୧୨ବର୍ଷର ଛାତ୍ର ରିପୋଟିଂ କରି ସ୍କୁଲର ସମସ୍ୟା ବଖାଣିଲେ ସରକାରଙ୍କ ପୋଲ୍ ଖୋଲିଲେ , ଦେଖନ୍ତୁ ଭିଡିଓ

Creat A Revolution
           

ପରଦା ଉପରକୁ ଆସିଛି ବିହାରର ଶିକ୍ଷା ବ୍ୟବସ୍ଥାର ଅସଲ ସତ୍ୟତା। ଜଣେ କୁନି ସାମ୍ବାଦିକ ସ୍କୁଲର ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣଛନ୍ତି । ତେବେ ଏଥିପାଇଁ ସେ ଏକ ନିଆରା ବାଟ ବାଛିଛନ୍ତି । ଭାଇରାଲ୍ ଭିଡିଓ ଝାଡଖଣ୍ଡ ବିଦ୍ୟାଳୟ ଗାଁର ଏକ ଛୋଟ ପିଲା ସରକାରୀ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାରୁ ଶିକ୍ଷକଙ୍କ ଅନୁପସ୍ଥିତିକୁ ସାମ୍ନା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଯାହାକୁ ବଡ ବଡ ସାମ୍ବାଦିକମାନେ ମଧ୍ୟ ସାମ୍ନାକୁ ଆଣି ପାରିନଥିଲେ। କେବଳ ସେତିକି ନୁହେଁ, ଏହି ଭିଡିଓ ଅଞ୍ଚଳର ପ୍ରଶାସନର ଆଖି ମଧ୍ୟ ଖୋଲି ଦେଇଛି । ଏହି ଭିଡିଓରେ ସ୍କୁଲରେ ପଢ଼ୁଥିବା ୧୨ବର୍ଷୀୟ ଛାତ୍ର ଶରଫରାଜ ପ୍ଲାଷ୍ଟିକ ବୋତଲକୁ ମାଇକ୍ କରି ରିପୋର୍ଟିଂ କରୁଥିବାର ଭିଡିଓରେ ନଜର ଆସିଛନ୍ତି । ଏହି ଭିଡିଓରେ ସେ ଗାଁର ନବୀକରଣ ହୋଇଥିବା ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଦେଖାଇଛନ୍ତି ।

ଜଣେ ଅଭିଜ୍ଞ ସାମ୍ବାଦିକଙ୍କ ପରି ସେସ୍କୁଲର ଅବ୍ୟବସ୍ଥାକୁ ରିପୋର୍ଟିଂ କରି ଚାଲିଛନ୍ତି । ସ୍କୁଲରେ ସ୍ୱଚ୍ଛ ପରିବେଶ, ବିଶୁଦ୍ଧ ପାନୀୟ ଜଳ କିମ୍ବା ସ୍ୱଚ୍ଛ ଶୌଚାଳୟର ବ୍ୟବସ୍ଥା ନଥିବା କଥା ସେ ସ୍ପଷ୍ଟ ଭାବେ କ୍ୟାମେରାରେ ଦର୍ଶାଇଛନ୍ତି । ବନ୍ଦ ଶ୍ରେଣୀଗୃହରେ ନଡ଼ା କିପରି ରଖାଯାଏ ସେ ବିଷୟରେ କହୁଛନ୍ତି। ବିଦ୍ୟାଳୟରେ ଶୌଚାଳୟ କିମ୍ବା ପାନୀୟ ଜଳ ନାହିଁ । ଶୌଚାଳୟ ଅଛି କିନ୍ତୁ ବହୁତ ମଇଳା । ବିଦ୍ୟାଳୟ ପରିସର ବୁଦାରେ ପରିପୂର୍ଣ୍ଣ । ରୋଷେଇ ଘର ଯେଉଁଠାରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୁଏ ତାହା ମଧ୍ୟ ମଇଳା ରେ ପରିପୂର୍ଣ୍ଣ । ଏହା ମଧ୍ୟ ଦେଖା ଯାଉଛି ଯେ ମଧ୍ୟାହ୍ନ ଭୋଜନ LPG ରେ ନୁହେଁ, କାଠରେ ପ୍ରସ୍ତୁତ ହେଉଛି । ଏହା ଛଡା ପିଲାମାନଙ୍କ ଶ୍ରେଣୀଗୃହରେ ଗୋଖାଦ୍ୟ ଭର୍ତ୍ତି କରି ରଖାଯାଇଥିବା ସେ ଦେଖାଇବାକୁ ଚେଷ୍ଟ କରିଛନ୍ତି ।

ଜଣେ ଅଭିଜ୍ଞ ସାମ୍ବଦିକ ପରି ପୁଣି ଏହି ଛାତ୍ର ଜଣଙ୍କ ନିଜ ସହଯୋଗୀଙ୍କ ଠାରୁ ସେ ସ୍କୁଲର ବିଭିନ୍ନ ସମସ୍ୟା ଉପରେ ପ୍ରତିକ୍ରିୟା ନେଉଥିବାର ଦୃଶ୍ୟ ମଧ୍ୟ ଦେଖାଯାଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ବେଳେ ଏହାକୁ ଦେଖି ସ୍କୁଲର ଶିକ୍ଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହ ଶରଫରାଜଙ୍କ ଘରକୁ ଯାଇ ତାଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାପଡ଼ିଛି । ନିଜ ବିଦ୍ୟାଳୟର ସମସ୍ତ ଅବ୍ୟବସ୍ଥାକୁ ୧୨ ବର୍ଷରେ ହିଁ ସାମ୍ବାଦିକ ପାଲଟି ଯାଇଛନ୍ତି ଏହି ସ୍କୁଲର ଛାତ୍ର । ଝାଡ଼ଖଣ୍ଡର ଗୋଡ୍ଡା ଅଞ୍ଚଳରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ୧୨ବର୍ଷୀୟ ଛାତ୍ର ସାମ୍ବାଦିକ ହୋଇ ବିଦ୍ୟାଳୟର ସମସ୍ୟାକୁ ସମସ୍ତଙ୍କ ସମ୍ମୁଖକୁ ଆଣିବାକୁ ପ୍ରୟାସ କରିଛନ୍ତି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସାମ୍ବାଦିକମାନେ ମଧ୍ୟ ଏହି ଶିଶୁର ସାମ୍ବାଦିକତାରୁ ପ୍ରେରଣା ନେବା ଆବଶ୍ୟକ। ହେମନ୍ତ ସୋରେନଙ୍କୁ ସମ୍ବୋଧିତ କରିବା ସମୟରେ ନୁର ଖାନ ନାମକ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ସାର୍ ଆପଣ ଝାଡଖଣ୍ଡର ଏହି ଜିଲ୍ଲାର ଡିଏମ୍ ଠାରୁ ଆରମ୍ଭ କରି ପ୍ରତ୍ୟେକ ବିଭାଗର ଅଧିକାରୀଙ୍କ ପର୍ଯ୍ୟନ୍ତ, ସେମାନଙ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ଛାଉଣି କରନ୍ତୁ , ଯେପର୍ଯ୍ୟନ୍ତ ବିଦ୍ୟାଳୟ ଶିକ୍ଷାଦାନ କରିବାରେ ସକ୍ଷମ ହୋଇାହିଁ। ମହମ୍ମଦ ସୟଦ ନାମକ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ମୋର ଛୋଟ ସାମ୍ବାଦିକ, ତୁମେ ତୁମର ମୂଲ୍ୟଠାରୁ ଅଧିକ ସତ୍ୟ ଦେଖାଇଛ । ବହୁତ ଅଗ୍ରଗତି କର, ଅନେକ ସଫଳତା ହାସଲ କର, କିନ୍ତୁ ସଚ୍ଚୋଟତା ସହିତ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading