ୍ୟା ଧମକ ଦେଇଛନ୍ତି। ଏନେଇ ଆଗରୁ ପ୍ରକୃତି ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଯେଉଁ ଭଳି ଅସଦାଚରଣ କରାଯାଇଛି, ସେନେଇ ସେ ଆଇନର ଦ୍ବାରସ୍ଥ ହେବେ।ଏଣେ ବାବୁସାନ୍ କହିଛନ୍ତି, ଚେନ୍ନାଇର ଉତ୍କଳ ଆସୋସିଏସନରେ ଆମ ନୂଆ ଫିଲ୍ମର ପ୍ରମୋସନ୍ ପାଇଁ ବିମାନବନ୍ଦରକୁ ବାହାରିଥିଲୁ। କିନ୍ତୁ ହଠାତ୍ ପତ୍ନୀ ଆସି ତାଙ୍କର ଗାଡ଼ି ଅଟକାଇ ପ୍ରକୃତି ମିଶ୍ରଙ୍କୁ ଟଣାଓଟରା କରିଥିଲେ। ଏଥିରେ ମୋ ପତ୍ନୀଙ୍କ ଉପରେ ମୋର କୌଣସି ରାଗ ନାହିଁ। ଏନେଇ ତାଙ୍କୁ ମୁଁ ଦୋଷ ଦେବିନି।

କାରଣ ସେ ଫିଲ୍ମ ଲାଇନର ନୁହନ୍ତି କି ଏ ଲାଇନ୍ ବିଷୟରେ କିଛି ବୁଝନ୍ତି ନାହିଁ। ମୋତେ ବହୁତ ଝିଅଙ୍କ ସହ କାମ କରିବାକୁ ପଡ଼ିବ। ପ୍ରକୃତି ମୋ ପିଲାଦିନର ସାଙ୍ଗ। ମୁଁ ଆଇନର ଦ୍ୱାରସ୍ଥ ହେବିନି। କିନ୍ତୁ ଯଦି ପ୍ରକୃତି ସେଭଳି କିଛି କରେ ସେଥିରେ ମୋର କିଛି କହିବାର ନାହିଁ। ଏବେ ପୁଣି ଚର୍ଚ୍ଚାରେ ଓଲିଉଡର ଲୋକପ୍ରିୟ ନାୟକ ବାବୁସାନ୍ ଓ ପ୍ରକୃତି ମିଶ୍ର। ଏବେ ଏହି ଯୋଡ଼ି କୌଣସି ଫିଲ୍ମକୁ ନେଇ ଚର୍ଚ୍ଚାରେ ନାହାନ୍ତି, ବରଂ ଉଭୟଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ଆଲୋଡ଼ନ ଖେଳିଯାଇଛି।

ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେଥିରେ ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କୁ ଆଜି ସକାଳେ ଗାଡି ଭିତରୁ ଧରିଛନ୍ତି ତାଙ୍କର ପତ୍ନୀ। ଗାଡ଼ି ଭିତରୁ ବାହାରୁଥିବା ପ୍ରକୃତିଙ୍କୁ ବାବୁସାନଙ୍କ ପତ୍ନୀ ମାଡ଼ ମାଡ଼ଥିବାର ଦେଖିବାକୁ ମିଳିଛି। ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଭିଡିଓ। ଘଟଣାଟି ଭୁବନେଶ୍ଵର ଲକ୍ଷ୍ମୀସାଗର ଅଞ୍ଚଳର ବୋଲି ସୂଚନା ମିଳିଛି। ଏନେଇ ବାବୁସାନଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ପ୍ରକୃତି ତାଙ୍କ ଘରଭାଙ୍ଗି ଦେଇଛନ୍ତି। ବାବୁସାନଙ୍କ ସହ ପ୍ରକୃତି ମିଶ୍ରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତା ଧରିଛନ୍ତି ପତ୍ନୀ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading