ପୁରୀ -:
ସୁରକ୍ଷା ପ୍ରାଚୀର ଅଧପନ୍ତରିଆ ହେବା ସହିତ ମୁହାଣ ସାମନାରେ ଥିବା ଅରଖକୁଦା ଗାଁରେ ଅନେକ ସ୍ଥାନରେ ପ୍ରାଚୀର ହୋଇନଥିବାରୁ ଜୁଆର ସିଧାସଳଖ ଗାଁ ଭିତରେ ପଶିଛି। ଅରଖକୁଦାର ହରଚଣ୍ତୀସାହି, ଲକ୍ଷ୍ମୀନାରାୟଣସାହି, ଭାଗବତସାହି ପ୍ରଭୃତି ୪ଟି ସାହିରେ ଜୁଆର ପାଣି ଲହଡ଼ି ମାରିଛି। ଅରଖକୁଦା ମେରାଇନ ଥାନା ଚାରିପଟେ ଜୁଆର ପାଣି ଭର୍ତ୍ତି ହୋଇରହିଛି। ଲୋକଙ୍କ ଘର ଭିତରେ ଜୁଆର ପଶିଛି। ଝାଟିାମଟି ଘର ସବୁ ଜୁଆର ପାଣିରେ ଭାଙ୍ଗି ଯାଇଛି। ୧୦ରୁ ଅଧିକ କଚ୍ଚା ଘର ଭାଙ୍ଗିଛି। ଲୋକେ ରୋଷେଇ କରି ଘରେ ଖାଇ ପାରିନାହାନ୍ତି। ରାତିରେ ପୁଣି ଥରେ ଜୁଆର ଆସିବାର ଆଶଙ୍କା ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି। ବାରମ୍ବାର ଜୁଆର ଆସି ଗାଁ ଭିତରେ ପଶୁଛି। ବ୍ୟାପକ କ୍ଷୟକ୍ଷତି ମଧ୍ୟ କରୁଛି। ତୁରନ୍ତ ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସଂଧ୍ୟା ସୁଦ୍ଧା ଗାଁ ଭିତରେ ଜୁଆର ପାଣି ଥିବା ବେଳେ ପ୍ରଶାସନର ଦେଖା ନ ଥିବା ଲୋକେ ଅଭିଯୋଗ କରିଛନ୍ତି।
Discover more from odia.bnslive.in
Subscribe to get the latest posts sent to your email.