ଦୁଷ୍କର୍ମ ଅଭିଯୁକ୍ତ ସାଧୁ ଲିଙ୍ଗାୟତଙ୍କୁ ଅଟକ ରଖିଲା ପୁଲିସ …

Creat A Revolution
           

ବେଙ୍ଗାଲୁରୁ -: କର୍ଣ୍ଣାଟକରେ ନାବାଳିକାମାନଙ୍କୁ ଯୌନଉତ୍ପୀଡ଼ନ ଦେଇଥିବା ଅଭିଯୋଗରେ ଆଜି ଲିଙ୍ଗାୟତ ମଠର ବିଶିଷ୍ଟ ସାଧୁ ଶିବମୂର୍ତ୍ତି ମୁରୁଗା ଶାରନାରୁଙ୍କୁ ପୁଲିସ ଅଟକ ରଖିଛି। କର୍ଣ୍ଣାଟକର ଚିତ୍ରଦୁର୍ଗରେ ଥିବା ପ୍ରସିଦ୍ଧ ମୁରୁଗା ମଠରେ ମୁଖ୍ୟ ମହନ୍ତ ଏହି ସାଧୁଙ୍କ ନାମରେ ଉକ୍ତ ମଠଦ୍ବାରା ପରିଚାଳିତ ପ୍ରତିଷ୍ଠାନରେ ଛାତ୍ରୀଙ୍କୁ ଯୌନଉତ୍ପୀଡ଼ନ ଦେଇଥିବା ଅଭିଯୋଗ ହୋଇଥିଲା।

ଦୁଇଜଣ ନାବାଳିକାଙ୍କ ତରଫରୁ ଦାଏର ହୋଇଥିବା ଅଭିଯୋଗ ଆଧାରରେ ମହୀଶୂର ସହର ପୁଲିସ ଶିବମୂର୍ତ୍ତି ମୁରୁଗା ଶାରନାରୁଙ୍କ ନାମରେ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରିଥିଲା। ସେତେବେଳେ ତାଙ୍କୁ ‘ପୋକ୍‌ସୋ’ ଆଇନ୍‌ରେ ବୁକ୍‌ କରାଯାଇଥିଲା।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading