ପୋଷ୍ଟ ଅଫିସରେ ଗ୍ରାହକଙ୍କ ଜମା ଅର୍ଥ ଲୁଟ୍‌ …

Creat A Revolution

ସାଲେପୁର(ଶିଶୁ କୃଷ୍ଣ ନନ୍ଦ) –: ଗ୍ରାହକଙ୍କ ଅର୍ଥ ଲୁଟି ଖାଇଛନ୍ତି ପୋଷ୍ଟ ଅଫିସ କର୍ମଚାରୀ, ଏପରି ଏକ ଅଭିଯୋଗ ଆସିଛି କଟକ ଜିଲ୍ଲା କିଶୋରନଗର ଥାନା ଅଧୀନସ୍ଥ ପୁରୁଣାହାଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁରୁଣାହାଟ ପୋଷ୍ଟ ଅଫିସ ନାମରେ, ଅଭିଯୋଗ କରିଛନ୍ତି ବହୁ ଗ୍ରାହକ ।

ମିଳିଥିବା ସୂଚନା ମୁତାବକ କିଛି ଗ୍ରାହକ ନିଜର କଷ୍ଟ ଉପାର୍ଜିତ ଧନକୁ ସୁରକ୍ଷିତ ରଖିବା ପାଇଁ ପୋଷ୍ଟ ଅଫିସ ରେ ଜମା ରଖିଥିଲେ, ମାତ୍ର ଏହି ଅସାଧୁ ପୋଷ୍ଟ କର୍ମଚାରୀ ମାନେ ଏହି ଗ୍ରାହକଙ୍କ ଅର୍ଥକୁ ଲୁଟି ଖାଇ ଏବେ ମାଲାମାଲ ହେଉଛନ୍ତି । ୨୦ ରୁ ୨୫ ଲକ୍ଷ ଟଙ୍କା ଲୁଟି ଖାଇଥିବା ଅଭିଯୋଗ କରିଛନ୍ତି ଗ୍ରାହକ । ତେବେ ଘଟଣାଟି ନିଶ୍ଚିତ ରୂପେ ଦୁଃଖଦାୟକ । ନିଜ କଷ୍ଟ ଉପାର୍ଜିତ ଅର୍ଥକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ପୋଷ୍ଟ ଅଫିସ ରେ ଜମା ରଖିଥିବା

ଏହି ଗ୍ରାହକ ମାନେ କେବେ ହେଲେ ଭାବିନଥିବେ ସେ ଏତେ ଅସୁବିଧାର ସମ୍ମୁଖିନ ହେବେ ବୋଲି । ତେବେ ଏହି ପୋଷ୍ଟ ଅଫିସ ର ପିଅନ ବାବାଜୀ ଚରଣ ତରେଇ ଓ ପୋଷ୍ଟ ମାଷ୍ଟର ଅନନ୍ତ ମଲ୍ଲିକ ଏହିପରି ଭାବରେ ଗ୍ରାହକଙ୍କ ଅର୍ଥ ଲୁଟି ଖାଇଥିବା ଅଭିଯୋଗ କରିଛନ୍ତି ଗ୍ରାହକ ମାନେ, କିନ୍ତୁ ଗଣମାଧ୍ୟମଙ୍କୁ ଏ ସ୍ଥାନରେ ସବିଶେଷ ତଥ୍ୟ ଦେଉନାହାଁନ୍ତି ଏହି ପୋଷ୍ଟ ର୍ମଚାରୀ । ତେବେ ଘଟଣାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତ୍ରିବ ଉତ୍ତେଜନା ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ପୋଷ୍ଟଅଫିସ ର ଆସିଷ୍ଟାଣ୍ଟ ସୁପରିଟେଣ୍ଡ୍ ମୀନକେତନ ପ୍ରଧାନ ପହଞ୍ଚି ଉତ୍ତେଜିତ ଗ୍ରାହକଙ୍କୁ ବୁଝେଇବା ପାଇଁ ଚେଷ୍ଟା କରିବା ସହିତ ଘଟଣାର ତଦନ୍ତ କରୁଛନ୍ତି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!