ଯୌନ ସମ୍ପର୍କରୁ ବ୍ୟାପୁଛି ମଙ୍କିପକ୍ସ ! ଚେତାବନୀ ଜାରି କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

Creat A Revolution
           
who

ସମଲିଙ୍ଗୀ ସମ୍ପର୍କରୁ ମଙ୍କିପକ୍ସ। ପୁରୁଷ-ପୁରୁଷ ସମଲିଙ୍ଗୀ ଯୌନ ସମ୍ପର୍କରୁ ବ୍ୟାପୁଛି ମଙ୍କିପକ୍ସ। ଏହାକୁ ରୋକିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚେତାବନୀ ଜାରି କରିଛି। ସମଲିଙ୍ଗୀ ପୁରୁଷମାନଙ୍କୁ ସୀମିତ ସଂଖ୍ୟକ ଯୌନ ସାଥୀଙ୍କ ମଧ୍ୟରେ ସମ୍ପର୍କ ରଖିବାକୁ ପରାମର୍ଶ ଦିଆଯାଇଛି।ସମଲିଙ୍ଗୀ ପୁରୁଷମାନେ ମଙ୍କିପକ୍ସରେ ସଂକ୍ରମିତ ହେବାର ଆଶଙ୍କା ଯଥେଷ୍ଟ ରହିଛି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ମାମଲାରେ ୯୯ ପ୍ରତିଶତ କେବଳ ପୁରୁଷ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିଥିବା ୯୫ ପ୍ରତିଶତ ମାମଲା ଥିବା WHO କହିଛି।

ଯେଉଁ ପୁରୁଷ ଅନ୍ୟ ପୁରୁଷ ସହ ଯୌନ ସମ୍ପର୍କ ରଖୁଛନ୍ତି, ସେମାନେ ନିଜ ଯୌନ ସାଥୀଙ୍କ ସଂଖ୍ୟା ସୀମିତ ରଖିଲେ, ସଂକ୍ରମଣର ଆଶଙ୍କାକୁ କମାଇ ଦିଆଯାଇ ପାରିବ ବୋଲି WHO ମୁଖ୍ୟ ଟେଡ୍ରସ ଆଧାନୋମ ଘେବ୍ରିୟସ କହିଛ୍ତି। ଏହା ସହ ଗଣମାଧ୍ୟମ, ଜନସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏବଂ ସରକାର ଘୃଣା ଓ ବିଭେଦ ବିରୋଧରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ।ଆଫ୍ରିକାର କିଛି ଦେଶରେ ଏହା ଏଣ୍ଡେମିକ ସ୍ତରରେ ରହିଛି। ତଥାପି ବିଶ୍ୱର ବିଭିନ୍ନ ଦେଶରେ ଉଦ୍‌ବେଗଜନକ ଭାବେ ୧୫ ହଜାରରୁ ଅଧିକ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading