ଅସହାୟକୁ ସହାୟ ହେଲେ ଅଭୟ, କ୍ୟାନସର ପିଡିତଙ୍କୁ ନେଇ ମେଡିକାଲ ପର୍ଯ୍ୟନ୍ତ ଗଲେ …

Creat A Revolution
           

ଆଠଗଡ -: କର୍କଟ ରୋଗରେ ପୀଡିତ ଖୁଣ୍ଟୁଣୀ ଥାନା ରାଧାଦାମୋଦରପୁର ଗ୍ରାମର ୩୦ ବର୍ଷିୟ ଯୁବକ ମିଥୁନଙ୍କୁ ସହାୟତା ର ହାତ ବଢାଇଛନ୍ତି ଯୁବ ସଂଗଠକ ଅଭୟବାରିକ। ମିଥୁନ ଗତ ଦୁଇବର୍ଷ ତଳେ ମିନତି ଙ୍କୁ ବିବାହ କରିଥିଲେ।ତାଙ୍କର ଦେଢ଼ ମାସର ଶିଶୁ କନ୍ୟାଟିଏ ଅଛି। ବିଧବା ମା ଓ ଦୁଇ ଅବିବାହିତ ଭଉଣୀ ମଧ୍ୟ ଅଛନ୍ତି।ଏକ ମାତ୍ର ରୋଜଗାରିଆ ଭାବେ ମିଥୁନ ସମ୍ବଲପୁର ରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରି ପରିବାର ଚଳାଉ ଥିଲା। ପରିବାର ଉପରେ ଦୁଃଖ ର କଳା ବଦଳ ମାଡି ଆସିଲା ଯେତେବେଳେ ଗତ ଛ ମାସ ତଳେ ସେ କର୍କଟ ରୋଗରେ ପୀଡିତ ହେଲେ।କଟକର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେବା ସମୟରେ ଠକାମୀର ଶିକାର ହୋଇ ସର୍ବସ୍ୱନ୍ତ ହୋଇ ଅର୍ଥାଭାବରୁ ଅଧିକ ଚିକିତ୍ସା ହୋଇନପାରି ଘରେ ପଡ଼ିଥିଲେ। ବିଭିନ୍ନ ଗଣମାଧ୍ୟମରେ ଖବରପ୍ରସାରଣ ପରେ ଅଭୟ ଜାଣି ମିଥୁନଙ୍କୁ ସହଯୋଗର ହାତ ବଢାଇଥିଲେ।

ପରିବାରକୁ ଚାଉଳ,ତେଜରାତି ଦ୍ରଵ୍ୟ,ପନିପରିବା ଓ ଲୁଗାପଟା ଦେଇ ନଗଦ ଦଶ ହଜାର ଟଙ୍କା ପ୍ରଦାନ କରିଥିଲେ। ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନେଇ ଆଚାର୍ଯ୍ୟ ହରିହର ଗବେଷଣା କେନ୍ଦ୍ର ,କଟକରେ ଚିକିତ୍ସା ପାଇଁ ଭର୍ତି କରିଥିଲେ।ଆରୋଗ୍ୟ ହେବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନକରିବେ ବୋଲି ସ୍ତ୍ରୀ ମିନତୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।ଅଭୟ ଙ୍କ ଏହି ମହାନ କାର୍ଯ୍ୟକୁ ସାଧାରଣରେ ପ୍ରସଂସା କରାଯାଉଛି। ଦୁଖର ବିଷୟ ଏହିଯେ ସମ୍ପୃକ୍ତ ପରିବାର ଏବେ ବି ଟାଇଲ ଛାତ ତଳେ ବସବାସ କରୁଛନ୍ତି। ମୋ କୁଡ଼ିଆ,ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସେମାନଙ୍କ ପାଇଁ ସାତ ସପନ ପାଲଟିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading