
ତିଗିରିଆ -: କଟକ ରେଭେନ୍ସା କଲେଜିଏଟ ବିଦ୍ୟାଳୟରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବିଜ୍ଞାନ ପାଠଚକ୍ରରେ ତିଗିରିଆ ବ୍ଲକ ପୁରୁଣା ତିଗିରିଆ ପଞ୍ଚାୟତସ୍ଥିତ ମହେଶ୍ବର ନୋଡାଲ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଶୁଭମ ମହାନ୍ତି ଦ୍ୱିତୀୟ ସ୍ଥାନ ଅଧିକାର କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।
ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବ୍ଲକ ଶିକ୍ଷାଧିକାରୀ ପ୍ରିୟରଞ୍ଜନ ହୋତା,ମହେଶ୍ବର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜନ କୁମାର ନାୟକ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।ସୂଚନାଯୋଗ୍ୟ ଯେ ପୂର୍ବରୁ ତିଗିରିଆ ରେ ବ୍ଲକ ର ଅଷ୍ଟମ ,ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ହୋଇଥିବା ବିଜ୍ଞାନ ପାଠଚକ୍ର ରେ ଶୁଭମ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ।
Discover more from odia.bnslive.in
Subscribe to get the latest posts sent to your email.