ସ୍ମୃତି ପବନ ମୁହାଁମୁହଁ , ସ୍ମୃତିଙ୍କ ୧୮ବର୍ଷର ଝିଅକୁ ନେଇ ମହାଭାରତ

Creat A Revolution
           

ନୂଆଦିଲ୍ଲୀ

-: ଗତକାଲି ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ପବନ ଖେଡା ସ୍ମୃତି ଇରାନୀଙ୍କ ଝିଅଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ଗୋଆରେ ଥିବା ରେସ୍ତୋରାଁଟି ସ୍ମୃତି ଇରାନୀଙ୍କର ୧୮ବର୍ଷର ଝିଅଙ୍କ ନାମରେ ଚାଲିଛି। ଏହା ପରେ କଂଗ୍ରେସ ନେତା ଜୟରାମ ରମେଶ କହିଥିଲେ ଯେ, ତୁରନ୍ତ ସ୍ମୃତି ଇରାନୀ ଇସ୍ତଫା ଦିଅନ୍ତୁ। ଆରଟିଆଇରୁ ସୂଚନା ପାଇବା ପରେ ଇରାନୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛୁ। ସେ ଗୋଆରେ ଏକ ରେଷ୍ଟୁରାଣ୍ଟ ଚଳାଉଛନ୍ତି ଏବଂ ୧୩ମାସ ପୂର୍ବେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ନାମରେ ରେଷ୍ଟୁରାଣ୍ଟର ନକଲି ଲାଇସେନ୍ସ ହାସଲ କରିଛନ୍ତି।

ତାଙ୍କର ଏଭଳି ଅଭିଯୋଗ କରିବା ଏବଂ ରାଜନୀତିଠାରୁ ଦୂରରେ ଥିବା ଝିଅ ବିଷୟରେ ସାମ୍ବାଦିକ ସମ୍ମିଳନୀରେ କହିଥିବାରୁ ଏବେ ଖେଡା ଓ ଜୟରାମଙ୍କୁ ଆଇନଗତ ନୋଟିସ ପଠାଇଛନ୍ତି ସ୍ମୃତି ଇରାନୀ। ଉଲ୍ଲେଖଯୋଗ୍ୟ, ଏହି ପୂରା ଘଟଣା ସେତେବେ‌େଳେ ସାମ୍ନାକୁ ଆସିଲା ଯେତେବେଳେ ଗୋଆର ଏକ୍ସାଇଜ୍ କମିଶନର ନିୟମ ଏବଂ ପ୍ରକ୍ରିୟାକୁ ଅବମାନନା କରି ମଦ ଲାଇସେନ୍ସ ନେଇ ‘ସିଲି ସୋଲ୍ସ କାଫେ ଏବଂ ବାର୍’କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଏହି ମାମଲାରେ ଦାଖଲ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି ଯେ ଏହି ବାରରେ ରେଷ୍ଟୁରାଣ୍ଟ ଲାଇସେନ୍ସ ନଥିଲେ ମଧ୍ୟ ବାରକୁ ମଦ ଲାଇସେନ୍ସ ପ୍ରଦାନ କରାଯାଇଛି।

ଏହା ସହ ମେ’ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମରେ ଜୁନ୍ ମାସରେ ମଦ ଲାଇସେନ୍ସ ନବୀକରଣ କରାଯାଇଛି।କାରଣ ଦର୍ଶାଅ ନୋଟିସ କଥା ସାମ୍ନାକୁ ଆସିବା ପରେ କଂଗ୍ରେସ ଇରାନୀଙ୍କ ଝିଅକୁ ଟାର୍ଗେଟ କରିଥିଲା। କଂଗ୍ରେସର ଅଭିଯୋଗ ପରେ ଇରାନୀ କହିଥିଲେ ଯେ, ମୋ ଝିଅ ରାଜନୀତିଠାରୁ ବହୁ ଦୂରରେ। ମୁଁ ପବନ ଖେଡାଙ୍କୁ କହିବାକୁ ଚାହେଁ ଯେ ମୋର ୧୮ବର୍ଷର ଝିଅ କୌଣସି ବାର୍ ବା ରେସ୍ତୋରାଁ ଚଳାଉ ନାହିଁ। ସେ କଲେଜରେ ପଢ଼େ। ଆରଟିଆଇ ଆଧାରରେ ମୋ ଝିଅ ବାର ଚଳାଉଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ସେହି ଆରଟିଆଇରେ ମୋ ଝିଅର ନାଁ ଅଛି କି ବୋଲି ମୁଁ କଂଗ୍ରେସକୁ ପଚାରିବାକୁ ଚାହେଁ। ଗାନ୍ଧୀ ପରିବାର ଅମେଠିରେ ସେମାନଙ୍କୁ ମିଳିଥିବା ପରାଜୟକୁ ହଜମ କରିପାରିନାହିଁ, ତେଣୁ ଏଭଳି ଅଭିଯୋଗ କରୁଛନ୍ତି। ମୁଁ ଏହା ବିରୋଧରେ କୋର୍ଟକୁ ଯିବି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading