ସୋସିଆଲ ମିଡିଆରେ ଅଗଷ୍ଟ ୧୧ରେ ରିଲିଜ୍ ହେବାକୁ ଥିବା ସୁପରଷ୍ଟାର ଅମୀର ଖାନ୍ଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡା ଓ ଅକ୍ଷୟ କୁମାରଙ୍କ ରକ୍ଷା ବନ୍ଧନକୁ ଜୋରଦାର ବିରୋଧ କରାଯାଉଛି। ଏହି ଦୁଇଟି ଫିଲ୍ମକୁ ବୟକଟ୍ କରିବାକୁ ଲୋକମାନେ ଦାବି କରୁଛନ୍ତି। ଇତି ମଧ୍ୟରେ ଆଲିଆ ଭଟ୍ଟଙ୍କ ଫିଲ୍ମ ଡାର୍ଲିଂସ୍କୁ ବି ଲୋକେ ବିରୋଧ କରିବା ଆରମ୍ଭ କରିଛନ୍ତି। ଏହି ଫିଲ୍ମ ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୫ରେ ନେଟ୍ଫ୍ଲିକ୍ସରେ ରିଲିଜ୍ ହେବ। କିନ୍ତୁ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ହିଁ ଟ୍ଵିଟରରେ #BoycottAliaBhatt ଓ #BoycottDarlings ଟ୍ରେଣ୍ଡ୍ କରୁଛି।
ଫିଲ୍ମର ଟ୍ରେଲରରେ ପୁରୁଷଙ୍କ ସହ ଘରୋଇ ହିଂସା ଦେଖି ଲୋକମାନେ ତାତିଛନ୍ତି। ୟୁଜର୍ସଙ୍କୁ ଏହି ଡାର୍କ କମେଡି ଆଦୌ ପସନ୍ଦ ଆସିନାହିଁ।ସୂଚନାଯୋଗ୍ୟ ଯେ ଡାର୍ଲିଂସ୍ର ଟ୍ରେଲରରେ ଆଲିଆ ଭଟ୍ଟ ନିଜ ସ୍ୱାମୀଙ୍କୁ ପିଟୁଥିବା ଦେଖାଯାଇଛି। ଏହି ସିନ୍ ଦେଖିବା ପରଠାରୁ ହିଁ ସବୁ ବିବାଦ ଆରମ୍ଭ ହୋଇଛି। ଏହି ଦୃଶ୍ୟରେ ଦେଖାଯାଇଥିଲା ଯେ ସ୍ୱାମୀଙ୍କୁ ପିଟିବା ପୂର୍ବରୁ ଆଲିଆ ତାଙ୍କୁ କିଡ୍ନାପ୍ କରୁଛନ୍ତି ଓ ମୁହଁକୁ ପାଣି ଫିଙ୍ଗୁଛନ୍ତି। ହି ସିନ୍ ଯୋଗୁ ଫିଲ୍ମ ଉପରେ ଘରୋଇ ହିଂସାର ଅଭିଯୋଗ ଲଗାଇଛନ୍ତି ୟୁଜର। ଲୋକେ କହୁଛନ୍ତି- ଆଲିଆଙ୍କର ଏହି ଫିଲ୍ମ ପୁରୁଷଙ୍କ ବିରୋଧରେ ଘରୋଇ ହିଂସାକୁ ପ୍ରୋତ୍ସାହିତ କରୁଛି। ଏ ନେଇ ସୋସିଆଲ ମିଡିଆ ୟୁଜର୍ସ ଟ୍ଵିଟରରେ ନିଜ ମନ କଥା ଲେଖିଛନ୍ତି। ଦେଖନ୍ତୁ ଲୋକଙ୍କର କେତେକ କମେଣ୍ଟ…
Discover more from odia.bnslive.in
Subscribe to get the latest posts sent to your email.