ତିଗିରିଆ ନୂଆପାଟଣାରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ …

Creat A Revolution

ତିଗିରିଆ -: ତିଗିରିଆ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଆଜି ବ୍ଲକର ନୂଆପାଟଣା ପଞ୍ଚାୟତ ସ୍ଥିତ ନୂଆପାଟଣା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଚଳିତ ଶିକ୍ଷାବର୍ଷର ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ପ୍ରିୟରଞ୍ଜନ ହୋତାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଡ଼ିଓ ପ୍ରଣବ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ମାନସ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ କୁମାର ମଲ୍ଲିକ, ଭୋଗଡା ପଞ୍ଚାୟତ ସରପଞ୍ଚ ଶର୍ମିଳା ନାୟକ ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କେତକୀ କୁଣ୍ଡୁ ଯୋଗଦେଇଥିବା ବେଳେ ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ଅତିଥି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ପଛରେ ଦୌଡ଼ିବାର ଲାଳସା ତ୍ୟାଗ କରି ଉ୍ତମ ଜ୍ଞାନ ଆହରଣ ଦିଗରେ ବିଦ୍ୟା ଅର୍ଜନ ମୂଳ ଲକ୍ଷ୍ୟ ହେଉ ବୋଲି ମତ ଦେଇଥିଲେ।

ଆଜିର ଏହି ପ୍ରଦର୍ଶନୀ ରେ ସର୍ବମୋଟ ୧୪୭ ଟି ପ୍ରକଳ୍ପ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା।ସେଥିମଧ୍ୟରୁ ବରିଷ୍ଠ ବିଭାଗ ରେ ୩୩ ଟି ପ୍ରକଳ୍ପ, କନିଷ୍ଠ ବିଭାଗ ରେ ୭୫ ଟି ଓ ଉପ କନିଷ୍ଠ ବିଭାଗ ରେ ୩୯ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ଏହି ପ୍ରଦର୍ଶନୀ ରେ ବରିଷ୍ଠ ବିଭାଗ ରେ ବିଚାରକ ଭାବେ ନୂଆପାଟଣା ଚୈତନ୍ୟ ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଜୁଲୋଜି ଅଧ୍ୟାପିକା କବିତା ସ୍ୱାଇଁ ଓ ବଡମ୍ବା ବ୍ଲକ ବଡ଼ବାରସିଂହ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିରଞ୍ଚି ନାରାୟଣ ସାହୁ ଯୋଗଦେଇଥିଲେ।ସେହିପରି କନିଷ୍ଠ ଓ ଉପ କନିଷ୍ଠ ବିଭାଗ ର ବିଚାରକ ଭାବେ ନୂଆପାଟଣା ଅର୍ଜ୍ଜୁନ ସୁବୁଦ୍ଧି ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ବିଜୟ କୁମାର ଖଟୁଆ ଓ ବଡମ୍ବା ବ୍ଲକ କସିକିଆରୀ ସ୍ଥିତ ପ୍ରଫୁଲ୍ଲ ବିଶ୍ୱାଳ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ବିଜୟ କୁମାର ବିଶ୍ବାଳ ଯୋଗଦେଇଥିଲେ।ଆଜିର ଏହି ପ୍ରଦର୍ଶନୀ ରେ ବରିଷ୍ଠ ବିଭାଗ ରେ ନୂଆପାଟଣା ଅର୍ଜ୍ଜୁନ ସୁବୁଦ୍ଧି ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ରିତିକା ପ୍ରିୟଦର୍ଶିନୀ ଓ ବିଦୁସ୍ମିତା ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ସେହିପରି ତିଗିରିଆ ପବିତ୍ର ମୋହନ ବିଦ୍ୟାପୀଠ ର ଛାତ୍ର ଶଙ୍କର ସାହୁ ଓ ଆଶୁତୋଷ ମହାନ୍ତି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଗଦାଧରପୁର ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଆଦ୍ୟାଶା ଖଟୁଆ ଓ ଅମୟ ସ୍ୱାଇଁ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସେହିପରି କନିଷ୍ଠ ବିଭାଗ ରେ ପୁରୁଣା ତିଗିରିଆ ମହେଶ୍ବର ନୋଡାଲ ବିଦ୍ୟାପୀଠ ର ଛାତ୍ର ଶୁଭମ ମହାନ୍ତି ପ୍ରଥମ, ନିଜିଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ବିଷ୍ଣୁପ୍ରିୟା ସାହୁ ଓ ରାଜଶ୍ରୀ ଦାସ ଦ୍ୱିତୀୟ, ସୋମପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ସ୍ୱାଧୀନ ପ୍ରଧାନ ଓ ମନମୋହନ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସେହିପରି ଉପ କନିଷ୍ଠ ବିଭାଗ ରେ ନୂଆପାଟଣା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର କ୍ରିଷ୍ଣା ଦାସ ଓ ଅମ୍ବିକା ପାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପୁରୁଣା ତିଗିରିଆ ମହେଶ୍ବର ନୋଡାଲ ବିଦ୍ୟାପୀଠ ର ଛାତ୍ରୀ ପ୍ରଜ୍ଞା ପରମିତା ମହାନ୍ତି ଦ୍ୱିତୀୟ ଓ ଭୋଗଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ସୋନାଲି ମହାରଣା ଓ ରୋଜାଲିନ ମହାରଣା ତୃତୀୟ ସ୍ଥାନ ଅଧିକାର କରିଥିଲେ।ବରିଷ୍ଠ ଓ କନିଷ୍ଠ ବିଭାଗ ର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଓ ଉପ କନିଷ୍ଠ ବିଭାଗ ର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଜିଲ୍ଲା ସ୍ତରରେ ଆଗାମୀ ଦିନରେ ହେବାକୁ ଥିବା ବିଜ୍ଞାନ ମେଳା ପାଇଁ ଯୋଗ୍ୟତା ହାସଲ କରିଥିବା ବ୍ଲକ ଶିକ୍ଷାଧିକାରୀ ଶ୍ରୀ ହୋତା ସୂଚନା ଦଇନ୍ତି।ଆଜିର କାର୍ଯ୍ୟକ୍ରମ କୁ ନୂଆପାଟଣା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କର୍ଣ୍ଣାର୍ଜୁନ ନାୟକ ସଂଯୋଜନା କରିଥିବା ବେଳେ ଶିକ୍ଷକ ମାଧବ ଚନ୍ଦ୍ର ପାତ୍ର ମଞ୍ଚ ପରିଚାଳନା କରିଥିଲେ।ବ୍ଲକ ର ସମସ୍ତ ସାଧନ କେନ୍ଦ୍ର ସଂଯୋଜକ,ନୂଆପାଟଣା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମେତ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସମସ୍ତେ ଜାଣନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପଦ୍ମପୁର ଉପନିର୍ବାବନରେ ବ୍ୟସ୍ତ ବିଜ୍ଞାନମେଳା କାର୍ଯ୍ୟକର୍ମରେ ଯୋଗଦାନ କରିପାରିବେ ନାହିଁ ତେବେ ମନ୍ତ୍ରୀଙ୍କ ଫଟୋକୁ ନେଇ ଏତେ ରାଜନୀତି କାହିଁକି ଜବାବ ମାଗୁଛନ୍ତି ସାଧାରଣ ଜନତା ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!