ଜାତୀୟ ଆଇନ ସେବା ଦିବସ ପାଳିତ …

Creat A Revolution
           

କୋକସରା :- କୋକସରା ତାଳୁକ ଆଇନ ସେବା ସମିତି ପକ୍ଷରୁ ବୁଧବାର ବ୍ଳକର ଲଡୁଗାଁ ଓ ଟେମରା ପଞ୍ଚାୟତ ଠାରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଛି l ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷା ରିତିକା ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଲଡୁଗାଁ ଠାରେ ଅତିଥି ଭାବେ ନାଏବ ସରପଞ୍ଚ ସୋଭାଙ୍ଗିନୀ ଚଣ୍ଡୀ, ଅବସରପ୍ରାପ୍ତ ଶିକ୍ଷକ ଇଶ୍ୱର ଚନ୍ଦ୍ର ଦାସ, ଦେବାନନ୍ଦ ନାଏକ, ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ। ସେହିପରି ଭାବେ ଟେମରା ଠାରେ ସରପଞ୍ଚ କ୍ଷିତୀରାମ ପାତ୍ର, ସମିତି ସଭ୍ୟ ଅନୁଶୟା ମାଝୀ, ସୁଧୀର ପାତ୍ର ସମେତ ଗ୍ରାମବାସି ଉପସ୍ଥିତ ରହିଥିଲେ।

ଏହି ଅବସରରେ ସାଧାରଣ ଲୋକଙ୍କୁ ଆଇନ ସେବା କ୍ଷେତ୍ରରେ ସେମାନଙ୍କ ଅଧିକାର ତଥା ଆଇନ ସେବା ପ୍ରାଧିକରଣ ଅଧିନିୟମର ବିଭିନ୍ନ ଲୋକାଭିମୁଖି ାରା ତଥା ବ୍ୟବସ୍ଥା ବିଷୟରେ ସଚେତନତା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଆଇନଜୀବୀ ଲକ୍ଷ୍ମୀକାନ୍ତ ଖମାରୀ ଓ ମନୋଜ କୁମାର ନାଏକ ପରିଚାଳନା କରିଥିଲେ। କୋକସରା ବାର ଆସୋସିଏସନ୍ ସଭାପତି ରଶିକରାଜ ଦୁର୍ଗା, ସରକାରୀ ଆଇନଜୀବୀ ଅଜିତ କୁମାର ପଟ୍ଟନାୟକ, ଜାଗା ପଟ୍ଟନାୟକ, ଲକ୍ଷ୍ମୀଧର ମେହେର, ପ୍ରିୟ ରଞ୍ଜନ ବେହେରା, ସୁଜିତ ପଟ୍ଟନାୟକ ସମେତ କୋକସରା କୋର୍ଟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading