ନିର୍ମାଣ ହେଉଛି, ‘ଚୁମ୍‌କି- ସେତ ପାଣିରେ ବୁଡ଼ିବ ନାହିଁ କି’

Creat A Revolution
           

ସଙ୍ଗୀତଜ୍ଞ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ଏଇ ଗୀତଟି ଅନେକ ଶ୍ରୋତାଙ୍କ ଭିତରେ ଆଦୃତ ହେଇଛି। ଏବେ ଏଇ ଗୀତର ମୁଖୁଡ଼ାକୁ ‌ନେଇ ନିର୍ମାଣ ହେଇଛି ଏକ ଚଳଚ୍ଚିତ୍ର, ଯାହାର ଶୀର୍ଷକ ରହିଛି ‘ଚୁମ୍‌କି- ସେତ ପାଣିରେ ବୁଡ଼ିବ ନାହିଁ କି’। ଏହା କେଉଁ ଡିଜିଟାଲ୍‌ ବା ସାଟେଲାଇଟ୍ ପ୍ଲାଟ୍‌ଫର୍ମରେ ପ୍ରସାରିତ ହେବାକୁ ନୁହେଁ ବରଂ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବାକୁ ନିର୍ମାଣ ହେଇଥିବା ଏକ ଫିଚର ଫିଲ୍ମ। ଏଥିରେ ଚିତ୍ରନାଟ୍ୟ ପ୍ରସ୍ତୁତି ସହ କୋରିଓଗ୍ରାଫି ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ନୃତ୍ୟ ନିର୍ଦ୍ଦେଶକ ଗିରୀଶ ମହାନ୍ତି। ଚଳଚ୍ଚିତ୍ରରେ କାହାଣୀ ପରିକଳ୍ପନା କରିଛନ୍ତି ଭରଦ୍ବାଜ ପଣ୍ଡା, ସଙ୍ଗୀତ ସଜାଇଛନ୍ତି ବିଭୂତି ଭୂଷଣ ଗଡ଼ନାୟକ ଏବଂ ଚିତ୍ରୋତ୍ତୋଳନ କରିଛନ୍ତି ରବୀନ୍ଦ୍ର ବେହେରା ଏବଂ ସମ୍ପାଦନା କରିଛନ୍ତି ରାଜେଶ ଦାଶ। ଘରୋଇ ଚ୍ୟାନେଲ୍‌ରେ ପ୍ରସାରିତ ଲୋକପ୍ରିୟ ମେଗାଧାରାବାହିକ ‘ମାନିନୀ’ର ନାୟିକା ଉପାସନା ଏବେ ବଡ଼ପରଦାକୁ ପାଦ ବଢ଼ାଇଛନ୍ତି। ତାଙ୍କ ବିପକ୍ଷର ନାୟକ ସାଜିଛନ୍ତି ବଡି ବି୍ଡର ଓ ଡ୍ୟାନ୍ସିଂ ଷ୍ଟାର ଶ୍ରେୟାନ୍। ‘ଚୁମ୍‌କି- ସେ ତ ପାଣିରେ ବୁଡ଼ିବ ନାହିଁ କି’ ଶୀର୍ଷକ ଥିବା ଏଇ ଚଳଚ୍ଚିତ୍ରରେ ମୋଟ ସାତଟି ଗୀତ ରହିଛି। ରାଜ୍ୟ ବାହାରେ ବିଶେଷ କରି ହିମାଳୟ ପାଦ ଦେଶରେ ଏଇ ଚଳଚ୍ଚିତ୍ରର କିଛି ଦୃଶ୍ୟ ଉତ୍ତୋଳନ ହେଇଛି। ଚଳିତ ମାସ ୧୬ ତାରିଖ ବିଶ୍ବକର୍ମା ପୂଜା ଅବସରରେ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ନିର୍ମିତ ଏଇ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶାକରାଯାଉଛି। ସବୁଠୁ ବଡ଼କଥା ହେଉଛି ‘ଟେଲି ସିରିଏଲ୍ ‘ମାନିନୀ’ର ନାୟିକା ଉପାସନା ଘରେ ଘରେ ପରିଚିତ, ଏବେ ସେ ଚଳଚ୍ଚିତ୍ରର ନାୟିକା ସାଜିଥିବାରୁ ଦର୍ଶକ ତାଙ୍କ ଅଭିନୟ ଦେଖିବାକୁ ଉତ୍କଣ୍ଠା ପ୍ରକାଶ କରିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading