ମହିଳାଙ୍କୁ ବଳି ଚଢ଼ାଇ ମାଂସ ଖାଇଥିଲେ କେରଳ ଦମ୍ପତି ! ଏମିତି ଖୁଲାସା କଲା ପୋଲିସ

Creat A Revolution
           

କେରଳରେ ନର ବଳି ମାମଲା ସାମ୍ନାକୁ ଆସିବା ପରେ ଏଠାରେ କୋକୁଆ ଭୟ ସୃଷ୍ଟି ହୋଇଛି। ବୁଧବାର ପୋଲିସ ଏହି ମାମଲାର ରହସ୍ୟ ଉନ୍ମୋଚନ କରିଛି। ପୋଲିସ ସୂଚନା ମୁତାବକ, ଏଠାରେ ଏକ ଦମ୍ପତି ଗୁଣିଗାରେଡ଼ି କରି ଦୁଇ ମହିଳାଙ୍କୁ ବଳି ଦେବା ପରେ ମୃତଦେହକୁ ୫୬ ଖଣ୍ଡ କରି କାଟି ଦେଇଥିଲେ। କୋଚ୍ଚି କମିଶନର ସିଏଚ୍‌ ନାଗରାଜୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମାମଲାର ମୁଖ୍ୟ ଅଭିଯୁକ୍ତ ଶଫି ନର ବଳି ଦେବା ପାଇଁ କେରଳ ଦମ୍ପତି ଭଗବଲ ସିଂ ଓ ତାଙ୍କ ପତ୍ନୀ ଲୈଲାଙ୍କୁ ଉସୁକାଇଥିଲେ। ଶଫିଙ୍କର ପୂର୍ବରୁ ଆପରାଧିକ କାର୍ଯ୍ୟକଳାପ ରହିଛି। ପୋଲିସ ମୁତାବକ, ଦମ୍ପତି ପଇସା ଲୋଭରେ ନର ବଳି ଚଢ଼ାଇଛନ୍ତି। ଶଫିଙ୍କୁ ମାନସିକ ରୋଗୀ ବୋଲି କହି ପୋଲିସ କମିଶନର କହିଛନ୍ତି କି, ସେ ଦମ୍ପତିଙ୍କୁ କିପରି ରାଜି କରାଇଲେ, ସେ ନେଇ ଅଧିକ ତଦନ୍ତ ଜାରି ରହିଛି। କାରଣ, ପୂର୍ବରୁ ଦମ୍ପତି କୌଣସି ଆପରାଧିକ କାର୍ଯ୍ୟରେ ସମ୍ପୃକ୍ତ ନ ଥିଲେ।

କମିଶନର ଆହୁରି ଆଶ୍ଚର୍ଯ୍ୟଜନକ ଖୁଲାସା କରି କହିଛନ୍ତି, ମହିଳା ଦ୍ୱୟଙ୍କୁ ଅତି କ୍ରୁର ଭାବରେ ହତ୍ୟା କରାଯାଇଛି। ସେମାନଙ୍କ ଶରୀରକୁ ଣ୍ଡ ଖଣ୍ଡ କରି କାଟି ଭଗବଲ ସିଂଙ୍କ ଘର ପରିସରର ବିଭିନ୍ନ ସ୍ଥାନରେ ପୋତା ଯାଇଥିଲା। ମହିଳାମାନଙ୍କ ଗୁପ୍ତାଙ୍ଗରେ ମଧ୍ୟ ଆଘାତ ଚିହ୍ନ ରହିଥିଲା। ଏଥିସହ ଶଫି ସେମାନଙ୍କୁ ପ୍ରତାଡ଼ିତ କରି ଏହାର ଖୁବ୍‌ ମଜା ନେଇଥିଲେ। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଲୈଲା ସ୍ୱୀକାର କରିଛନ୍ତି ଯେ ସେମାନେ ୩ ଜଣ ମିଶି ମହିଳାଦ୍ୱୟଙ୍କ ଶରୀରର ଏକ ଭାଗକୁ ରାନ୍ଧି ଖାଇଥିଲେ। ଅନ୍ୟପକ୍ଷରେ ମାମଲାରେ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇ ୨ ସପ୍ତାହ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। କହି ରଖୁଛୁ, ଏହି ଲୋମହର୍ଷଣକାରୀ ଘଟଣା ମଙ୍ଗଳବାର ସାମ୍ନାକୁ ଆସିଥିଲ। ପୋଲିସ ଯେତେବେଳେ ଦୁଇ ନିଖୋଜ ମାମଲାର ତଦନ୍ତ କରୁଥିଲା, ତ ଜାଣିବାକୁ ପାଇଥିଲା ଯେ ତାନ୍ତ୍ରିକ ମହମ୍ମଦ ଶଫି ନର ବଳି ଦେବା ପାଇଁ ଦମ୍ପତିଙ୍କର ବ୍ରେନ୍‌ଓ୍ଵାଶ କରିଥିଲେ ଏବଂ ସେମାନଙ୍କୁ ଆର୍ଥିକ ଲୋଭ ଦେଖାଇଥିଲେ। ପୋଲିସ ସୂଚନା ମୁତାବକ, ଏହା ଅଭିଯୁକ୍ତମାନଙ୍କର ଦ୍ୱିତୀୟ ଶିକାର ଥିଲା, ପୂର୍ବରୁ ସେମାନେ ଜଣେ ମହିଳାଙ୍କୁ ବଳି ଚଢ଼ାଇ ସାରିଛନ୍ତି।

ପୋଲିସ କହିଛି, ମୁଖ୍ୟ ଅଭିଯୁକ୍ତ ଶଫି ଜଣେ ପେସାଦାର ଅପରାଧୀ। ବିଭିନ୍ନ ଥାନାରେ ତାଙ୍କ ନାମରେ ୮ଟି ମାମଲା ରହିଛି। ଦୁଷ୍କର୍ମ, ହତ୍ୟା, ଅତ୍ୟାଚାର, ମଦ ନିଶାରେ ଝଗଡ଼ା, ଠକେଇ ଆଦି ମାମଲାରେ ସେ ସମ୍ପୃକ୍ତ ରହିଛନ୍ତି। ଶଫି ପୋଲିସ ଆଖିରୁ ଖସିଯିବା ପାଇଁ ପ୍ରତି ବର୍ଷ ଘର ପରିବର୍ତ୍ତନ କରୁଥିଲେ ଏବଂ ଅଧିକାଂଶ ସମୟ ଶିବିର କରି ରହୁଥିଲେ। ଦମ୍ପତି ସୋସିଆଲ ମିଡିଆ ଜରିଆରେ ତାଙ୍କୁ ଯୋଗାଯୋଗ କରିଥିଲେ ଏବଂ ତାଙ୍କର ଏକ ଅନୁଷ୍ଠାନ ପାଇଁ ୧.୫୦ ଲକ୍ଷ ଟଙ୍କା ଦାନ କରିଥିଲେ। ଏଥିରେ ନର ବଳି ସାମିଲ ଥିଲା। ତେବେ ଜୁନ୍‌ରେ ପ୍ରଥମ ବଳି ପରେ ଯେତେବେଳେ ଦମ୍ପତିଙ୍କର କୌଣସି ପ୍ରକାର ଆର୍ଥିକ ସୁଧାର ହୋଇ ନ ଥିଲା, ତ ସେମାନେ ପୁଣିଥରେ ଶଫିଙ୍କ ପାଖକୁ ଯାଇଥିଲେ। ଏହାପରେ ଶଫି ସେମାନଙ୍କୁ ଦ୍ୱିତୀୟ ବଳି ଦେବାକୁ ସୁପାରିଶ କରିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading