ଭୋଗଡା ପଞ୍ଚାୟତରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା …

Creat A Revolution
           

ତିଗିରିଆ -: ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ମାସେ ବ୍ୟାପି ସାରା ରାଜ୍ୟରେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ଆଜି ତିଗିରିଆ ବ୍ଲକର ଭୋଗଡା ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କୃଷି ଓ କୃଷକ କଲ୍ୟାଣ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦେଶ କ୍ରମେ ତିଗିରିଆ ବ୍ଲକ ବିଜେଡ଼ି ସଭାପତି ଅଜିତ ଧୀରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରା ପଞ୍ଚାୟତର ବେଲଅଣ୍ଟା ଗ୍ରାମର ବ୍ରାହ୍ମଣୀ ଦେବୀ ମନ୍ଦିର ପରିସରରେ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇ ପଞ୍ଚାୟତର ଭୋଗଡା, ପାଇକ ସାହି, ଗ୍ରୀଡ଼ ସାହି, ନବକିଶୋର ପାଟଣା,ଗୋକର୍ଣଖାଲ ଗ୍ରାମ ପରିକ୍ରମା କରି ଶେଷରେ ପଞ୍ଚାୟତର ଆରାଧ୍ୟ ଦେବୀ ମା କଳାପାଟ ଙ୍କ ମନ୍ଦିର ନିକଟରେ ଶେଷ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ,ଉପାଧ୍ୟକ୍ଷ ମାନସ କୁମାର ସାହୁ,ଦୁଇ ଜିଲ୍ଲା ପରିଷଦ ଭ୍ୟ ସସ୍ମିତା ରାଉତ ଓ ସଞ୍ଜୟ କୁମାର ମଲ୍ଲିକ,ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ସାଂସଦ ଙ୍କ ପ୍ରତିନିଧି ରୂପା ଦଳେଇ,ମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସହାୟକ ତାପସ ପ୍ରଧାନ,ଆତ୍ମା ସଭାପତି ହରେନ୍ଦ୍ର ଦଳେଇ, ଭିରୁଡା ପଞ୍ଚାୟତ ସମିତି ସଭ୍ୟ ଧନେଶ୍ୱର ରଣା,ଜିଲ୍ଲା ବିଜେଡି ମହିଳା ସମ୍ପାଦିକା ତଥା ଭୋଗଡା ପଞ୍ଚାୟତ ସରପଞ୍ଚ ଶର୍ମିଳା ନାୟକ,ସମିତି ସଭ୍ୟା ମାମି ଦେଉରୀ,ଭୋଗଡା ପଞ୍ଚାୟତ ଯୁବ ସଙ୍ଗଠକ ଅରୁଣ କୁମାର ନାୟକ,ବାଲିପୁଟ ପଞ୍ଚାୟତ ସମିତି ସଭ୍ୟ ପ୍ରକାଶ କୁମାର ରାଉତ,ବ୍ଲକ ମିଶନ ଶକ୍ତି ସଭାପତି ସମସୁରା ବେଗମ,ଜିଲ୍ଲା ବିଜେଡି ମହିଳା ଯୁଗ୍ମ ସାଧାରଣ ସମ୍ପାଦିକା ସବିତା ବେହେରା,ନୂଆପାଟଣା ପଞ୍ଚାୟତ ପୂର୍ବତନ ସରପଞ୍ଚ ଙ୍କ ପ୍ରତିନିଧି ମହେନ୍ଦ୍ର କୁଣ୍ଡୁ, ଯୁବନେତା ସାହାଦତ୍ତ ଖାଁ,ଯୁବ ସଙ୍ଗଠକ ଆନନ୍ଦ ବେହେରା,ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଦୀପକ ମହାନ୍ତି, ନାରୀ ନେତ୍ରୀ ରଞ୍ଜୁଲତା ମଲ୍ଲ, ପଞ୍ଚାୟତ ବିଜେଡି ସଭାପତି ପ୍ରସନ୍ନ ନାୟକ,ଯୁବନେତା ବିଜୟ ବଳିୟାର ସିଂହ ଓ ସମୀର ରାଉତ, ବ୍ଲକ ବିଜେଡି ଯୁବ ସଭାପତି ପ୍ରୀତିରଞ୍ଜନ ବେହେରା, ଛାତ୍ର ସଭାପତି ହିମାଂଶୁ ଶେଖର ସ୍ୱାଇଁ,ଉପ ସଭାପତି ଶୁଭେନ୍ଦୁ ସାହୁ,ସାଧାରଣ ସମ୍ପାଦକ ଶକ୍ତିପ୍ରସାଦ ସାହୁ, ଛାତ୍ର ନେତା ସୌମ୍ୟରଞ୍ଜନ ବେହେରା, ପ୍ରଶାନ୍ତ ରାଉତ,ଶିବଶଙ୍କର ଦାସ,ସାଗର ଖଟୁଆ,ତୋଫାନ ସାମଲ, କୁମାର ସାହୁ,ଜିଲ୍ଲା ଛାତ୍ର ବିଜେଡି ସାଧାରଣ ସମ୍ପାଦକ ସାଗର ଖଟୁଆ,ଚନ୍ଦନ ନାୟକ,ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପଦଯାତ୍ରା ରେ ଉପସ୍ଥିତ ସମସ୍ତ ଅତିଥି ଙ୍କ ସମେତ ଏକ ହଜାର ରୁ ଉର୍ଦ୍ଧ ମହିଳା କର୍ମୀ ଓ ଦଳୀୟ କର୍ମୀ ମାନେ ସ୍ଥାନୀୟ ଜନସାଧାରଣ ଙ୍କ ଘରକୁ ଘର ଯାଇ ଲୋକମାନଙ୍କୁ ବିଜେଡ଼ି ସରକାର ଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ର ଦକ୍ଷ ନଥିପତ୍ର ଲେଖିକା,ଗୋଷ୍ଠୀ ସହାୟିକା, ଦଳୀୟ କର୍ମୀ ଙ୍କ ସମେତ ଶତାଧିକ ମହିଳା କର୍ମୀ,ପଞ୍ଚାୟତ ତଥା ଅନ୍ୟାନ୍ୟ ପଞ୍ଚାୟତ ବିଜେଡ଼ି କର୍ମୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଏହି ପଦଯାତ୍ରା କୁ ସଫଳ କରାଇଥିଲେ।କାର୍ଯ୍ୟକ୍ରମ କୁ ଆଠଗଡ ନିର୍ବାଚନ ମଣ୍ଡଳୀ ବିଜେଡି ସମ୍ପାଦକ ରଞ୍ଜନ ଜେନା ଉପସ୍ଥିତ ରହି ପରିଚାଳନା କରିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading