୨୫ ଦିନରେ ବ୍ଲକରେ ଆଖି ବୁଜିଲେଣି ୩୭ ଜଣ, କଲେରା ଆତଙ୍କ ଗ୍ରାମବାସୀ ଭୟଭୀତ

Creat A Revolution
           

ରାୟଗଡ଼ା -: ମେଡ଼ିକାଲ୍ ନେବା ପାଇଁ ମିଳିଲାନି ଆମ୍ବୁଲାନସ୍। ଫଳରେ ରୋଗଶର୍ଯ୍ୟାରେ ଛଟପଟ ହୋଇ ଚାଲିଗଲା କଲେରା ଆକ୍ରାନ୍ତଙ୍କ ଜୀବନ। ମୃତକ ଟିକିରି ପଞ୍ଚାୟତ ଜାମୁଗୁଡ଼ା ଗ୍ରାମର ସୁନି ମାଝି (୬୦)। ଠିକ୍ ସମୟରେ ମେଡ଼ିକାଲକୁ ସ୍ଥାନାନ୍ତର ନ ହୋଇ ପାରିବା କାରଣରୁ ସୁନିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ସେପଟେ ଝାଡ଼ାବାନ୍ତିରେ ଆକ୍ରାନ୍ତ ପାନବନ୍ଧ ଗ୍ରାମର ବୁଟି ମାଝିଙ୍କ ମଧ୍ୟ ଆଜି ସକାଳେ ମୃତ୍ୟୁ ହୋଇଛି। ୨୪ ଘଣ୍ଟାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି। ଝାଡ଼ାବାନ୍ତିରେ ଆକ୍ରାନ୍ତ ବୃଦ୍ଧା ସୁନି ମାଝି ମଙ୍ଗଳବାର ରାତିରେ ଗୁରୁତର ହୋଇ ପଡିଥିଲେ।

ପୁଅ ପିଡିତା ମାଝି ମାକୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ଆମ୍ବୁଲାନସ୍ ଟିମ୍ ସହ ଯୋଗାଯୋଗ କରିଥିଲେ। କିନ୍ତୁ ରାତିରେ ନୁହେଁ, ସକାଳେ ଆମ୍ବୁଲାନସ୍ ଯିବ ବୋଲି କହିବା ପରେ ନିରୁପାୟ ହୋଇ ପଡିଥିଲେ ପିଡିତା ମାଝି। ବହୁ କଷ୍ଟରେ ଏକ ଅଟୋ ଭଡ଼ା କରି ମେଡ଼ିକାଲ୍ ନେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବୁଧବାର ଭୋରରେ ସୁନିଙ୍କ ମୃତ୍ୟୁ ହୋଇଥିଲା। ସୁନିଙ୍କ ମୃତ୍ୟୁ ପରେ ପରିବାର ଲୋକ ଦୁଃଖରେ ମିୟମ୍ରାଣ ହୋଇ ପଡିଥିବା ବ‌େଳେ ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି। ଗତକାଲି ପେଟ ବ୍ୟଥା କାରଣରୁ ମୃତ ସୁନି ସ୍ବାସ୍ଥ୍ୟ ବିଭାଗର ମୋବାଇଲ୍ ହେଲଥ୍ ୟୁନିଟ୍ ଟିମ୍ ନିକଟରୁ ମେଡ଼ିସିନ୍ ନେଇଥିଲେ। ବିଳମ୍ବିତ ରାତିରେ ଝାଡ଼ା ସହ ବାନ୍ତି ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading