ଢେଙ୍କାନାଳରୁ ଅଲଗା ହୋଇ ଅନୁଗୁଳ ଜିଲ୍ଲା ଏବେ ୩୦ ବର୍ଷ ପୁର୍ତ୍ତି , ଆସନ୍ତୁ ଜାଣିବା ଅନୁଗୁଳର ଅସ୍ମିତା …

Creat A Revolution
           
Map of Angul District of Orissa state (see online version for colours) |  Download Scientific Diagram

ଅନୁଗୁଳ -: ଜିଲ୍ଲାକୁ ୩୦ ବର୍ଷ ପୂରିବାକୁ ଯାଉଛି। ଆଉ ଏହାକୁ ଏକ ଭିନ୍ନ ଢଙ୍ଗରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ୩୦ ବର୍ଷ ପୂର୍ତ୍ତିକୁ ଅଧିକ ସ୍ମରଣୀୟ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି। ଅକ୍ଟୋବର ଶେ‌ଷ ସପ୍ତାହରୁ ଏପ୍ରିଲ ପହିଲା ପର୍ଯ୍ୟନ୍ତ ଜିଲ୍ଲା ସାରା ସାମାଜିକ, ସାଂସ୍କୃତିକ, ସାହିତ୍ୟ ଓ କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମ କରାଯିବ। ଏହାସହିତ କିଛି ୂତନ ପ୍ରକଳ୍ପ ଏହି ସମୟ ଭିତରେ ଆରମ୍ଭ ହେବ। ଜିଲ୍ଲାର ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଏହି ଉତ୍ସବ ପାଳିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲାବେଳେ ଖୁବଶୀଘ୍ର ଏହାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ। ଆଜି ଏହାର ଲୋ‌ଗୋ ସାମାଜିକ ଗଣମାଧ୍ୟମରେ ଉନ୍ମୋଚନ କରାଯାଇଛି। ୧୯୯୩ ମସିହା ଏପ୍ରିଲ ପହିଲାରେ ଅନୁଗୁଳ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା। ଢେଙ୍କାନାଳରୁ ଭାଗ ହେବା ପରେ ଅନୁଗୁଳ, ତାଳଚେର, ଆଠମଲ୍ଲିକ ଓ ପାଳଲହଡ଼ା ଉପଖଣ୍ଡକୁ ନେଇ ଏହି ଜିଲ୍ଲା ତିଆରି ହୋଇଥିଲା।

ଏ ଭିତରେ ବହୁ ବାଟ ଆଗେଇ ଯାଇ ୩୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି ଅନୁଗୁଳ ଜିଲ୍ଲା। ତେଣୁ ଏହାକୁ ସ୍ମରଣୀୟ କରିବାକୁ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ସୂଚନା ଅନୁସାରେ, ଲକ୍ଷ୍ମୀପୂଜା ପରେ ପରେ ଏହି ସବୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ଅକ୍ଟୋବରରୁ ମାର୍ଚ୍ଚ ଭିତରେ ଜିଲ୍ଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ସାହିତ୍ୟ ଉତ୍ସବ, କ୍ରୀଡ଼ା ମହୋତ୍ସବ, ଯୁବ ଉତ୍ସବ, ସାଇକଲ୍‌ ଶୋଭାଯାତ୍ରା, ବୁଦ୍ଧିଜୀବୀ ସମ୍ମିଳନୀ ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଚାଲିବ। ସହରରେ ରାହଗିରି ମଧ୍ୟ ଆୟୋଜନ କରାଯିବ। କେବଳ ଅନୁଗୁଳ ସହରରେ ନୁହେଁ, ଜିଲ୍ଲାର ବିଭିନ୍ନ ଭାଗରେ ଏହି କାର୍ଯ୍ୟକ୍ରମ ସବୁ ଚାଲିବ। ଲୋକମାନେ ଯେମିତି ଏହି ଉତ୍ସବରେ ସାମିଲ ହେବେ ସେଥିନେଇ ବ୍ୟବସ୍ଥା କରାଯାଉଛି। ଏହା ସହିତ ଏହି ସମୟ ଭିତରେ ଅନୁଗୁଳ ମହୋତ୍ସବ ମଧ୍ୟ ଆୟୋଜନ କରିବାକୁ ଯୋଜନା ହୋଇଛି। କେବଳ ଉତ୍ସବ ଓ ନାଚଗୀତ ନୁହେଁ, ଗତ ୩୦ ବର୍ଷର ଯାତ୍ରା ଓ ଜିଲ୍ଲାର ଇତିହାସ ନେଇ ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରାଯିବ। ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରି ଜିଲ୍ଲ ସଂପର୍କରେ ନୂଆ ପିଢ଼ିକୁ ଧାରଣା ଦେବାକୁ ବି ଯୋଜନା କରାଯାଇଛି।

ଅନୁଗୁଳ ସଂପର୍କରେ ରାଜ୍ୟବାସୀଙ୍କୁ ଏକ ସ୍ଥୂଳ ଧାରଣା ଦେବା ପାଇଁ ପ୍ରୟାସ କରାଯିବ। ଜିଲ୍ଲାରେ କଳା ପ୍ରତିଯୋଗିତା ଓ ଫଟୋଗ୍ରାଫି ପ୍ରତିଯୋଗିତା କରାଯାଇ ନୂତନ ପ୍ରତିଭାକୁ ପ୍ରୋତ୍ସାହିତ କରାଯିବ। ଏହି ସମୟ ଭିତରେ ସରକାରୀ କାମକୁ ମଧ୍ୟ ସ୍ବୀକୃତି ଦେବାକୁ ଯୋଜନା ହୋଇଛି। ଏଥିପାଇଁ ବିଭିନ୍ନ ବିଭାଗକୁ କାମ ନେଇ ଟାର୍ଗେଟ୍‌ ଦିଆଯାଇଛି। ଏହି ଭିତ‌ରେ ଜିଲ୍ଲାର ସବୁ ବିଭାଗଠାରୁ କାମ ଆଦାୟ କରି ସେମାନଙ୍କୁ ପୁରସ୍କୃତ କରାଯିବ। କିଛି ନୂଆ ପ୍ରକଳ୍ପ ହାତକୁ ନିଆଯାଇଥିଲାବେଳେ ବକେୟା ପ୍ରକଳ୍ପ ସବୁ ଶେଷ କରାଯିବ ବୋଲି ଜଣାପଡ଼ିଛି। ଏଥିସହିତ କିଛି ଯୁବକ ଏହି ଅବସରରେ ଏକ ବାଇକ୍‌ ଟୁର୍‌ ସାରା ରାଜ୍ୟ ପରକ୍ରମା କରି‌ ଅନୁଗୁଳର ଗୌରବ ବାଣ୍ଟିବେ। ଏଥିନେଇ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି ଯେ ଜିଲ୍ଲାକୁ ୩୦ ବର୍ଷ ପୂରୁଥିବାରୁ ଏହାକୁ ଆନନ୍ଦ ଓ ଉତ୍ସାହର ସହ ପାଳନ କରିବାକୁ ଯୋଜନା କରାଯାଇଛି। ଅନୁଗୁଳବାସୀ ଭାବେ ଲୋକମାନେ ଯେମିତି ଗର୍ବ କରିବେ ସେ ଦିଗରେ ପଦକ୍ଷେପ ନିଆଯାଉଛି। ଉତ୍ସବ ସହିତ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ଅଧିକ ପ୍ରକଳ୍ପ ଏହି ସମୟ ଭିତରେ କାର୍ଯ୍ୟକାରୀ କରାଯିବ। ସଫଳ ବିଭାଗକୁ ପୁରସ୍କୃତ କରାଯିବାର ଯୋଜନା ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading