ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ : ରିମାଣ୍ଡରେ ଆଣିବ କମିସନରେଟ୍, ପୁଲିସ ଲାପଟପରେ ଥିବା ତଥ୍ୟକୁ ନେଇ ବି ଖୋଳତାଡ଼ କରିବ ପୁଲିସ

Creat A Revolution
           

ଭୁବନେଶ୍ବର -: ବହୁଚର୍ଚ୍ଚିତା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ କମିସନରେଟ୍ ପୁଲିସ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି। କୁହାଯାଉଛି ଯେ ଏଥିଲାଗି କମିସନରେଟ୍ ପୁଲିସ କୋର୍ଟରେ ଆବେଦନ କରିବ। ଅର୍ଚ୍ଚନା ନାଗଙ୍କୁ ପୁଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ। ଖାଲି ସେତିକିନୁହେଁ ତାଙ୍କ ପାଖରୁ ଜବତ ହୋଇଥିବା ପେନଡ୍ରାଇଭର ଛାନଭିନ୍ କରୁଛି ପୁଲିସ୍। ଅର୍ଚ୍ଚନା ନାଗଙ୍କ ଲାପଟପରେ ଥିବା ତଥ୍ୟକୁ ନେଇ ବି ଖୋଳତାଡ଼ କରିବ ପୁଲିସ।

ବିଶେଷ କରି କେଉଁମାନଙ୍କୁ ବ୍ଲାକମେଲ୍ କରି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ସେମାନଙ୍କଠାରୁ କେତେ ଟଙ୍କା ଲଟିଛନ୍ତି, ସେନେଇ ବି ଖୋଳତାଡ଼ କରିବ ପୁଲିସ। ଓଲିଉଡ୍ ପ୍ରଯୋଜକ ଅକ୍ଷୟ କୁମାର ପରିଜାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ପୀଡ଼ିତା ଖଣ୍ଡଗିରି ଥାନାରେ ମହିଳା ଆଇନଜୀବୀ ଅର୍ଚ୍ଚନା ନାଗ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ସଂପର୍କୀୟ ଭାଇ ଖଗେଶ୍ବର ତାଙ୍କୁ ଦେହ ବ୍ୟବସାୟରେ ଲଗାଉଥିଲେ ବୋଲି ଅଭିଯୋଗ କରିବା ପରେ ରାଣୀ ମହୁମାଛି ଅର୍ଚ୍ଚନା ନାଗକୁ ଖଣ୍ଡଗିରି ଥାନା ପୁଲିସ ପଳାସୁଣୀ ସତ୍ୟବିହାରସ୍ଥିତ ବାସଭବନରୁ ଗତକାଲି ଉଠାଇଥିଲା।ପରେ ତାଙ୍କୁ କୋର୍ଟ ଚାଲାଣ କରିଥିଲା। ଅର୍ଚ୍ଚନାଙ୍କ ବିରୋଧରେ ପୁଲିସ କେସ୍ ନମ୍ବର-୪୯୬/୨୨ ମାମଲା ରୁଜୁ କରିଛି। ଅର୍ଚ୍ଚନାଙ୍କ ପାଖରୁ ଜବତ ହୋଇଥିବା ମୋବାଇଲ୍‌ରେ ଅନେକ ପ୍ରତିଷ୍ଠିତ ଲୋକଙ୍କ ଅଶ୍ଳୀଳ ଭିଡିଓ ଥିବା କୁହାଯାଉଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading