ଆଠଗଡରେ ନିଆରା ଢଙ୍ଗରେ କାର୍ଗିିଲ୍ ବିଜୟ ଦିବସ ପାଳନ କଲେ ଅଭୟ, ସାରା ରାଜ୍ୟରେ ଅଭୟଙ୍କୁ ନେଇ ଚର୍ଚ୍ଚା

Creat A Revolution
           

ଆଠଗଡ଼ – : ଜୁଲାଇ ୨୬ କାର୍ଗିଲ ଵିଜୟ ଦିବସ। ୧୯୯୯ ମସିହା ଏହି ଦିନରେ ଭାରତୀୟ ସେନା କାର୍ଗିଲ ଯୁଦ୍ଧରେ ପାକିସ୍ତାନ ସେନାକୁ ପରାସ୍ତ କରି କାର୍ଗିଲ କୁ ପାକିସ୍ତାନ ହାତରୁ ଛଡ଼ାଇ ଆଣିଥିଲେ।ତେବେ ଆଜି ଆଠଗଡ଼ରେ ଏହି ଦିବସକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ଯୁବ ସଂଗଠକ ଅଭୟ ବାରୀକ। ଯାହା ସାରା ରାଜ୍ୟରେ ଏଭଳି ଉତ୍ସବ ପ୍ରଥମ । କାର୍ଗିଲ ଯୁଦ୍ଧରେ ଓଡ଼ିଶାର ଶହୀଦ ହୋଇଥିବା ତେର ଜଣଙ୍କ ମଧ୍ୟରୁ ସାତ ଜଣ ଶହୀଦଙ୍କ ପରିବାରକୁ ସର୍ମ୍ବର୍ଦ୍ଧିତ କରାଯାଇଥିଲା। ରଥଗଡା ଛକରେ ଭୁବନେଶ୍ୱରର ବାଲୁକାଶିଳ୍ପୀ ଭୁବନ ମହାରଣା ବାଲିରେ କାର୍ଗିଲ ଶିଖରର ପ୍ରତିକୃତି ତିଆରି କରିଥିଲେ।

ବରିଷ୍ଠ ଆଇନଜୀବୀ ପ୍ରାଣକୃଷ୍ଣ ଦାସ ଏହାକୁ ଫିତାକାଟି ଉନ୍ମୋଚନ କରିବା ପରେ ସହିଦ ମାନଙ୍କ ପରିବାରକୁ ନୂଆ ପୀଢାରେ ଛିଡ଼ା କରାଇ ଅଭୟ ସେମାନଙ୍କ ସମସ୍ତଙ୍କ ପଦ ପ୍ରକ୍ଷାଳନ କରି ସିନ୍ଦୁର ଓ ତିଳକ ଲଗାଇ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ।ସମସ୍ତ ସହିଦ ପରିବାର ମଧ୍ୟ ବାଲୁକା କଳାରେ ନିର୍ମିତ କାର୍ଗିଲ ମଡେଲ ଉପରେ ପୁଷ୍ପ ଅର୍ପଣ କରି ଶହୀଦ ମାନଙ୍କ ସ୍ମୃତି ଚାରଣ କରିଥିଲେ।ତାପରେ ଖୋଳ କୀର୍ତ୍ତନ ସହ ଶହୀଦ ପରିବାର ମାନଙ୍କୁ ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା।ଆଇନଜୀବୀ ପ୍ରାଣକୃଷ୍ଣ ଦାସଙ୍କ ସଭାପତିତ୍ୱ ରେ ସମ୍ଭର୍ଧନା ସଭା କରାଯାଇଥିଲା।ଅବସର ପ୍ରାପ୍ତ ସେନା କର୍ମଚାରୀ ତଥା ଵିଜୟ ଉତ୍ସବ ର ମୁଖ୍ୟ ଆୟୋଜକ ଅଭୟ ବାରୀକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବ କୁ ଶୁଭାରମ୍ଭ କରିଥିଲେ।

ସଭାପତି ଶ୍ରୀଯୁକ୍ତ ଦାସ ଉପଢୌକନ, ତିରଙ୍ଗା ଟୋପି ଓ ମାନପତ୍ର ସହିଦ ପରିବାରକୁ ସମ୍ଭର୍ଧିତ କରିଥିଲେ।ପରେ ଯୁବକ ଯୁବତୀ ମାନେ ତ୍ରିରଙ୍ଗରେ ସଜେଇ ହୋଇ ଦେଶାତ୍ମବୋଧକ ସଙ୍ଗୀତର ତାଳେ ତାଳେ ନୃତ୍ୟ କରିଥିଲେ। ସହିଦ ପରିବାରଙ୍କ ସମେତ ଅନେକ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ସାଧାରଣ ଲୋକ ସାମିଲ ହୋଇଥିଲେ। ଏହି ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ ସରୋଜ ଦାସ,ଟୁକୁ ସାମଲ,ତାପସ ରାଉତ,ପ୍ରଶାନ୍ତ ସାହୂ,ଲୁଲୁଦାସ, ଅନୁପମଜେନା, ଓ ଵ୍ରମ୍ହପୁର ଉପକଣ୍ଠ ଜଗଦଲପୁର ଗ୍ରାମର ସହିଦ ଏସ.ଶ୍ରୀନିବାସ ପାତ୍ର,ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ରକ୍ତପାଟ ଗ୍ରାମର ସହିଦ ପ୍ରମୋଦ ପଟନାୟକ,କଟକ ଜିଲ୍ଲା ଚୌଦ୍ଵାର ର ସହୀଦ ରାଜକିଶୋର ସାହୂ ଓ ନିଶ୍ଚିନ୍ତକୋଇଲି ବ୍ଲକ୍ରର ସହିଦ ଗୋପୀନାଥ ମହାରଣା,ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଵ୍ରମ୍ହପୁର ଗ୍ରାମର ଶହୀଦ ମହେଶ୍ୱରବେହେରା ଓ ଭୋଗରାଇ ବ୍ଲକ୍ର ର ଶହୀଦ ଗଙ୍ଗାରାମ ଦାସ,ଅନଗୁଳ ଜିଲ୍ଳା ସୁସୁଡା ଗ୍ରାମର ସହିଦ ମାନସରଞ୍ଜନ ସାହୁଙ୍କ ପରିବାର ମାନେ ଯୋଗଦେଇଥିଲେ।କାର୍ଗିଲ ଯୁଦ୍ଧ ପରେ ଆଠଗଡ଼ ରେ ପ୍ରଥମଥର ପାଇଁ ଏହି ଵିଜୟ ଉତ୍ସବ ପାଳନ ହୋଇଥିବାରୁ ଆଠଗଡ଼ ରେ ଦେଶଭକ୍ତି ର ମାହୋଲ ସୃଷ୍ଟି କରିଥିଲା। ଏହି ଅବସରରେ 500 ମିଟର ତିରଙ୍ଗା ସହ ସହର ପରିକ୍ରମା କରାଯାଇଥିଲା ।

Rs 100 hike in paddy MSP not enough for Odisha farmers: BJD

ଏହି ବିଜୟ ଦିବସକୁ ଭଣ୍ଡୁର କରିବା ପାଇଁ ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶାସନିକ କଳକୁ ଜୋରଦାର ଲଗେଇ ଦେଇଥିଲେ ବୋଲି ଅଭିଯୋଗ ଅଭୟଙ୍କ ସମେତ ଜନୈକ ସହୀଦ ପରିବାର । ଏହି କାର୍ଯ୍ୟ କ୍ରମରେ ସହୀଦଙ୍କ ପରିବାର ଯୋଗ ନଦେବା ପାଇଁ ମଧ୍ୟ ଏକ ନମ୍ବରରୁ ଫୋନ ଯୋଗେ କୁହାଯାଇଥିଲା ଯାହା ମନ୍ତ୍ରୀଙ୍କ ନିଦେ୍ର୍ଦଶରେ ହୋଇଥିଲା । ଶେଷରେ ଅଭୟଙ୍କ ଜିଦ୍ ଆଗରେ ସମସ୍ତ ପ୍ରଶାସନିକ ଓ ପୋଲିସର ଷଡଯନ୍ତ୍ର ହାର ମାନିଥିଲା ।



Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading