ବାଘ ସହ ଲଢ଼େଇ କରି ତା’ ଜାବରୁ ନିଜ ୧୫ ମାସର ପୁଅକୁ ରକ୍ଷା କରି ମଧ୍ୟପ୍ରଦେଶର ଜଣେ ୨୫ ବର୍ଷୀୟ ମହିଳା ଅସାଧାରଣ ସାହସ ପ୍ରଦର୍ଶନ କରିଛନ୍ତି। ରବିବାର ସକାଳେ ଉମରିଆ ଜିଲ୍ଲା ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ମାଳା ବିଟ୍ ଅନ୍ତର୍ଗତ ରୋହଣିଆ ଗାଁରେ ଘଟିଥିବା ଉପରୋକ୍ତ ଘଟଣାରେ ଆହତ ହୋଇଥିବା ମାଆ ଓ ପୁଅ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ଜିଲ୍ଲା ଅଧିକାରୀମାନେ କହିଛନ୍ତି, ବାଘଟିକୁ ଠାବ କରିବା ପାଇଁ ସେମାନେ ଚେଷ୍ଟା ଚଳାଇଛନ୍ତି। ବନାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ସୁରକ୍ଷା ପାଇଁ ସୁନିଶ୍ଚିତ ହେବା ପାଇଁ ସେମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।ସଂଗୃହୀତ ସୂଚନା ଅନୁସାରେ, ବାଘ ସହିତ ଲଢ଼ିଥିବା ଉକ୍ତ ମହିଳାଜଣକ ହେଉଛନ୍ତି ଅର୍ଚ୍ଚନା ଚୌଧରୀ। ଶୌଚ ହେବା ପାଇଁ ସେ ପୁଅ ରବିରାଜକୁ ନେଇ ପଡ଼ିଆକୁ ଯାଇଥିଲେ। ସେତେବେଳେ ବାଘଟାଏ ଲମ୍ଫ ମାରି ତାକୁ କାମୁଡ଼ି ଧରିପକାଇଲା।
Discover more from odia.bnslive.in
Subscribe to get the latest posts sent to your email.