ବିଦ୍ୟାଳୟ ଗଠନରେ ଅଭିଭାବକଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ଆଜିର ଶିଶୁ ଭବିଷ୍ୟତର ସୁନାଗରିକ – ସଦାନନ୍ଦ ଦାଶ ମହାରାଜ

Creat A Revolution
           

ଆଠଗଡ -: ଆଠଗଡ ସହର ସ୍ଥିତ ଅଶୋକନଗରଠାରେ ନୂତନ ଭାବେ ଗଢିଉଠିଥିବା ସ୍ୱାମୀ ବିବେକାନନ୍ଦ ଆଡ଼ଭାନ୍ସ ଇଂରାଜୀ ମିଡିୟମ ସ୍କୁଲରେ ପ୍ରଥମ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି l ସ୍କୁଲ ପରିଚାଳନା କମିଟର ସଭାପତି ଅଶୋକ କୁମାର ମହାନ୍ତିଙ୍କ ଅଧକ୍ଷାରେ ଅନୁଷ୍ଠିତ ଉତ୍ସବରରେ ଢେଙ୍କାନାଳ ଜିଲ୍ଲାର ସିଆରିଆ ମଠର ସାଧୁ ସଦାନନ୍ଦ ଦାଶମହାରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାମୀ ବିବେକାନନ୍ଦ ଗୃହକୁ ଉଦଘାଟନ କରିବା ସହିତ ସ୍ୱାମୀଙ୍କ ଫଟୋଚିତ୍ର ପୁଷ୍ପ ମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ପରେ ଆସିଥିବା ସମସ୍ତ ମାନ୍ୟ ଗଣ୍ୟ ଅତିଥି, ଅଭିଭାବକମାନଙ୍କ ସହ କୋମଳ ମତି ଛାତ୍ରମାନଙ୍କ ହାତରେ ଛାତ୍ରୀ ମାନେ ଫୁଲଚନ୍ଦନ ଦେଇ ହାତରେ ରାଖୀ ବାନ୍ଧି ଥିଲେ, ଆଜିର କୋମଳମତି ଛାତ୍ର ଛତ୍ରୀ ମାନେ ଭବିଷ୍ୟତର ସୁନାଗରିକ ହୋଇ ଦେଶ ଜାତିର ନାମ ରଖିବେ ବୋଲି ଦାଶ ମହାରାଜ ପ୍ରକାଶ କରିଥିଲେ l

ମୂଖ୍ୟ ବକ୍ତା ଭାବେ ତିଗିରିଆର ରାମକୃଷ୍ଣ ମିଶନର ପ୍ରଚାରକ ରାମଚନ୍ଦ୍ର ଜେନା, ସମ୍ମାନୀୟ ଅତିଥି ଭାବେ ବିଶ୍ୱନାଥ ବିଦ୍ୟା ପୀଠରେ ଅବସପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କିଶୋର ଜେନା ଓ କନ୍ଦରପୁର ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ପଣ୍ଡା ଯୋଗ ଦେଇ ବିଦ୍ୟାଳୟକୁ ଆଗକୁ ନେବା ପାଇଁ ଅଭିଭାବକ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ l ପରିଚାଳନା କମିଟିର ସଭ୍ୟ ବିଭୁତି ଭୂଷଣ ଖଟୁଆ ଅତିଥି ପରିଚୟ ପ୍ରଦାନ କରିବା ସହିତ ସଭାରେ ସଂଯୋଜନା କରିଥିଲେ l ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ତଥା ଅଧକ୍ଷ ପ୍ରକାଶ ଚନ୍ଦ୍ର ପୁହାଣ ବିଦ୍ୟାଳୟ ଗଠନର ଉଧେଶ୍ୟ, ଭାରତୀୟ ସଂସ୍କୃତି ଓ ପରମ୍ପରା ଗଠନରେ ଏହାର ଭୂମିକା, ପ୍ରାକ ଶିକ୍ଷାରେ ହସ୍ତାକ୍ଷର ଗୁରୁତ୍ୱ ସହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ, କମିଟର ସଦଶ୍ୟ ସନ୍ତୋଷ କୁମାର ରାଉତ, ଅଶୋକ କୁମାର ଦାସ, ଶିକ୍ଷାବିତ ନବକିଶୋର ରାଉତ, ସରୋଜ କୁମାର ମହାନ୍ତି, ଖିରୋଦାନନ୍ଦ ମିଶ୍ର, ନଚିକେତା ପରାମାଣିକ, ନିମେଇ ଚରଣ ସାହୁ, ବିଜୟ କୁମାର ସ୍ୱାଇଁ ପ୍ରମୁଖ ନିଜ ନିଜର ମତ ପ୍ରଦାନ କରିଥିଲେ, ଉତ୍ସବରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିବା ସହ ଶିକ୍ଷୟତ୍ରୀ ପଦ୍ମିନୀ ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ l


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading