ନଭେମ୍ବର ୩ରେ ହେବ ଧାମନଗର ଉପନିର୍ବାଚନ …

Creat A Revolution
           

ଭୁବନେଶ୍ୱର

-: ଧାମନଗରରେ ନଭେମ୍ବର ୩ରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ଅକ୍ଟୋବର ୭ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୧୪ ସୁଦ୍ଧା ନାମାଙ୍କନପତ୍ର ଦାଖଲ, ଅକ୍ଟୋବର ୧୭ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ। ନଭେମ୍ବର ୬ରେ‌ ଭୋଟ୍‌ ଗଣତି, ନଭେମ୍ବର ୮ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ।

ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପରଲୋକ ପରେ ଖାଲି ପଡ଼ିଥିବା ଧାମନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସୋମବାର ଦିନ ଭାରତ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ଦିନ ଠାରୁ ସମଗ୍ର ଭଦ୍ରକ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଆଦର୍ଶ ଆଚରଣ ବିଧି ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତ ପ୍ରାର୍ଥୀ, ସମସ୍ତ ରାଜନୈତିକ ଦଳଗୁଡ଼ିକ କ୍ଷେତ୍ରରେ ଓ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସଂପୂର୍ଣ୍ଣ ଭାବେ ଲାଗୁ କରାଯାଇଛି। ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟଗୁଡ଼ିକ କ୍ଷେତ୍ରରେ ମଧ୍ୟ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading