ତିଗିରିଆ -: ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ପଞ୍ଚାୟତ ସ୍ଥିତ ସୁରେନ୍ଦ୍ରପାଟଣା ଗ୍ରାମର ଏକ ସରକାରୀ ରାସ୍ତାକୁ ଜଣେ ଅସାମାଜିକ ବ୍ୟକ୍ତି ଜବରଦଖଲ କରିଥିବା ଯୋଗୁ ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ପୂର୍ବରୁ ଏ ସମ୍ପର୍କରେ ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ତେଣୁ ଆଗାମୀ ୨୫ ତାରିଖ ସୁଦ୍ଧା ଯଦି ଘଟଣା ର ସ୍ଥାୟୀ ସମାଧାନ ପ୍ରଶାସନ ପକ୍ଷରୁ କରା ନଯାଏ ତେବେ ଗ୍ରାମବାସୀ ଙ୍କ ତରଫରୁ ୨୬ ତାରିଖ ଦିନ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ପଞ୍ଚାୟତ ସ୍ଥିତ ସୁରେନ୍ଦ୍ର ପାଟଣା ଗ୍ରାମର ପ୍ରାୟ ୧ ହଜାର ଲୋକ ନିର୍ଭର କରୁଥିବା ଏକ ସରକାରୀ ରାସ୍ତାକୁ ଜଣେ ଅସାମାଜିକ ବ୍ୟକ୍ତି ଜବରଦଖଲ କରିଛି।ଫଳରେ ଏହି ରାସ୍ତା ଦେଇ ବୁଣାକାର ଙ୍କ ନିମନ୍ତେ ନିର୍ମିତ ଟାଣି ଘର ଓ ନୂଆପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଯାଉଥିବା ଲୋକମାନେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଘଟଣା ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ ରାଜ୍ୟ କୃଷି ଓ କୃଷକ କଲ୍ୟାଣ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଅବଗତ କରାଇଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ ଙ୍କ ନିର୍ଦେଶ କ୍ରମେ ଉପ ଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଓ ତିଗିରିଆ ଥାନା ଆଇଆଇସି ସୁଚିତ୍ରା ଜେନା ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଏହି ରାସ୍ତାର ମାପ କରି ଅମିନ ଚିହ୍ନଟ ଦେଇଥିଲେ। କିନ୍ତୁ ଏହି ଘଟଣା ପରେ ମଧ୍ୟ ଉକ୍ତ ଜବରଦଖଲ କାରୀ କବଳରୁ ଏହି ରାସ୍ତା ମୁକ୍ତ ହୋଇପାରିନଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ତୀବ୍ର ଅସନ୍ତୋଷ ସୃଷ୍ଟି ହେବାସହ ଗ୍ରାମର ଲୋକମାନେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।
Discover more from odia.bnslive.in
Subscribe to get the latest posts sent to your email.