ଶିକାରୀ କବଳରୁ ବଞ୍ଚିପାରିଲାନି ଦନ୍ତା, ବାଙ୍କୀ ବନାଞ୍ଚଳରେ ହାତୀ ମୃତ୍ୟୁ

Creat A Revolution
           

ବାଙ୍କୀ -: ରାଜ୍ୟରେ ହାତୀମଡ଼କ ଥମିବାର ନାଁ ନେଉନି। କେତେବେଳେ ଶିକାରୀ ହାବୁଡ଼ରେ ତ କେତେବେଳେ ବିଦ୍ୟୁତ୍, ରେଳବାଇ ବା ବିଭାଗୀୟ ଅବହେଳା କାରଣରୁ ମୃତ୍ୟୁ ଘଟୁଛି। ତଥାପି ବିଭାଗର ଚେତା ପଶୁନାହିଁ କି ହାତୀମୃତ୍ୟୁକୁ ରୋକାଯାଇ ପାରୁନାହିଁ। ଶନିବାର ଦିନ ବାଙ୍କୀ ବନାଞ୍ଚଳରେ ଏକ ମୃତ ଦନ୍ତାକୁ ଠାବ କରାଯାଇଛି। ବାଙ୍କୀ ଫରେଷ୍ଟ ଅଫିସଠାରୁ ପ୍ରାୟ ଏକ କିମି ଦୂର ପୁରୁଣା ରାଜପଥ ପାର୍ଶ୍ବରେ ମୃତହାତୀକୁ ଠାବ କରାଯାଇଥିଲା। ଘଟଣାସ୍ଥଳଠାରୁ ବନ ଭିତରକୁ କିଛିଦୂର ପର୍ଯ୍ୟନ୍ତ ରକ୍ତଦାଗ ପଡ଼ିଥିବା ଦେଖା ଦେଇଥିଲା। ଏପରିକି ହାତୀମୃତ୍ୟୁ ସ୍ଥାନରେ ମଧ୍ୟ ରକ୍ତ ପଡ଼ିଥିବା ଦେଖାଯାଇଛି।

ଦାନ୍ତଲୋଭରେ ଶିକାରୀ ଗୁଳି କରିଦେଇଥିବା କିମ୍ବା କୌଣସି ମାରଣାସ୍ତ୍ରରେ ମାରିଥିବା କୁହାଯାଉଛି। କିନ୍ତୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଉପସ୍ଥିତ ରାଉରକେଲା ଡିଏଫ୍‌ଓ ଯଶୋବନ୍ତ ସେଠୀଙ୍କୁ ମୃତ୍ୟୁର କାରଣ ସଂପର୍କରେ ପଚାରିବାରୁ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି କହିଥିଲେ। ଗୁରୁଣ୍ଡିଆ ପ୍ରାଣୀଧନ ଚିକିତ୍ସକଙ୍କ ଦ୍ବାରା ହାତୀର ବ୍ୟବଚ୍ଛେଦ କରାଯାଇ ଘଟଣାସ୍ଥଳରେ ପୋତି ଦଆଯାଇଛି। ହାତୀମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଜନବସତି ଆଡ଼କୁ ହାତୀ ମୁହାଁଇଲେ ହାତୀଘଉଡ଼ା ସ୍କ୍ବାଡ୍‌, ବିଭାଗୀୟ କର୍ମଚାରୀ ହାତୀ ପଛେ ପଛେ ରହିବା କଥା। ଏହାଛଡ଼ା ଘଟଣାସ୍ଥଳଠାରୁ ବନପାଳଙ୍କ କାର୍ଯ୍ୟାଳୟ ପ୍ରାୟ ୧ କିମି ଦୂରରେ ଅବସ୍ଥିତ। ଅଫିସ୍‌ର ଏତେ ନିକଟ ତଥା ରାସ୍ତାପାର୍ଶ୍ବରେ ହାତୀ ମରିଥିବାବେଳେ ବନବିଭାଗ କିପରି ଜାଣିପାରୁନି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading