ଶାସ୍ତ୍ରରେ ଗ୍ରହ ରାଜ ସୂର୍ଯ୍ୟ ଦେବତାଙ୍କୁ ମହତ୍ୱ ଦିଆଯାଇଛି । ଭଗବାନ ସୂର୍ଯ୍ୟଙ୍କ ଦର୍ଶନ ପ୍ରତିଦିନ ମିଳିଥାଏ । ଧାର୍ମିକ ମାନ୍ୟତା ଅନୁସାରେ ରବିବାର ଦିନ ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ । ସନାତନ ଧର୍ମରେ ମାନ୍ୟତା ରହିଛି ଯେ ରବିବାର ଦିନ କିଛି ଖାସ କାମ କରିବା ଦ୍ୱାରା ସୌଭାଗ୍ୟ ବୃଦ୍ଧି ହେବା ସହ ବ୍ୟକ୍ତି ଆରୋଗ୍ୟ ଲାଭ କରିଥାନ୍ତି । ମା’ ଲକ୍ଷ୍ମୀଙ୍କ କୃପା ମିଳିବା ସହ ଧନ ଧାନ୍ୟ ବୃଦ୍ଧି ଘଟିଥାଏ । ଆସନ୍ତୁ ଜାଣିବା ପ୍ରତି ରବିବାର କ’ଣ କରିବା ଉଚିତ୍ ।
ସକାଳେ ସୂର୍ଯ୍ୟଦେବଙ୍କୁ ଦିଅନ୍ତୁ ଅର୍ଘ୍ୟ

ପ୍ରତି ରବିବାର ସକାଳେ ସୂର୍ଯ୍ୟଦ୍ୟୋୟ ପୂର୍ବରୁ ଉଠି କରି ସ୍ନାନାଦି ସାରି ସ୍ୱଚ୍ଛ ବସ୍ତ୍ର ପିନ୍ଧନ୍ତୁ । ଏହାପରେ ଘରର ପୂଜା ସ୍ଥଳରେ ଭଗବାନଙ୍କ ଆଗରେ ଦୀପ ଜଳାଇ ଦିଅନ୍ତୁ । ପରେ ଏକ ତମ୍ବା ଢ଼ାଳରେ ଚନ୍ଦନ, ଅକ୍ଷତ ଓ ଲାଲ ଫୁଲ ପକାଇ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦିଅନ୍ତୁ । ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଅର୍ଘ୍ୟ ଦେବା ବେଳେ ଏହ ମନ୍ତ୍ର-‘ଓଁ ସୂର୍ଯ୍ୟାୟ ନମଃ, ଓଁ ବାସୁଦେବାୟ ନମଃ, ଓଁ ଆଦିତ୍ୟ ନମଃ ’ ଉଚ୍ଚାରଣ କରନ୍ତୁ ।
ତୁଳସୀ ବୃକ୍ଷର ପୂଜା

ରବିବାର ଦିନ ତୁଳସୀ ବୃକ୍ଷ ପୂଜା ମଧ୍ୟ ବହୁତ ଶୁଭ ହୋଇଥାଏ । ହେଲେ ରବିବାର ତୁଳସୀ ବୃକ୍ଷରେ ଜଳ ଦେବା ଓ ତୁଳସୀ ପତ୍ର ଛିଡାଇବା ବର୍ଜିତ ଅଟେ । ତେଣୁ ରବିବାର ସଂଧ୍ୟାରେ ତୁଳସୀ ବୃକ୍ଷ ମୂଳରେ ଦୀପ ଜରୁର ଜଳାନ୍ତୁ । ପ୍ରତି ରବିବାର ଏପରି କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ମା’ ଲକ୍ଷ୍ମୀଙ୍କ ଆଶିର୍ବାଦ ଯୋଗୁ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।
ଦେଶୀ ଘିଅର ଦୀପ ଜଳାନ୍ତୁ
/puja2015-56a483f33df78cf77282cb9a.jpg)
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତି ରବିବାର ଘରର ମୁଖ୍ୟ ଦ୍ୱାରର ଦୁଇପଟରେ ଦେଶୀ ଘିଅର ଦୀପ ଜଳାନ୍ତୁ । ମାନ୍ୟତା ରହିଛି ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତିର ବୃଦ୍ଧି ହଇଥାଏ ।
Discover more from odia.bnslive.in
Subscribe to get the latest posts sent to your email.