ବିଜେପି ସମର୍ଥିତ ବୋଲି ଶୁଣିଲାନି ପ୍ରଶାସନ, ରାସ୍ତା ପାଇଁ ଭିକ ମାଗୁଛନ୍ତି ସରପଞ୍ଚ ଓ ସମିତି ସଭ୍ୟ …

Creat A Revolution
           
Unstoppable BJP Makes BJD To Put On Its Thinking Cap |

କେନ୍ଦ୍ରାପଡ଼ା -: ଜଣେ ସରପଞ୍ଚ ଓ ଜଣେ ସମିତି ସଭ୍ୟ ଗାଁର ରାସ୍ତା ନିର୍ମାଣ ପାଇଁ ଘରକୁ ଘର ବୁଲି ଭିକ ମାଗୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ପେଗରପଡ଼ା ପଂଚାୟତର ଏହି ଦୁଇ ଲୋକ ପ୍ରତିନିଧିଙ୍କର ଏଭଳି କାର୍ଯ୍ୟ ଏବେ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ସୂଚନା ଅନୁଯାୟୀ ପେଗରପଡ଼ା ପଞ୍ଚାୟତ ପେଗରପଡ଼ା ଗ୍ରାମର ୧ ନମ୍ବର ଓ ୫ନମ୍ବର ୱାର୍ଡ ରାସ୍ତାରେ ମାସମାସ ଧରି ବର୍ଷା ପାଣି ଜମି ରହୁଛି। ପୂର୍ବରୁ ଯେଉଁ ନାଳ ଦେଇ ବର୍ଷା ଜଳ ନିଷ୍କାସିତ ହେଉଥିଲା ତାହାକୁ ଜଣେ ବ୍ୟକ୍ତି ନିଜର ଜାଗା ବୋଲି କହି ମାଟି ପକାଇ ଦେଇଛନ୍ତି। ଏପ୍ରିଲ ୨ ତାରିରେ ପେଗରପଡ଼ା ଗ୍ରାମର କବିତା ଦାସ, ବିନୋଦ ଦାସ, ସୁନିତା ଦାସ, ନିତ୍ୟାନନ୍ଦ ଦାସ, ବିଦ୍ୟାଧର ଦାସ ପ୍ରମୁଖ ସରପଞ୍ଚଙ୍କୁ ଗାଁରେ ବର୍ଷା ପାଣି ଜମି ରହୁଥିବା ନେଇ ଲିଖିତ ଅଭିଯୋଗ କରିଥିଲେ।

ସରପଞ୍ଚ ଏପ୍ରିଲ ୩୦ ତାରିଖରେ ଅଭିଯୋଗପତ୍ର କନିକା ତହସିଲଦାରଙ୍କ ନିକଟକୁ ପଠାଇ ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଥିଲେ। ମେ ମାସ ୨୩ ତାରିଖରେ ରାଜକନିକା ବିଡ଼ିଓ ଓ ସେହି ମାସ ୨୮ ତାରିଖ ଦିନ ତହସିଲଦାରଙ୍କୁ ପତ୍ର ଲେଖି ପ୍ରତିକାର ନିମନ୍ତେ ସରପଞ୍ଚ ଅନୁରୋଧ କରିଥିଲେ। ସେହିପରି ଗାଁ ଦାଣ୍ଡରୁ ଜଳ ନିଷ୍କାସନ ସମସ୍ୟା ନେଇ ଅଗ୍ନିଶମ ବିଭାଗର ଦୃଷ୍ଟି ଆକର୍ଷଣ ବି କରିଥିଲେ। ବିଡ଼ିଓଙ୍କୁ ଚିଠି ଲେଖି ଜଣାଇବାର ଦୁଇ ମାସ ପରେ ଅର୍ଥାତ ଜୁଲାଇ ୧୮ ତାରିଖ ଦିନ ଘଟଣା ସଂପର୍କରେ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ। କିଛି ସୁଫଳ ମିଳି ନ ଥିଲା। ଏପରିକି ଗତ ଅଗଷ୍ଟ ୨୯ତାରିଖ ଦିନ ରାଜକନିକା ବ୍ଲକ୍ ପରିସରରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ସରପଞ୍ଚ ଓ ସମିତିସଭ୍ୟ ଜିଲ୍ଲାପାଳଙ୍କୁ ସମସ୍ୟାର ସମାଧାନ ପାଇଁ ଗୁହାରି କରିଥିଲେ। ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳ ବିଡ଼ିଓଙ୍କୁ ନିର୍ଦ୍ଦେଶ ବି ଦେଇଥିଲେ। ଏହାର ଦୁଇଦିନ ପରେ ବିଡ଼ିଓ ଘଟଣାସ୍ଥଳକୁ ଯନ୍ତ୍ରୀ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ପଠାଇ ରାସ୍ତା ମାପଚୁପ କରିଥିଲେ। ରାସ୍ତାରେ ମାଟି ପକାଇ ଉଚ୍ଚ ଢଳେଇ କାମ କରିବାକୁ ସରପଞ୍ଚ ଏବଂ ସମିତି ସଭ୍ୟଙ୍କୁ କହିଥିଲେ। ସେମାନେ ମାଟି ପକାଇଲେ। ହେଲେ ପିଇଓ ହଠାତ୍‌ କାମ ବନ୍ଦ କରିବାକୁ କହିଥିଲେ ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି। ସବୁଆଡ଼ୁ ନିରାଶ ହେବା ପରେ ସେମାନେ ଏବେ ଭିକ୍ଷାବୃତ୍ତି ଆପଣାଇଛନ୍ତି। ଅନ୍ୟପଟେ ରାଜନୈତିକ ଚାପରେ କାମ ବନ୍ଦ କରାଯାଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି।

BJP Vs BJD: 'Kisme Kitna Hai Dum'? |

ଏଭଳି ଘଟଣା ସଂପର୍କରେ ସରପଞ୍ଚ ଶ୍ରଦ୍ଧାଞ୍ଜଳି ମଲ୍ଲିକ ଓ ସମିତି ସଭ୍ୟ ପ୍ରବେସନ ମଲ୍ଲିକ କହିଛନ୍ତି ଯେ ଗାଁ ରାସ୍ତାରେ ପାଣି ଜମୁଛି। ଲୋକେ ହନ୍ତସନ୍ତ ହେଉଛନ୍ତି।‌ କିନ୍ତୁ ସେମାନେ ବିଜେପି ସମର୍ଥିତ ପ୍ରତିନିଧି ହୋଇଥିବାରୁ ସେମାନଙ୍କୁ ପ୍ରଶାସନ ପକ୍ଷରୁ ରାସ୍ତା କାମ କରିବାକୁ ଦିଆଯାଉନାହିଁ। ସେମାନେ ଇତିମଧ୍ୟରେ ନିଜର ୬ ମାସର ଦରମା ଟଙ୍କା ରାସ୍ତା କାମ ପାଇଁ ଦେବାସହିତ ଲୋକଙ୍କ ସହିତ ମିଶି ନିଜେ ଶ୍ରମିକଙ୍କ କାମ କରିବେ ବୋଲି ମଧ୍ୟ କହିଛନ୍ତି। ଏ ସଂପର୍କରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ କହିଛନ୍ତି, ରାସ୍ତା କାମ ଲାଗି ଗ୍ରାମସଭା କରିବା ସହ ଆକ୍ସନ୍‌ ପ୍ଲାନ୍‌ରେ ଗୃହୀତ ହେବା ଆବଶ୍ୟକ। ପ୍ରଶାସନ ପକ୍ଷରୁ ସବୁ ପଞ୍ଚାୟତରେ ଉନ୍ନତିମୂଳକ କାମ ଚାଲୁ ରହିଛି l ରାସ୍ତା କାମ କେବଳ ପଞ୍ଚାୟତ ଟଙ୍କାରେ ହୋଇପାରିବ ନାହିଁ। ସେଥିପାଇଁ ବ୍ଲବ୍‌ ଓ ଜିଲ୍ଲା ପରିଷଦ ପାଣ୍ଠିର ଆବଶ୍ୟକତା ରହିଛି। ପ୍ରଶାସନ ସହଯୋଗ କରୁନାହିଁ ବୋଲି ସରପଞ୍ଚ ଓ ସମିତି ସଭ୍ୟଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ଜିଲ୍ଲାପାଳ କହିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading