କରୋନା ମୁକ୍ତ ହେବ ଦୁର୍ଗାପୂଜା ,ଏଥର ୧୭୮ ମଣ୍ଡପରେ ବିରାଜିବେ ମା‘ : ସଂକ୍ରମଣ ଉପରେ ରହିବ ନଜର

Creat A Revolution

ଭୁବନେଶ୍ବର -: ଏଥର ଦୁର୍ଗାପୂଜା କରୋନା ମୁକ୍ତ ହେବାକୁ ଯାଉଛି। କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ଭକ୍ତଙ୍କୁ ବାରଣ କରାଯାଇଥିଲା। ଏଥର ମଣ୍ଡପ ସବୁ ଚଳଚଞ୍ଚଳ ରହିବ। ରାଜଧାନୀରେ ୧୭୮ଟି ଜାଗାରେ ମେଢ଼ ହେବ। ଏ ସବୁ ସୁରୁଖୁରୁରେ ହେବା ପାଇଁ ବିଏମ୍‌ସି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛି। ଖୁବ୍‌ଶୀଘ୍ର ଏ ନେଇ ଏକ ଏସ୍‌ଓପି ଜାରି ହେବ ବୋଲି ବିଏମ୍‌ସି କହିଛି। ମେୟର ସୁଲୋଚନା ଦାସ, କମିସନର ବିଜୟ ଅମୃତା କୁଲାଙ୍ଗେ ଓ ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ ୱାଟ୍‌କୋ, ବିଦ୍ୟୁତ୍‌, ପୂର୍ତ୍ତ, ଅଗ୍ନିଶମ ପ୍ରଭୃତି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଦୁଇ ବର୍ଷର ବ୍ୟବଧାନ ପରେ ପୂଜା ପାଳନ କରାଯିବାକୁ ଯାଉଥିବାରୁ ଏଥର ଭକ୍ତମାନେ ପୂଜାର ଆନନ୍ଦ ନେବାକୁ ଆଶା ରଖିଛନ୍ତି। ଏଥଇପାଇଁ ସମସ୍ତ ପ୍ରଅକାରର ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ବିଏମ୍‌ସି ପ୍ରସ୍ତୁତ ହୋଇଥିବା କହିଛନ୍ତି ମେୟର ସୁଲୋଚନା ଦାସ। ତା’ ସହିତ ପ୍ରତ୍ୟେକ ଅଞ୍ଚଳର କର୍ପୋରେଟରମାନେ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଲୋକ ଓ ପରିମଳ ଉପରେ ବିଶେଷ ଧ୍ୟାନ ଦେବାକୁ ଆଲୋଚନା ହୋଇଛି। ଖରାପ ଥିବା ରାସ୍ତାଗୁଡ଼ିକୁ ଚିହ୍ନଟ କରି ଜରୁରୀ ମରାମତି କରିବାକୁ କୁହାଯାଇଛି। ବିଦ୍ୟୁତ୍‌ ଯୋଗୁ ଘଟୁଥିବା ଅଗ୍ନିକାଣ୍ଡ ଓ ଦୁର୍ଘଟଣା ରୋକିବା ସହ ବିସର୍ଜନ ପାଇଁ ୪ଟି ଅସ୍ଥାୟୀ ପୋଖରୀ ନିର୍ମାଣ କାରିବାକୁ ଯୋଜନା ହୋଇଛି। କମିସନର କହିଛନ୍ତି, ସଂକ୍ରମଣକୁ ରୋକିବା ପାଇଁ ଏକ ସ୍ବତନ୍ତ୍ର ଦଳ ମଣ୍ଡପ ପରିସରରେ ଥିବା ଖାଦ୍ୟ ଷ୍ଟଲଗୁଡିକ ଯାଞ୍ଚ କରାଯିବ। ପୂଜା ପାଳନ କରିବା ପାଇଁ ଖୁବ୍ ଶୀଘ୍ର ଏସ୍‌ଓପି ପ୍ରକାଶ ପାଇବ। ଡେଙ୍ଗୁ ପ୍ରଭାବିତ ଥିବା ଅଞ୍ଚଳରେ ଧୁଆଁ, ଉତ୍ସ ହ୍ରାସ ଓ ତଦାରଖକୁ ଧ୍ୟାନ ଦିଆଯିବ। କୋଭିଡ୍‌-୧୯ ଆଚରଣ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ମଣ୍ଡପ ଅଞ୍ଚଳରେ ନିୟମିତ ସଫା କରିବା ପାଇଁ ସାନିଟାରି ଇନ୍ସପେକ୍ଟର ଯାଞ୍ଚ କରିବେ। ଏହି ଉତ୍ସବ ସୁରୁଖୁରୁରେ ହେବା ପାଇଁ ବିଭିନ୍ନ ବିଭାଗକୁ ବିଏମ୍‌ସି ଚିଠି ଲେଖିବ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!