ନବଜାତକୁ ମାରିଦେଲା ଅମ୍ବୁଲାନ୍ସ , ୧୦୨ ହେଲା କାଳ : ଶ୍ବଶୁର-ବୋହୂ ଗୁରୁତର

Creat A Revolution
           

ଜଗତସିଂହପୁର -:

ଗୁରୁତର ଅବସ୍ଥାରେ ଗର୍ଭବତୀ ଓ ତାଙ୍କ ଶ୍ବଶୁର ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ନବଜାତକ ଶିଶୁପୁତ୍ର ଆଖିବୁଜିଛି।  ଜଣେ ଆସନ୍ନପ୍ରସବା ବୋହୂକୁ ଧରି ୧୦୨ ଆମ୍ବୁଲାନ୍ସରେ ହସ୍ପିଟାଲ ଅଭିମୁଖେ ଯାଉଥିବା ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ରାସ୍ତାକଡ଼ର ଏକ ଗଛରେ ପିଟି ହୋଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ସହ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ମୋବାଇଲ ଫୋନରେ ଗପି ଗପି ଡ୍ରାଇଭର ଭାରସାମ୍ୟ ହରାଇବାରୁ ଏପରି ଅଭାବନୀୟ ଘଟଣା ହୋଇଥିବା କୁହାଯାଉଛି। ସୂଚନା ଅନସାରେ, ଜଗତସିଂହପୁର ଥାନା ଅନ୍ତର୍ଗତ ନଛିପୁର ଅଞ୍ଚଳର ରମେଶ ସେଠୀଙ୍କ ବୋହୂ ସାବିତ୍ରୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ୧୦୨ ଆମ୍ବୁଲାନ୍ସ(ଓଡି୨୧-ଏଚ୍-୫୧୧୧) ଯୋଗେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଅଣାଯାଉିଲା।

ସାଙ୍ଗରେ ରମେଶଙ୍କ ଭାଇବୋହୂ ମଧ୍ୟ ଆସିଥିଲେ। ସେହି ସମୟରେ ଡ୍ରାଇଭର ମୋବାଇଲରେ କଥାବାର୍ତ୍ତା ହେଉଥିବା ରମେଶ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଜାହାନପୁର ପଞ୍ଚାୟତ ଅଫିସ ନିକଟରେ ଆମ୍ବୁଲାନ୍ସ ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଏକ ଗଛରେ ଗାଡ଼ିକୁ ଧକ୍କା କରିଥିଲେ। ଫଳର ସାବିତ୍ରୀ, ରମେଶ ଓ ତାଙ୍କ ଭାଇବୋହୂ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ୧୦୮ ଆମ୍ବୁଲାନ୍ସ ସମସ୍ତଙ୍କୁ ଉଦ୍ଧାର କରି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା। ଏହା ପରେ ସାବିତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ନବଜାତକକୁ କଟକ ଶିଶୁଭବନ ସ୍ଥାନାନ୍ତର କରା ଯାଇଥିଲା। କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ଶିଶୁପୁତ୍ରର ମୃତ୍ୟୁ ହୋଇ ଯାଇଥିଲା। ପୂରା ଘଟଣା ପାଇଁ ଜନନୀ ଏକ୍ସପ୍ରେସ୍ ଡ୍ରାଇଭରଙ୍କୁ ଦାୟୀ କରିଛନ୍ତି ରମେଶ। ଏ ସଂକ୍ରାନ୍ତରେ ପୁଲିସ ଥାନାରେ ଆଇପିସି ଦଫା-୨୭୯, ୩୦୪(ଏ), ୩୩୭ରେ ମାମଲା ରୁଜୁ କରି ତଦନ୍ତ କରୁଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading