ତିଗିରିଆର ନିଜିଗଡ଼ ପଞ୍ଚାୟତରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା …

Creat A Revolution
           

ତିଗିରିଆ -: ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ମାସେ ବ୍ୟାପି ସାରା ରାଜ୍ୟରେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ଆଜି ତିଗିରିଆ ବ୍ଲକର ନିଜିଗଡ଼ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କୃଷି ଓ କୃଷକ କଲ୍ୟାଣ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦେଶ କ୍ରମେ ତିଗିରିଆ ବ୍ଲକ ବିଜେଡ଼ି ସଭାପତି ଅଜିତ ଧୀରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରା ପଞ୍ଚାୟତର ଗୋପୀନାଥପୁର ଶାସନ ଗ୍ରାମର ଆରାଧ୍ୟ ଦେବୀ ମା ଥାନପତିଙ୍କ ମନ୍ଦିର ପରିସରରେ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇ ପର୍ଯ୍ୟାୟ କ୍ରମେ ଗୋପୀନାଥପୁର ଶାସନ, ନୂଆସାହି,କଦଳୀବାଡ଼ି ଶବର ସାହି, ଜଟିଆଣି ସାହି, କରଡାପଲ୍ଲୀ ଓ ନିଜିଗଡ଼ର ସମସ୍ତ ଗ୍ରାମ ପରିକ୍ରମା କରି ଶେଷରେ ନିଜିଗଡ଼ ସ୍ଥିତ ମା ପନ୍ଥାଦେବୀ ଙ୍କ ମନ୍ଦିର ନିକଟରେ ଏହି ପଦଯାତ୍ରା ଶେଷ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ,ଉପାଧ୍ୟକ୍ଷ ମାନସ କୁମାର ସାହୁ,ଦୁଇ ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ରାଉତ ଓ ସଞ୍ଜୟ କୁମାର ମଲ୍ଲିକ,ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ସାଂସଦ ଙ୍କ ପ୍ରତିନିଧି ରୂପା ଦଳେଇ,ପୂର୍ବତନ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତଥା ମନ୍ତ୍ରୀ ଙ୍କ ପ୍ରତିନିଧି ଗୌରହରି ପରିଡା,ନିଜିଗଡ଼ ସରପଞ୍ଚ ସଂଯୁକ୍ତା ମହାନ୍ତି,ମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସହାୟକ ତାପସ ପ୍ରଧାନ,ଆତ୍ମା ସଭାପତି ହରେନ୍ଦ୍ର ଦଳେଇ, ଭିରୁଡା ପଞ୍ଚାୟତ ସମିତି ସଭ୍ୟ ଧନେଶ୍ୱର ରଣା, ନିଜିଗଡ଼ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଆଇନଜୀବୀ ରାଜା ଆଦିତ୍ୟ ପ୍ରସାଦ ମହାନ୍ତି,ବରିଷ୍ଠ କର୍ମୀ ଅରୁଣ କୁମାର ମିଶ୍ର,ଜିଲ୍ଲା ବିଜେଡି ମହିଳା ସମ୍ପାଦିକା ତଥା ଭୋଗଡା ପଞ୍ଚାୟତ ସରପଞ୍ଚ ଶର୍ମିଳା ନାୟକ,ବ୍ଲକ ମିଶନ ଶକ୍ତି ସଭାପତି ସମସୁରା ବେଗମ,ଜିଲ୍ଲା ବିଜେଡି ମହିଳା ଯୁଗ୍ମ ସାଧାରଣ ସମ୍ପାଦିକା ସବିତା ବେହେରା,କୃଷକ ନେତା ଶେଖ ଅବଦୁଲ ତୟବ,ନିଜିଗଡ଼ ପଞ୍ଚାୟତ ର ଯୁବକର୍ମୀ ପ୍ରଣବ କୁମାର ସାହୁ, ବୁଧି ସାହୁ, ଆଶୀର୍ବାଦ ପଟ୍ଟନାୟକ, ଶୁଭେନ୍ଦୁ ଚାନ୍ଦ,ଆନିକ ମହାପାତ୍ର, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଦୀପକ ମହାନ୍ତି, ଯୁବନେତା ବିଜୟ ବଳିୟାର ସିଂହ ଓ ସମୀର ରାଉତ, ବ୍ଲକ ବିଜେଡି ଯୁବ ସଭାପତି ପ୍ରୀତିରଞ୍ଜନ ବେହେରା, ଛାତ୍ର ସଭାପତି ହିମାଂଶୁ ଶେଖର ସ୍ୱାଇଁ,ଉପ ସଭାପତି ଶୁଭେନ୍ଦୁ କୁମାର ସାହୁ,ଜିଲ୍ଲା ଛାତ୍ର ବିଜେଡି ସାଧାରଣ ସମ୍ପାଦକ ସାଗର ଖଟୁଆ,ଡିଜିଟାଲ ସମ୍ପାଦକ ଆଶିଷ କଅଁର,ସୋମନାଥ କୁଣ୍ଡୁ, ତୋଫାନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପଦଯାତ୍ରା ରେ ଉପସ୍ଥିତ ସମସ୍ତ ଅତିଥି, ମହିଳା କର୍ମୀ ଓ ଦଳୀୟ କର୍ମୀ ମାନେ ସ୍ଥାନୀୟ ଜନସାଧାରଣ ଙ୍କ ଘରକୁ ଘର ଯାଇ ଲୋକମାନଙ୍କୁ ବିଜେଡ଼ି ସରକାର ଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ର ଦକ୍ଷ ନଥିପତ୍ର ଲେଖିକା, ଗୋଷ୍ଠୀ ସହାୟିକା, ଦଳୀୟ କର୍ମୀ ଙ୍କ ସମେତ ଶତାଧିକ ମହିଳା କର୍ମୀ,ପଞ୍ଚାୟତ ତଥା ଅନ୍ୟାନ୍ୟ ପଞ୍ଚାୟତ ବିଜେଡ଼ି କର୍ମୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଏହି ପଦଯାତ୍ରା କୁ ସଫଳ କରାଇଥିଲେ।ଏହି କାର୍ଯ୍ୟକ୍ରମ କୁ ଆଠଗଡ ନିର୍ବାଚନ ମଣ୍ଡଳୀ ବିଜେଡି ସମ୍ପାଦକ ରଞ୍ଜନ କୁମାର ଜେନା ଉପସ୍ଥିତ ରହି ପରିଚାଳନା କରିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading