ୟୁକ୍ରେନୀୟ ମହିଳାଙ୍କ ସହ ଦୁଷ୍କର୍ମ ଭିଡିଓ, ଟୁଇଟ୍‌ କଲେ ଇଟାଲୀର ପ୍ରଧାନମନ୍ତ୍ରୀ ପ୍ରାର୍ଥିନୀ

Creat A Revolution
           

ରୋମ୍‌ -: ଇଟାଲିର କୌଣସି ଗୋଟାଏ ନଗରୀରେ ଜଣେ ପ୍ରବାସବାସୀ ଜଣେ ୟୁକ୍ରେନୀୟ ମହିଳାଙ୍କ ସହିତ ଦୁଷ୍କର୍ମ କରୁଥିବାର ଭିଡିଓକୁ ମଙ୍ଗଳବାର ଦିନ ‘ଟୁଇଟର୍‌’ ହଟାଇ ଦେଇଛି। ଉକ୍ତ ଭିଡିଓକୁ ଇଟାଲୀର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନିମନ୍ତେ ପ୍ରତିଦ୍ବନ୍ଦ୍ବିତାରେ ଅଗ୍ରଣୀ ଥିବା ଉଗ୍ର-ଦକ୍ଷିଣପନ୍ଥୀ ନେତ୍ରୀ ଜୋର୍ଜା ମେଲୋନି ପୋଷ୍ଟ୍‌ କରିଥିଲେ। ଅସ୍ପଷ୍ଟ କରାଯାଇଥିବା ଉକ୍ତ ଭିଡିଓଟି ରବିବାର ରାତିରେ ପ୍ରଥମେ ଗୋଟାଏ ଖବରକାଗଜର ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଥିଲା।

ଯୌନ ଅପରାଧର ଏହି ପାଶବିକ ଘଟଣା ଆଗରେ ନିରବ ହୋଇ ରହିପାରି ନ ଥିବା ଦର୍ଶାଇ ଉକ୍ତ ‘ଅସ୍ପଷ୍ଟ ଭିଡିଓ’କୁ ଟୁଇଟ୍‌ କରିଥିଲେ ବୋଲି ମେଲୋନି କହିଛନ୍ତି। ଉକ୍ତ ପୋଷ୍ଟ୍‌କୁ ମେଲୋନିଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଏବଂ ମାନବ ଅଧକାରକର୍ମୀମାନେ ନିନ୍ଦା କରିଥିଲେ। ପୀଡ଼ିତାଙ୍କ ବିନା ଅନୁମତିରେ ଉକ୍ତ ଭିଡିଓ ପ୍ରସାରଣ କରି ତାଙ୍କର ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛନ୍ତି ବୋଲି ସେମାନେ ମେଲୋନିଙ୍କ ଉପରେ ଦୋଷାରୋପ କରିଥିଲେ। ‘ଏ ଟୁଇଟ୍‌ ଟୁଇଟର୍‌ ନୀତିନିୟମ ଉଲ୍ଲଂଘନ କରୁଛି ବୋଲି ିପ୍ପଣୀ ଦେଇ ମଙ୍ଗଳବାର ଦିନ ସକାଳେ ଟୁଇଟର୍‌ ଉକ୍ତ ପୋଷ୍ଟ୍‌କୁ ହଟାଇ ଦେଇଥିଲା। ଏ ବିଷୟରେ ମେଲୋନିଙ୍କଠାରୁ ହଠାତ୍‌ କୌଣସି ଉତ୍ତର ମିଳିନାହିଁ।

ଦୁଷ୍କର୍ମ ବିଷୟରେ ଇଟାଲି ଉତ୍ତରପ୍ରାନ୍ତ ଅନ୍ତର୍ଗତ ପିଆସେଞ୍ଜା ନଗରୀର ସ୍ଥାନୀୟ କର୍ତ୍ତୃପକ୍ଷମାନେ କହିଛନ୍ତି ଯେ, ଗିନିର ଜଣେ ରାଜନୈତିକ ଶରଣାର୍ଥୀ ରବିବାର ପ୍ରତ୍ୟୁଷରେ ଗୋଟାଏ ଫୁଟ୍‌ପାଥ୍‌ ଉପରେ ଜଣେ ୫୫ ବର୍ଷୀୟ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲେ। ତାଙ୍କୁ ଗିରଫ କରାଯାଇଥିବା କଥା ପୁଲିସ ସୁନିଶ୍ଚିତ କରିବା ସହିତ କହିଛି ଯେ, ତଦନ୍ତ ଚାଲିଥିବାରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଉକ୍ତ ରାସ୍ତା ପାର୍ଶ୍ବରେ ଥିବା ଗୋଟାଏ ଫ୍ଲାଟ୍‌ରୁ କେହି ଜଣେ ଉକ୍ତ ଘଟଣାର ଭିଡିଓ ଉତ୍ତୋଳନ କରିଥିଲେ। ପରେ ଏହାକୁ ଅସ୍ପଷ୍ଟ କରାଯାଇ ଅନ୍‌ଲାଇଟ୍‌ରେ ପୋଷ୍ଟ୍‌ କରାଯାଇଥିଲା। ଭିଡିଓରେ ପୀଡ଼ିତାଙ୍କୁ ଚିହ୍ନି ହେଉ ନ ଥିଲେ ବି ଅଡିଓରେ ତାଙ୍କର ଚିତ୍କାର ସ୍ପଷ୍ଟ ଶୁଭୁଛି। ଭିଡିଓଟି କେମିତି ରିଲିଜ୍‌ ହେଲା, ତାହା ତଦନ୍ତ କରାଯାଉଛି ବୋଲି ଇଟାଲୀୟ କର୍ତ୍ତୃପକ୍ଷମାନେ କହିଛନ୍ତି। ସୂଚନାଯୋଗ୍ୟ, ଇଟାଲିରେ ସେପ୍ଟେମ୍ବର ୨୫ରେ ହେବାକୁ ଥିବା ଜାତୀୟ ନିର୍ବାଚନରେ ମେଲୋନିଙ୍କ ଦଳ ବିଜୟ ହାସଲ କରିବ ବ‌ୋଲି ଆଶା କରାଯାଉଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading