ଚୁପ ରହିଲେ ଉପ-ରାଷ୍ଟ୍ରପତି କରିଦେବୁ , ଏଭଳି କହି ବିଜେପିକୁ ଟାର୍ଗେଟ କଲେ ମେଘାଳୟର ରାଜ୍ୟପାଳ

Creat A Revolution
           

ନୂଆଦିଲ୍ଲୀ

-: ମୋତେ ବି କୁହାଯାଇଥିଲା ଯେ ଚୁପ ରହିଲେ ଉପରାଷ୍ଟ୍ରପତି କରିଦେବୁ। ଏଭଳି କହି ବିଜେପିକୁ ପୁଣି ଥରେ ଟାର୍ଗେଟ କଲେ ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ୍। ସେ କହିଛନ୍ତି ଯେ, ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମୋ ପାଖକୁ ଅଫର ଆସିଥିଲା ଯେ ଯଦି ମୁଁ ଚୁପ୍ ରହେ, ତେବେ ମୋତେ ଉପରାଷ୍ଟ୍ରପତି କରିଦିଆଯିବ। କିନ୍ତୁ ମୁଁ କହିଥିଲି ଯେ, ମୁଁ ତାହା କରିପାରିବି ନାହିଁ। ଏଭଳି ଦାବି ସହ ବିଜେପିକୁ ଟା‌ର୍ଗେଟ କରି ସେ କହିଛନ୍ତି, ବିଜେପିରେ ଏଭଳି ଅନେକ ନେତା ଅଛନ୍ତି, ଯେଉଁମାନଙ୍କ ଉପରେ ଇଡି, ସିବିଆଇ, ଆୟକର ଚଢ଼ଉ କରାଯିବା ଉଚିତ୍। ସରକାରଙ୍କୁ ଏହି ବିଜେପି ନେତାଙ୍କ ଘରେ ମଧ୍ୟ ଚଢ଼ଉ କରିବା ଉଚିତ୍। ସୂଚନା ମୁତାବକ, ସତ୍ୟପାଲ ମଲିକ ରାଜସ୍ଥାନ ଗସ୍ତରେ ଯାଇଥିବା ବେଳେ ସେଠାରେ ଥିବା ଝୁଝୁନୁ ଜିଲ୍ଲାର ବଗଡ ଅଞ୍ଚଳରେ ପହଞ୍ଚିଥିଲେ।

Fax stranger than fiction: J&K governor Satya Pal Malik claims he did not  get fax as it was a holiday - Telegraph India

ଏହି ସମୟରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ରଖିବା ବେଳେ ସତ୍ୟପାଲ ମଲିକ କହିଥିଲେ ଯେ, ଜଗଦୀପ ଧନଖଡ ଉପରାଷ୍ଟ୍ରପତି ପଦବୀ ପାଇବାକୁ ଯୋଗ୍ୟ। କିନ୍ତୁ ମୋତେ ମଧ୍ୟ ସଙ୍କେତ ଦିଆଯାଇଥିଲା ଯେ ଯଦି ମୁଁ ସତ କହିବା ବନ୍ଦ କରେ, ତେବେ ମୋତେ ଉପରାଷ୍ଟ୍ରପତି କରାଯିବ। କିନ୍ତୁ ମୁଁ କହିଲି ନାଁ, ମୁଁ ତାହା କରିପାରିବି ନାହିଁ। ମୁଁ ଯାହା ଅନୁଭବ କରେ, ତାହା କହେ। ଏଥିପାଇଁ ମୋତେ କିଛି ବି ତ୍ୟାଗ କରିବାକୁ ପଡିଲେ ମୁଁ କରିବି। ଦେଶର ଅଣ ବିଜେପି ନେତାଙ୍କ ଉପରେ ହେଉଥିବା ଇଡି, ଆୟକର ବିଭାଗ ଏବଂ ସିବିଆଇ ଚଢ଼ଉ ସମ୍ପର୍କରେ ମଲିକ ଏକ ବଡ଼ ବିବୃତି ଦେଇ କହିଥିଲେ ଯେ ବିଜେପିରେ ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କ ଉପରେ ଇଡି, ଆୟକର ବିଭାଗ ଏବଂ ସିବିଆଇ ଚଢ଼ଉ କରାଯାଇପାରିବ, କିନ୍ତୁ ତାହା ହୋଇ ନାହିଁ। ଏହି କାରଣରୁ ଦେଶରେ ଏଜେନ୍ସିଗୁଡ଼ିକୁ ନେଇ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading