ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ …

Creat A Revolution
           

ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଆଜି କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ କଟରପା ପଞ୍ଚାୟତ ର ଜପକୁଦ ବଜାର ଠାରେ ଲକି ଡାଇଗ୍ନୋଷ୍ଟିକ୍ର ଓ ମା ହେଲଥ କେୟାର ,ରୋଟାରୀ କ୍ଲବ ଅଫ ବିରୁପା,ଜେପିଏମ ରୋଟାରୀ ଚକ୍ଷୁ ଚିକିତ୍ସା ଳୟ ଆନୁକୁଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା ।ଏହି ଶିବିର ରେ ପ୍ରାୟ ୧୫୦ ଲୋକ ଚକ୍ଷୁ ପରୀକ୍ଷା କରାଇଥିଲେ ।କାହାର ମୋତିଆ ବିନ୍ଦୁ ,ଝାପସା ଦିଶିବା ଭଳି ଚକ୍ଷୁ ସମସ୍ୟା ଏହି ଶିବିର ରେ ଦେଖାଯାଇଥିଲା ।ଏହି ୧୫୦ ଲୋକଙ୍କ ଭିତରୁ ୭୦ଜଣଙ୍କୁ ସିଡିଏ ରୋଟାରୀ ଚକ୍ଷୁ ଚିକିତ୍ସା ଳୟକୁ ପଠାଯାଇଛି ।ଅନ୍ୟ ମାନଙ୍କୁ ଚିକିତ୍ସା କରାଯାଇ ଔଷଧ ବଣ୍ଟାଗଲା ।

ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିର କୁ ଡାକ୍ତର ଶଶିକାନ୍ତ ଦାସ,ନନ୍ଦିନି ନାୟକ,ପ୍ରମିଳା ରାଉତ,ପରେଶ କୁମାର ସାହୁ,ରୋଟାରୀ କ୍ଲବ ଅଫ ବିରୁପା ତରଫରୁ ବିଶ୍ୱ ରଞ୍ଜନ ସାହୁ,ପ୍ରଶାନ୍ତ ମହାନ୍ତି,ଚନ୍ଦ୍ର ଶେଖର ମହାନ୍ତି,ଦେବବ୍ରତ ଜେନା,ମା ହେଲଥ କେୟାର ତରଫରୁ ବିକାଶ କୁମାର ମିଶ୍ର,ବିଚିତ୍ର କୁମାର ପ୍ରହରାଜ,ସୁନନ୍ଦ ମିଶ୍ର,କାଦମ୍ବିନୀ ବେହୁରା,ଧନଞ୍ଜୟ ପାତ୍ର,ନଳୀନିକାନ୍ତ ପରିଜା,ପ୍ରଭାତ ବେହେରା,ଭାନୁଶଙ୍କର ବେହୁରା,ଜପକୁଦ ଏସ ବି ଆଇ ଗ୍ରାହକ ସେବା କେନ୍ଦ୍ର ର ସଂଞ୍ଚାଳକ ହର ପ୍ରସାଦ ଶତପଥି,ସଂଗ୍ରାମ କିଶୋର ଦାସ ,କ୍ଷିରୋଦ ଚନ୍ଦ୍ର ଶତପଥି,ସୁରେନ୍ଦ୍ର କୁମାର ବେହେରା ପ୍ରମୁଖ ସାହାୟ୍ଯ ସହଯୋଗ କରିଥିଲେ ।ଆୟୋଜକ ମା ହେଲଥ କେୟାର ର ବିକାଶ କୁମାର ମିଶ୍ର ଙ୍କ ଏହି ଉଦ୍ୟମକୁ ସାଧୁବାଦ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading