
ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତ ର ବିଭିନ୍ନ ଗ୍ରାମ ଏବେ ପ୍ରସିଦ୍ଧ ଗିରି ଗୋବର୍ଦ୍ଧନ ଯାତ୍ରା ନିମନ୍ତେ ଚଳ ଚଞ୍ଚଳ ହୋଇଉଠିଛି।ଶତାଧିକ ବର୍ଷ ଧରି ଦୀପାବଳି ଦିନ ଠାରୁ ତିନିଦିନ ଧରି ଅନୁଷ୍ଠିତ ହୋଇଆସୁଥିବା ଏହି ପ୍ରସିଦ୍ଧ ଯାତ୍ରା ଚଳିତବର୍ଷ ଗ୍ରହଣ ନିମନ୍ତେ ଗୋଟିଏ ଦିନ ବୃଦ୍ଧି କରାଯାଇଛି । ଚଳିତବର୍ଷ ୨୪ ତାରିଖରେ ଆରମ୍ଭ ହୋଇଥିବା ଏହି ଯାତ୍ରା ୨୮ ତାରିଖ ଦିନ ଭଷାଣି ସହ ଶେଷ ହେବବୋଲି ଯାତ୍ରା କମିଟିର ସଭାପତି ଧନେଶ୍ୱର ସ୍ୱାଇଁ ଓ ସମ୍ପାଦକ ସୁଦାମ ଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି। ଯାତ୍ରା ପରମ୍ପରା ଅନୁଯାୟୀ ପ୍ରତ୍ୟେକ ବର୍ଷ ଯାତ୍ରା ର ଦ୍ୱିତୀୟ ଦିବସରେ ପଞ୍ଚାୟତ ର ମାନପୁର ଗ୍ରାମ ବିଜେ ପ୍ରଭୁ ଶ୍ରୀ କପିଲେଶ୍ୱର ମହାଦେବ,ରଘୁନାଥଜୀଉ ଦେବଙ୍କ ବିଗ୍ରହ ବୃନ୍ଦବ ଚନ୍ଦ୍ର ନିକଟରେ ଶୋଭାଯାତ୍ରାରେ ପହଞ୍ଚିବା ପରେ ସେଠାରେ ତିନି ବିଗ୍ରହ ଙ୍କର ପ୍ରସିଦ୍ଧ ହରିହର ଭେଟ ଅନୁଷ୍ଠିତ ହୋଇଥାଏ

ପରେ ତିନି ବିଗ୍ରହଙ୍କୁ ବିମାନରେ ଶତାଧିକ ବହୁରୂପୀଙ୍କ ଗହଣରେ ବାଜା,ବାଣ, ରୋଷଣୀ ରେ ଗ୍ରାମ ପରିକ୍ରମା କରାଯାଇଥାଏ।ପରେ ଉକ୍ତ ଦିନ ରାତିରେ ତିନି ଠାକୁରଙ୍କ ବିଜେ ସ୍ଥଳୀରେ ତିନି ବିଗ୍ରହ ରାତ୍ରି ଯାପନ କରିଥାନ୍ତି। ପରେ ଯାତ୍ରାର ତୃତୀୟ ଦିନ ସକାଳେ ତିନି ବିଗ୍ରହଙ୍କର ହୋମଯଜ୍ଞ କାର୍ଯ୍ୟ ସମ୍ପାଦନ ପରେ ପୁନର୍ବାର ଗ୍ରାମ ପରିକ୍ରମା ପରେ ତିନି ବିଗ୍ରହ ସ୍ବ ବିଜେ ସ୍ଥଳୀ କୁ ପ୍ରତ୍ୟାବର୍ତ୍ତନ ସହ ଯାତ୍ରାର ପରିସମାପ୍ତି ଘଟିଥାଏ।ଏହି ଯାତ୍ରା ପାଇଁ ଚଳିତବର୍ଷ ୮ ଟି ଯାତ୍ରା କମିଟି ଯଥାକ୍ରମେ ନଦୀଧାର ସାହି,ଯାତ୍ରା ପଡ଼ିଆ ପୂଜା କମିଟି, ପାଟଣା ସାହି, ମଝି ସାହି, ଛକ ସାହି, ତଳ ସାହି, ବିଶୋଇ ସାହି ଓ ଭାଗବତ ସାହି ପୂଜା କମିଟି ପକ୍ଷରୁ ସୁନ୍ଦର ସୁନ୍ଦର ମେଢ଼ ନିର୍ମାଣ ସହ ଗ୍ରାମକୁ ଆଲୋକ ମାଳା ଓ ସାଦୃଶ୍ୟ ତୋରଣ ରେ ସଜ୍ଜିତ କରିଥିବା ଦେଖିବାକୁ ମିଳୁଛି।ଯାତ୍ରା ପାଇଁ ଗ୍ରାମରେ ଆଜିଠାରୁ ତିନିଦିନ ପାଇଁ କଳିଙ୍ଗ କନ୍ୟା ଯାତ୍ରାପାର୍ଟି ତରଫରୁ ନାଟକ ପରିବେଷଣ କରାଯିବାର ବ୍ୟବସ୍ଥା କରାଯାଇଛି।ଏହି ଯାତ୍ରା କୁ ଦେଖିବା ନିମନ୍ତେ ଗଦାଧରପୁର ଗ୍ରାମ ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ଙ୍କର ଭିଡ଼ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳୁଛି।ଏହି ଯାତ୍ରା କୁ ପରିଚାଳନା ପାଇଁ ଗ୍ରାମ୍ୟ ପରିଚାଳନା କମିଟିର ସଦସ୍ୟ ବିରେନ୍ଦ୍ର ସ୍ୱାଇଁ, ଗଜେନ୍ଦ୍ର ଦଳେଇ, ବିଜୟ ସ୍ୱାଇଁ, ରମେଶ ସ୍ୱାଇଁ ପ୍ରମୁଖ ସହଯୋଗ କରୁଥିବା ଜଣାପଡିଛି।

Discover more from odia.bnslive.in
Subscribe to get the latest posts sent to your email.