ମୋ ପାଖରେ ଯେଉଁ ଭିଡିଓ ଅଛି ତାହା ଦେଲେ ମୋର ଇଜ୍ଜତ ଯିବ, ବାପାଙ୍କୁ ବ୍ଲାକ୍‌ମେଲିଂରୁ ବଞ୍ଚାଇଲେ ପୁଅ

Creat A Revolution
           

ବଲାଙ୍ଗୀର -: ଘର ମାଲିକଙ୍କୁ ବ୍ଲାକ୍‌ମେଲିଂ କରି ତିନିଲକ୍ଷ ଟଙ୍କା ଭଡ଼ାଟିଆ ନେଇଯିବା ମାମଲା ଚାଞ୍ଚଲ୍ୟ ଖେଳାଇଛି। ବାପା ବ୍ଲାକ୍‌ମେଲିଂର ଶିକାର ହେଉଥିବା ଜାଣିବା ପରେ ଏୟାରଫୋର୍ସରେ ଥିବା ପୁଅ ବ୍ଲାକ୍‌ମେଲରଙ୍କୁ କାବୁ କରି ପୁଲିସର ଜିମା ଦେଇଛନ୍ତି। ଟାଉନ ପୁଲିସ ଉଭୟ ବ୍ଲାକ୍‌ମେଲର୍‌ ଯୋଡ଼ି ବିଶ୍ୱାମିତ୍ର ଓ ଲଳିତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ବଲାଙ୍ଗୀର ସହର ସାଗର କଲୋନିର ଅବସରପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର ମିଶ୍ର ନିଜ ଘରଭଡ଼ା ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇଥିଲେ। ଏହି ସୂଚନା ପାଇବା ପରେ ତରଭା ଥାନା ଅଞ୍ଚଳର ବିଶ୍ୱାମିତ୍ର ନାଏକ ନାମକ ବ୍ୟକ୍ତି ଶ୍ୟାମସୁନ୍ଦରଙ୍କ ପାଖକୁ ଆସିଥିଲେ। କଥାବାର୍ତ୍ତା କରି ବିଶ୍ୱାମିତ୍ର ନିଜର ଝିଅ ଜ୍ୱାଇଁଙ୍କ ସହିତ ଭଡ଼ାଘରେ ରହିଥିଲେ। ତାପରେ ଗତ ଅଗଷ୍ଟ ୯ ତାରିଖ ରାତିରେ ବିଶ୍ୱାମିତ୍ର ଶ୍ୟାମସୁନ୍ଦରଙ୍କୁ ଏକାସାଙ୍ଗରେ କୋଲ୍‌ଡଡ୍ରିଙ୍କସ୍‌ ପିଇବା ପାଇଁ କହିଥିଲେ।

ବିଶ୍ୱାମିତ୍ରଙ୍କୁ ବିଶ୍ୱାସ କରି ଶ୍ୟାମସୁନ୍ଦର କୋଲଡ୍‌ଡ୍ରିଙ୍କ୍‌ସ ପିଇ ଦେଇଥିଲେ। ସେଥିରେ ନିଶା ମିଶାଯାଇଥିବାରୁ ଶ୍ୟାମସୁନ୍ଦର ବେହୋସ ହୋଇଯାଇଥିଲେ। ରାତି ୧୧ଟାରେ ହୋସ ଆସିଥିଲା। ହୋସ୍‌ ଆସିବା ସମୟରେ ଶ୍ୟାମସୁନ୍ଦରଙ୍କ ନିକଟରେ ବିଶ୍ୱାମିତ୍ରଙ୍କ ସହିତ ତାଙ୍କ ଧରମଭଉଣୀ ବ୍ଲାକ୍‌ମେଲର୍‌ ଲଳିତ ନାଏକ ମଧ୍ୟ ଆପତ୍ତିଜନକ  ଅବସ୍ଥାରେ ଛିଡ଼ା ହୋଇଥିଲେ। ଶ୍ୟାମସୁନ୍ଦରଙ୍କ ହୋସ୍‌ ଆସିବା ପରେ ଉଭୟେ ବ୍ଲାକମେଲିଂ ଆରମ୍ଭ କରିଥିଲେ। ଶ୍ୟାମସୁନ୍ଦରଙ୍କ ଅଶ୍ଳୀଳ ଭିଡିଓ ମୋବାଇଲରେ ସୁଟ୍‌ କାରାଯାଇଛି, ତାହାକୁ ଭାଇରାଲ କାରଯିବ ବୋଲି ଧମକ ଦେଇଥିଲେ। ଆଉ ସେଥିପାଇଁ ଟଙ୍କା ମାଗିଥିଲେ। ଲୋକଲଜ୍ଜା ଭୟରେ ଶ୍ୟାମସୁନ୍ଦର ବ୍ୟାଙ୍କକୁ ଯାଇ ଟଙ୍କା ଉଠାଇ ବିଭିନ୍ନ ପର୍ଯ୍ୟାୟରେ ତିନିଲକ୍ଷ ଟଙ୍କା ଦେଇଥିଲେ। ଏବେ ବଲାଙ୍ଗୀର ପୁଲିସ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି।

ବାପାଙ୍କୁ ବ୍ଲାକ୍‌ମେଲିଂରୁ ବଞ୍ଚାଇଲେ ପୁଅ

ବ୍ଲାକ୍‌ମେଲିଂର ଶିକାର ହୋଇଥିବା ଶ୍ୟାମସୁନ୍ଦର ମିଶ୍ରଙ୍କ ପୁଅ ଆଲୋକ ମିଶ୍ର ଏୟାରଫୋର୍ସରେ କାମ କରନ୍ତି। ନିଜ ବାପା ବ୍ଲାକ୍‌ମେଲିଂର ଶିକାର ହୋଇଥିବା ଜାଣିବା ପରେ ଛୁଟିନେଇ ଘରକୁ ଆସିଥିଲେ ଆଲୋକ। ସେତେବେଳକୁ ବ୍ଲାକ୍‌ମେଲର୍‌ ଭଡ଼ାଟିଆମାନେ ଭଡ଼ାଘରେ ତାଲା ମାରି ଫେରାର ହୋଇସାରିଥିଲେ। ବାପାଙ୍କଠାରୁ ପ୍ରଥମେ ସବୁକଥା ବୁଝି ସାରିବା ପରେ, ଆଲୋକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନିଜେ ଆର୍ମିରେ ଥିବାରୁ ସେହି ଅଭିଜ୍ଞତାରେ ବ୍ଲାକ୍‌ମେଲର୍‌ମାନଙ୍କୁ କାବୁ କରିବା ପାଇଁ ଜାଲ ବିଛାଇଥିଲେ।ସହର ଭିତରେ ଦୁଇ ବ୍ଲାକ୍‌ମେଲର୍‌ଙ୍କ ବିଷୟରେ ସୂଚନା ପାଇବା ପରେ ସେମାନଙ୍କୁ ସହରର ଶିଶୁଉଦ୍ୟାନ ନିକଟରେ କାବୁ କରି ପୁଲିସକୁ ଖବର ଦେଇଥିଲେ। ଟାଉନ ଥାନା ପୁଲିସ ଉଭୟ ବ୍ଲାକ୍‌ମେଲର୍‌ ଯୋଡ଼ି ବିଶ୍ୱାମିତ୍ର ଓ ଲଳିତାଙ୍କୁ ଗିରଫ କରିଛି। ଏହି ଯୋଡ଼ି ସୋନପୁର ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଜାଗାରେ ଏମିତି ବ୍ଲାକ୍‌ମେଲିଂ କରି ଲୋକଙ୍କୁ ଠକେଇ କରୁଥିବା ତଦନ୍ତରୁ ଜାଣିବାକୁ ପାଇଛି ପୁଲିସ। ବ୍ଲାକ୍‌ମେଲ୍‌ର ଶିକାର ଅନେକ ଲୋକ ଲୋକଲଜ୍ଜାରୁ ଥାନାରେ ଏମାନଙ୍କ ନାଁରେ ଲିଖିତ ଅଭିଯୋଗ କରିନଥିଲେ। ଜଣେ ଆର୍ମି ପୁଅର ଉପସ୍ଥିତ ବୁଦ୍ଧି ଯୋଗୁଁ ବ୍ଲାକ୍‌ମେଲର୍‌ ଧରାପଡ଼ିଗଲେ।

ଚୋର ମୁହଁ ଟାଣ

‘ମୁଁ ଗ୍ରାଜୁଏସନ ପଢ଼ିଛି। ଉଚ୍ଚ ଶିକ୍ଷିତା ଝିଅ। ମୁଁ କଣ ବ୍ଲାକ୍‌ମେଲିଂ କରିପାରିବି? ମୋ ପାଖରେ ଯେଉଁ ଭିଡିଓ ଅଛି ଦେଇ ପାରିବି ନାହିଁ। ତାହା ଦେଲେ ମୋର ଇଜ୍ଜତ ଯିବ। ଏମିତି ବଡ଼ ପାଟିରେ ଚୋର ମୁହଁ ଟାଣ ଭଳି ଗଣମାଧ୍ୟମ ଆଗରେ ସଫେଇ ଦେଉଥିଲେ ବ୍ଲାକ୍‌ମେଲ୍‌ ମାମଲାରେ ଧରାପଡ଼ିଥିବା ଯୁବତୀ ଜଣକ। ନିଜର ଧରମ ଭାଇ ସହିତ ମିଶି ଯୁବତୀ ଜଣକ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ବ୍ଲାକ୍‌ମେଲିଂ କରି ତିନିଲକ୍ଷ ଟଙ୍କା ନେଇସାରିଥିଲେ ବି ଥାନାରେ ତାଉ ଦେଖାଉଥିବା ଦେଖିବାକୁ ମିଳିଥିଲା।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading