views 9,644
ନୂଆଦିଲ୍ଲୀ -:
ମିଆମି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଲୋହିତ ସାଗର ତଳେ ଥିବା ଏକ ମାରାତ୍ମକ ପୁଷ୍କରିଣୀକୁ ଆବିଷ୍କାର କରିଛନ୍ତି । ଏହି ‘ମୃତ୍ୟୁ ପୁଷ୍କରିଣୀ’ର ବିଶେଷତ୍ୱ ହେଉଛି ଯେ ଏହା ଉପର ଦେଇ ପହଁରୁଥିବା ସମସ୍ତଙ୍କ ମୃତ୍ୟୁ ହୋଇଯାଇଥାଏ। ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ଏକ ରିମୋଟ ଚାଳିତ ଯାନ ବ୍ୟବହାର କରି ସମୁଦ୍ର ପୃଷ୍ଠରୁ ପ୍ରାୟ ୧.୭ କିଲୋମିଟର ତଳେ ବୈଜ୍ଞାନିକମାନେ ଏହି ପୁଷ୍କରିଣୀକୁ ଠାବ କରିଛନ୍ତି । ବୈଜ୍ଞାନିକମାନେ ପ୍ରାୟ ୧୦ ଘଣ୍ଟା ଖୋଜିବା ପରେ ଶେଷରେ ଏହି ପୁଷ୍କରିଣୀ ପାଖରେ ପହଞ୍ଚି ପାରିଥିଲେ । ଅନୁସନ୍ଧାନକାରୀ ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ଲବଣାକ୍ତ ପୁଷ୍କରିଣୀ ସମୁଦ୍ରର ଏକ ଡିପ୍ରେସନ ପରି, ଯାହାକି ଲୁଣିଆ ପାଣି ଏବଂ ଅନ୍ୟାନ୍ୟ ରାସାୟନିକ ଉପାଦାନରେ ପରିପୂର୍ଣ୍ଣ।
ସମୁଦ୍ରର ଜଳ ଅପେକ୍ଷା ଏଠାକାର ଜଳ ଅଧିକ ଲୁଣିଆ। ସେମାନେ କହିଛନ୍ତି ଯେ ପାଣିତଳେ ରହିଥିବା ଏହି ପୁଷ୍କରିଣୀ ସଂସ୍ପର୍ଶରେ ଆସିଲେ ଜୀବଜନ୍ତୁମାନଙ୍କୁ ଅଚେତ ହୋଇପଡ଼ନ୍ତି ଏବଂ ପ୍ରାଣ ମଧ୍ୟ ହରାଇଥାନ୍ତି। ଲାଇଭ୍ ସାଇନ୍ସ ମୁଖ୍ୟ ଗବେଷକ ସାମ ପୁରକିସ୍ କହିଛନ୍ତି ଯେ, ମୃତ୍ୟୁ ପୁଷ୍କରିଣୀ ଆଖପାଖ ଅଞ୍ଚଳ ହେଉଛି ପୃଥିବୀର ସବୁଠାରୁ ଚରମ ପରିବେଶ । ଏହି ପୁଷ୍କରିଣୀ ପାଖକୁ ଯଦି କୌଣସି ପ୍ରାଣୀ ଆସିଥାଏ ସେ ହୁଏତ ଚେତାଶୂନ୍ୟ ହୋଇଯାଆନ୍ତି କିମ୍ବା ମରିଯାଆନ୍ତି । ଏଥିସହ ସାମ ପୁରକିସ୍ ଆହୁରି ମଧ୍ୟ କହିଛନ୍ତି ଯେ ମାଛ, ଚିଙ୍ଗୁଡ଼ି ଏବଂ ଇଲ୍ ଶିକାର ପାଇଁ ଲୁଣିଆ ପାଣି ବ୍ୟବହାର କରନ୍ତି। ଏହି ଜୀବମାନେ ଅଜାଣତରେ ମାରାତ୍ମକ ପୁଷ୍କରିଣୀରେ ଲୁଚି ରହିଥାନ୍ତି ଏବଂ ଅନ୍ୟ ଜୀବମାନଙ୍କୁ ଖାଇଯାଇଥାନ୍ତି । ଏପରି ପୁଷ୍କରିଣୀର ତଥ୍ୟ ବୈଜ୍ଞାନିକମାନଙ୍କୁ ଜାଣିବାରେ ସାହାଯ୍ୟ କରେ ଯେ କିପରି ଆମର ଗ୍ରହରେ ପ୍ରଥମ ମହାସାଗର ସୃଷ୍ଟି ହେଲା ।
Like this:
Like Loading...
Related
Discover more from odia.bnslive.in
Subscribe to get the latest posts sent to your email.