କେଶରୀୟା ହିନ୍ଦୁ ପରିଷଦର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ …

Creat A Revolution
           

ସର୍ବପ୍ରଥମେ କେଶରୀୟା ହିନ୍ଦୁ ପରିଷଦ ଭାରତର ସଂସ୍ଥାପକ ଜ୍ଞାନରଞ୍ଜନ ଜେନା ରାଜ୍ୟ ସଭାପତି ସୁନୀଲ କୁମାର ସାହୁଙ୍କ ନାମ ଘୋଷଣା କରିଥିଲେ, ଏହାପରେ ମୁଖ୍ୟ ଅତିଥି ଶ୍ରୀ ମୁରଲୀ ଶର୍ମା ଜି ଆଗାମୀ ଦିନରେ ସଂଗଠନ କିପରି ସୁଦୃଢ ହେବ ଏବଂ ସନାତନ ହିନ୍ଦୁ ଧର୍ମର ପ୍ରସାର ପ୍ରଚାର ପାଇଁ ଉଦବୋଧନ ଦେଲେ । ରାଜ୍ୟ ଯୁବବାହିନୀ ସଭାପତି ସମ୍ବିତ ମହାପାତ୍ର ତାଙ୍କର ରାଜ୍ୟ ସାଧାରଣ ସମ୍ପାଦକ,ରାଜ୍ୟ ଯୁବବାହିନୀ ସଂଯୋଜକ ତତ ସହିତ ୬ ଟି ଜିଲ୍ଲାରେ ସଭାପତି ଘୋଷଣା କରି ଆଗାମୀ ଦିନରେ କେଶରୀୟା ହିନ୍ଦୁ ପରିଷଦ ମାଧ୍ୟମରେ ମଠ, ମନ୍ଦିର ଆଦି ପରିଷ୍କାର ପରିଛନ୍ନ ଏବଂ ହିନ୍ଦୁ ସଂସ୍କୃତିର ସମସ୍ତ ପର୍ବପର୍ବାଣି ପାଳନ କରିବା ସହିତ ଲୋକଙ୍କ ପାଖରେ ପହଂଚାଇବା ପ୍ରଥମ ଉଦେଶ୍ୟ ବୋଲି ପ୍ରକାଶ କରିଥିଲେ ।

ମହିଳା ବାହିନୀ ସଭାପତି ରଶ୍ମିମୟୀ ପଟ୍ଟନାୟକ ଜଗନ୍ନାଥ ଧର୍ମକୁ ବିରୋଧ କରୁଥିବା ଲୋକଙ୍କୁ କିପରି ଉଚିତ ଜବାବ ଦେଇହେବ ସେଥିପାଇଁ ଯୋଜନା ପ୍ରସ୍ତୁତି ବିଷୟରେ ଅବଗତ କରିବା ସହ ୧୦ ଟି ଜିଲ୍ଲାରେ ମହିଳା ବାହିନୀ ସଭାପତି ଘୋଷଣା କରିଥିଲେ ଏଥିସହ ଓଡିଶା ପ୍ରଦେଶର ସାଧାରଣ ସମ୍ପାଦିକା ଶୁଚିସ୍ମିତା ତ୍ରିପାଠୀ ସଭା ପରିଚାଳନା କରିଥିଲେ ଏବଂ ମହିଳା ବାହିନୀ ସାଧାରଣ ସମ୍ପାଦିକା ରତ୍ନପ୍ରଭା ପଣ୍ଡା ହିନ୍ଦୁତ୍ୱ ଉପରେ ବିଷୟ ବସ୍ତୁ ରଖିବା ସହ ହେତୁବାଦୀ ଙ୍କୁ ଚେତାବନୀ ଦେଇଥିଲେ ।ଶେଷରେ କାର୍ଯ୍ୟକ୍ରମର ବିଷୟ ବସ୍ତୁ ଉପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ରାଜୀବ ଲୋଚନ ପୁଷ୍ଟି ଗଣମାଧ୍ୟମ ସଂଯୋଜକ ତଥା ରାଜ୍ୟ ସମ୍ପାଦକ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading