ବିମାନ ଭିତରେ ଧୂମପାନ ପଡ଼ିଲା ମହଙ୍ଗା, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ସିନ୍ଧିଆ

Creat A Revolution
           

ନୂଆଦିଲ୍ଲୀ -:

 ଖ୍ୟାତନାମା ବଡିବିଲଡର ବବି କାଟାରିଆଙ୍କୁ ବିମାନ ଭିତରେ ଧୂମପାନ କରିବା ଘଟଣା ମହଙ୍ଗା ପଡ଼ିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ଦିନ ଏକ ଯାତ୍ରୀବାହୀ ସ୍ପାଇସ୍‌ ଜେଟ୍‌ ବିମାନରେ ବଡିବିଲଡର ବବି କାଟାରିଆ ଧୂମପାନ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓରେ ଦେଖାଯାଉଛି ଯେ କାଟାରିଆ ଏକ ସ୍ପାଇସ୍‌ ଜେଟ୍‌ ବିମାନରେ ସିଟରେ ବସି ସିଗାରେଟ୍‌ ଟାଣି ଧୂଆଁ ଛାଡ଼ୁଛନ୍ତି।

ଏହି ଭିଡିଓ ସୋସିଆଲ ମିଡିଆକୁ ଆସିବା ପରେ ବଡ଼ ଧରଣର ଚର୍ଚ୍ଚା ହୋଇଥିଲା। ତା’ପରେ କାର୍ଯ୍ୟାନୁଷ୍ଠାନ ବିଷୟ ଜଣାପଡ଼ିଥିଲା। ଉଲ୍ଲେଖଯୋଗ୍ୟ, ଯାତ୍ରୀମାନଙ୍କୁ ବିମାନ ଭିତରେ ଧୂମପାନ କରିବାତ ଦୂରର କଥା ସାଙ୍ଗରେ ଲାଇଟର ନେବାକୁ ସୁଦ୍ଧା ଅନୁମତି ନାହିଁ। ଏ ପରିସ୍ଥିତିରେ ବବି କାଟାରିଆ ବିମାନ ଭିତରେ ବସି ସିଗାରେଟ ଟାଣି ଧୂଆଁ ଛାଡ଼ୁଥିଲେ। ସୂଚନା ଅନୁଯାୟୀ, ଦୁବାଇରୁ ଦିଲ୍ଲୀ ଆସୁଥିବା ସ୍ପାଇସ୍‌ ଜେଟ୍‌ ଏସ୍‌ ଜି ୭୦୬ ବିମାନରେ ଏହି ଧୂମପାନ ଘଟଣା ଘଟିଥିଲା। ଗୁରୁବାର ଦିନ ଯେତେବେଳେ ଏହି ଘଟଣାର ଭିଡିଓ ଟ୍ଵିଟରରେ ପୋଷ୍ଟ କରାଯାଇଥିଲା, ସିନ୍ଧିଆ ପ୍ରତିକ୍ରିୟା ଦେଇ ଲେଖିଥିଲେ: ଏହାର ଅନୁସନ୍ଧାନ କରୁଛି। ଏହିପରି ବିପଦଜ୍ଜନକ ଆଚରଣ ପ୍ରତି କୌଣସି ପ୍ରକାରର ସହନଶୀଳତା ରହିବ ନାହିଁ। ସ୍ପାଇସ୍‌ ଜେଟ୍‌ କାଟାରିଆଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କିମ୍ବା ନେଉଛି ସେ ବିଷୟରେ କୌଣସି ସୂଚନା ଦେଇନାହିଁ। ତେବେ, ବିମାନ ଚଳାଚଳ ନିୟାମକ ଡିଜିସିଏର ନିୟମ ଅନୁଯାୟୀ, ଯଦି ସେ କୌଣସି ନିୟମ ଉଲ୍ଲଂଘନ କରନ୍ତି ତେବେ ଏକ ର୍ନିଦ୍ଦିଷ୍ଟ ସମୟ ପାଇଁ ଜଣେ ଅନିୟମିତ ଯାତ୍ରୀଙ୍କୁ ବିମାନ ଯାତ୍ରା ପାଇଁ ନିଷେଧ କରିବାର କ୍ଷମତା ଏକ ବିମାନ ସେବା କମ୍ପାନିର ଅଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading