ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ଭିରୁଡା ପଞ୍ଚାୟତ ସ୍ଥିତ ପଣସ ପାଟଣା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଗ୍ରାମର ଶ୍ରୀଧର ସାହୁ ଙ୍କର ୪ ବଖରା ଓ ଅଭୟ ସାହୁ ଙ୍କର ୨ ବଖରା ଚାଳ ଛପର ଘର ଜଳିପୋଡି ପାଉଁଶ ହୋଇଥିବା ବେଳେ କାଳନ୍ଦୀ ଚରଣ ସାହୁ ଙ୍କର ଗୋଟିଏ ବଖରା ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି।
ଏହି ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇ ରାଜ୍ୟ କୃଷି ଓ କୃଷକ କଲ୍ୟାଣ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦୁଃଖ ପ୍ରକାଶ କରିଥିଲେ। ମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ସ୍ଥାନୀୟ ସରପଞ୍ଚ ବେଣୁଧର ସାହୁ, ସମିତି ସଭ୍ୟ ଧନେଶ୍ୱର ରଣା, ଜିଲ୍ଲା ପରିଷଦ ସଞ୍ଜୟ କୁମାର ମଲ୍ଲିକ, ପୂର୍ବତନ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତଥା ମନ୍ତ୍ରୀ ଙ୍କ ପ୍ରତିନିଧି ଗୌରହରି ପରିଡା,ପଞ୍ଚାୟତ ବିଜେଡି ସଭାପତି ପ୍ରଭାକର ବେହେରା ପ୍ରମୁଖ ଅଗ୍ନି ବିପନ୍ନ ଙ୍କ ନିକଟରେ ପହଞ୍ଚି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଙ୍କ ସମବେଦନା ବାର୍ତ୍ତା ପ୍ରଦାନ କରିବା ସହ ସମସ୍ତ ଅଗ୍ନି ବିପନ୍ନ ପରିବାର କୁ ଶୁିଲା ଖାଦ୍ୟ,ଚୁଡା,ଚାଉଳ ଇତ୍ୟାଦି ପ୍ରଦାନ କରିଥିଲେ।
Discover more from odia.bnslive.in
Subscribe to get the latest posts sent to your email.