ତିଗିରିଆ ବ୍ଲକ କାର୍ଯ୍ୟାଳୟରେ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ

Creat A Revolution
           

ତିଗିରିଆ -: ତିଗିରିଆ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଯୋଗଦେଇଥିଲେ।ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ମାନସ କୁମାର ସାହୁ,ବିଡ଼ିଓ ପ୍ରଣବ କୁମାର ବେହେରା, ଏବିଡ଼ିଓ ଅଭିପ୍ସା ସ୍ୱାଇଁ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସମୀର କୁମାର ରଥ, ସହକାରୀ ଯନ୍ତ୍ରୀ ଅଶୋକ କୁମାର ନନ୍ଦ ପ୍ରମୁଖ ଯୋଗଦେଇଥିଲେ।

ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ବ୍ଲକର ବିଭିନ୍ନ ପଞ୍ଚାୟତ କେନ୍ଦ୍ର ସରକାରଙ୍କ ମନରେଗା ଯୋଜନାରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା ଓ ବୈଠକରେ ଉପସ୍ଥିତ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ଓ ହିତାଧିକାରୀ ମାନେ ସେମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଜଣାଇଥିଲେ।ଜିଲ୍ଲାରେ ମନରେଗା ଯୋଜନାରେ ବ୍ଲକର କାର୍ଯ୍ୟ ଅନେକ କ୍ଷେତ୍ରରେ ସନ୍ତୁଷ୍ଟ ଜନକ ହୋଇଥିଲେ ମଧ୍ୟ ଆହୁରି ଅଧିକରୁ ଅଧିକ ନୂତନ ପ୍ରକଳ୍ପ ଏହି ଯୋଜନାରେ ସାମିଲ କରାଯିବା ସହିତ କାର୍ଯ୍ୟ ଆରମ୍ଭ କରିବା ଉଚିତ ବୋଲି ବୈଠକରେ ଉପସ୍ଥିତ ଭିଆରପି ାନେ ମତ େଇଥିଲେ। ସେହିପରି ବ୍ଲକରେ ଥିବା ସମସ୍ତ ଭତା ହିତାଧିକାରୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା।ବ୍ଲକ ରେ ଭତ୍ତା ହିତାଧିକାରୀଙ୍କ ମଧ୍ୟରେ ଭତ୍ତା କୁ ନେଇ ବିଶେଷ ଅଭିଯୋଗ ନଥିବା ଦେଖିବାକୁ ମିଳିଥିଲା।ଏହି ଅବସରରେ ସାମାଜିକ ସମୀକ୍ଷା ଦଳ ବ୍ଲକର ହିତାଧିକାରୀଙ୍କ ଜବ କାର୍ଡକୁ ଅପଡେଟ କରାଯିବା ସହ ବ୍ଲକରେ ରୋଜଗାର ମେଳାର ଆୟୋଜନ କରାଯିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ପଞ୍ଚାୟତର ଜନ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ବ୍ଲକର ଅନ୍ୟାନ୍ୟ କର୍ମଚାରୀ , ଭିଆରପି ଓ ହିତାଧିକାରୀ ମାନେ ଉପସ୍ଥିତ ଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading