୫ ବର୍ଷର ଝିଅକୁ ପିଟି ପିଟି ମାରିଦେଲେ ଜନ୍ମ କଲା ମା’, ବାପା …

Creat A Revolution
           

ଏ ସମାଜରେ ଏମିତି ବି କିଛି ଲୋକ ଅଛନ୍ତି, ଯେଉଁମାନେ ଗୁଣିଗାରେଡ଼ି ଉପରେ ଆଖି ବୁଜି ଭରସା କରନ୍ତି। ମହାରାଷ୍ଟ୍ରର ନାଗପୁରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ମା’ ଓ ବାପା ଦୁଷ୍ଟ ଆତ୍ମାକୁ ଭଗାଇବା ପାଇଁ ନିଜ ଜନ୍ମ କଲା ୫ ବର୍ଷର ଝିଅକୁ ପିଟି ପିଟି ମାରି ଦେଇଛନ୍ତି। ପୋଲିସ ସୂଚନା ମୁତାବକ, ଏହି ଘଟଣା ବିଳମ୍ବିତ ରାତିରେ ଘଟିଛି। ଘଟଣାରେ ସମ୍ପୃକ୍ତ ଝିଅର ବାପା, ମା’ ଓ ଖୁଡ଼ୀଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ବାପା ପେସାରେ ଜଣେ ୟୁଟ୍ୟୁବର ବୋଲି ଜଣାପଡ଼ିଛି, ଯିଏକି ଲୋକାଲ ନ୍ୟୁଜ୍‌ ଚ୍ୟାନେଲ ୟୁଟ୍ୟୁବ୍‌ରେ ଚଲାଇ ଥାଆନ୍ତି।

A Ghost Story | A24

ପୋଲିସ କହିଛି, ସିଦ୍ଧାର୍ଥ ଚିମନେ ନାମକ ବ୍ୟକ୍ତି ଗତ ଗୁରୁ ପୂର୍ଣ୍ଣିମା ଅବସରରେ ନିଜ ସ୍ତ୍ରୀ ଏବଂ ଦୁଇ ଝିଅଙ୍କ ସହିତ ଏକ ଦରଗାହ ଯାଇଥିଲେ। ସେହି ଦିନ ଠାରୁ ସିଦ୍ଧାର୍ଥ ନିଜ ୫ ବର୍ଷର ଝିଅର ବ୍ୟବହାରରେ କିଛି ପରିବର୍ତ୍ତନ ଅନୁଭବ କରିଥିଲେ। ତାଙ୍କ କହିବା ଥିଲା ଯେ ଝିଅ ଉପରେ ଦୁଷ୍ଟ ଆତ୍ମା ସବାର ହୋଇଛି। ତାକୁ ଭଗାଇବା ପାଇଁ ସେ ଗୁଣିଗାରେଡ଼ି କରିବାକୁ ନିଷ୍ପତ୍ତି ନେଇଥିଲେ। ନିରୀହ ଝିଅର ମା’, ବାପା ଓ ଖୁଡ଼ୀ ଏକାଠି ହୋଇ ବିଳମ୍ବିତ ରାତିରେ ଗୁଣିଗାରେଡ଼ି କରିବା ଆରମ୍ଭ କରିଥିଲେ ଏବଂ ଏହାର ଭିଡିଓ ମଧ୍ୟ ବନାଇଥିଲେ। ଏହି ଭିଡିଓକୁ ପୋଲିସ ସେମାନଙ୍କ ମୋବାଇଲ ଫୋନରୁ ଜବତ କରିଛି। ଏଥିରେ ଦେଖା ଯାଉଛି, ଅଭିଯୁକ୍ତମାନେ କାନ୍ଦୁଥିବା ଜଣେ କୁନି ଝିଅକୁ କିଛି ପ୍ରଶ୍ନ ପଚାରୁଛନ୍ତି।

ତେବେ ପୋଲିସର କହିବା ହେଲା, ଝିଅଟି ଏହି ପ୍ରଶ୍ନଗୁଡ଼ିକ କିଛି ବୁଝିପାରୁ ନ ଥିଲା। ଏହି ସମୟରେ ୩ ଜଣ ଅଭିଯୁକ୍ତ ଝିଅଟିକୁ ଖୁବ୍‌ ଜୋର୍‌ରେ ପିଟିଥିଲେ, ଯାହାପରେ ଝିଅ ବେହୋସ୍‌ ହୋଇ ତଳେ ପଡ଼ି ଯାଇଥିଲା। ଏହାପରେ ସେମାନେ ପରଦିନ ସକାଳେ ଝିଅକୁ ଦରଗାହ ନେଇ ଯାଇଥିଲେ ଏବଂ ପରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ନେଇଥିଲେ। କିନ୍ତୁ କୌଶଳ କ୍ରମେ ଅଭିଯୁକ୍ତମାନେ ସେଠାରୁ ଖସି ପଳାଇଥିଲେ। ସୂଚନା ମୁତାବକ, ହସ୍ପିଟାଲର ଜଣେ ସୁରକ୍ଷା କର୍ମୀ ସେମାନଙ୍କ ଉପରେ ସନ୍ଦେହ କରିଥିଲେ ଏବଂ ନିଜ ମୋବାଇଲ ଫୋନରେ ସେମାନଙ୍କ କାର୍‌ର ଫଟୋ ଉଠାଇ ନେଇଥିଲେ। ପରେ ହସ୍ପିଟାଲର ଡାକ୍ତର ଝିଅଟିକୁ ମୃତ ଘୋଷଣା କରି ଏ ବିଷୟରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଗାଡ଼ି ରେଜିଷ୍ଟ୍ରେସନ ସଂଖ୍ୟା ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading