ଷ୍ଟେସନ ମାଷ୍ଟର ଓ ଗେଟମ୍ୟାନଙ୍କ ପାଇଁ ଅଧାବାଟରେ ଅଟକିଲା ରାଜଧାନୀ ଏକ୍ସପ୍ରେସ …

Creat A Revolution
           

ଉତ୍ତରପ୍ରଦେଶ -: ଷ୍ଟେସନ ମାଷ୍ଟରଙ୍କ ସହ ଝଗଡା ଯୋଗୁଁ ରାଜଧାନୀ ଏକ୍ସପ୍ରେସ ସହ ୫ଟି ଟ୍ରେନକୁ ବିଳମ୍ବ କରାଇଦେଲେ ରେଳ ଫାଟକର ଗେଟମ୍ୟାନ | ଉତ୍ତରପ୍ରଦେଶର ହରଦୋଇରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶର ହରଦୋଇ ଷ୍ଟେସନର ଷ୍ଟେସନ ମାଷ୍ଟର ଓ ଜଣେ ଗେଟମ୍ୟାନଙ୍କ ମଧ୍ୟରେ ଝଗଡା ହୋଇଥିଲା | ଏହା ପରେ ଗେଟମ୍ୟାନ ଜଣକ ରାଗିଯାଇ ରେଳଧାରଣାରେ ଏକ ନାଲି ପତାକା ପୋତିଦେଇଥିଲେ | ଆଉ ନାଲି ପତାକା ଦେଖି ଟ୍ରେନ ଡ୍ରାଇଭର ଟ୍ରେନ ଅଟକାଇଦେଇଥିଲେ | ରେଳଧାରଣାରେ ନାଲି ପତାକା ଲଗାଇଦେଇଥିବାରୁ ରାଜଧାନୀ ଏକ୍ସପ୍ରେସ ସହ ଅନ୍ୟ ୫ଟି ଟ୍ରେନ ୪୫ ମିନିଟ ପର୍ଯ୍ୟନ୍ତ ବିଭିନ୍ନ ଷ୍ଟେସନରେ ଅଟକି ରହିଥିଲା |

ଟ୍ରେନ୍ ଅଟକିଯାଇଥିବା ଖବର ପାଇବା ଉପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗେଟମ୍ୟାନଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲା। ଲଖନଉ- ବରେଲି ମାର୍ଗରେ ଟୋଣ୍ଡରପୁର ନିକଟରେ ଜଣେ ଷ୍ଟେସନ ମାଷ୍ଟର ଏବଂ ରେଳ ଫାଟକର ଗେଟମ୍ୟାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଆଉ ଏଥିରେ ରାଗି ଯାଇ ଗେଟମ୍ୟାନ ରେଲୱେ ଟ୍ରାକରେ ନାଲି ପତାକା ଲଗାଇ ରାଜଧାନୀ ଏକ୍ସପ୍ରେସ ଟ୍ରେନକୁ ଅଟକାଇଥିଲେ। ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ସମୟରେ ସିଆଲଦା ଏକ୍ସପ୍ରେସ, ଗରିବ ରଥ ଏକ୍ସପ୍ରେସ ସହ ଆଉ ୩ଟି ଟ୍ରେନ ମଧ୍ୟ ପ୍ରଭାବିତ ହୋଇଥିଲା। ଶେଷରେ ରେଳ ମନ୍ତ୍ରାଳୟର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗେଟମ୍ୟାନଙ୍କୁ ବୁଝାଇଥିଲେ | ଆଉ ପ୍ରାୟ ୪୮ ମିନିଟ୍ ପରେ ପୁଣି ଥରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା |


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading