ଆଠଗଡ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଖୋ ଖୋ ଟୁର୍ଣ୍ଣାମେଣ୍ଟ

Creat A Revolution
           

ଆଠଗଡ -: ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦର ମିଳିତ ଆନୁକୂଲ୍ୟରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ପୁରୁଷ ଖୋ ଖୋ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ସହିତ ରିଜୋନାଲ୍ ଡିଗ୍ରୀ କଲେଜ, ରାମବାଗ ଯାଜପୁର, ନରସିଂହପୁର କଲେଜ, ବାଙ୍କି ସ୍ବୟଂଶାସିତ ମହାବିଦ୍ୟାଳୟ, ଦୟାବିହାର ଡିଗ୍ରୀ କଲେଜ, କଣାସ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟ, ଚଣ୍ଡିଖୋଲ ଓ.ପି.ଏସ ମହାବିଦ୍ୟାଳୟ ହିନ୍ଦୋଳ ରୋଡ, ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଭୁବନେଶ୍ବର, ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ,ପୁରୀ, ଶ୍ରୀ ବେଣେଶ୍ବର ଡିଗ୍ରୀ କଲେଜ ଖୋର୍ଦ୍ଧା ଆଦି ଦଶଗୋଟି ମହାବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲୋକନାଥ ସାହୁଙ୍କ ପୌରହିତରେ ଆୟୋଜିତ ଉକ୍ତ ଟୁର୍ଣ୍ଣାମେଣ୍ଟକୁ ଆଠଗଡ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦର ଉପସଭାପତି ସଚ୍ଚିଦାନନ୍ଦ ଜେନା। ଉତ୍କଳ ବିଶ୍ୱବିଦ୍ୟାଳୟର କ୍ରୀଡା ଚୟନ କମିଟି ତରଫରୁ ରାଜକିଶୋର ମହାନ୍ତି, ଜି.ଏମ. ଲ କଲେଜ, ରବିନାରାୟଣ ପ୍ରଧାନ, ବାଙ୍କି ସ୍ବୟଂଶାସିତ ମହାବିଦ୍ୟାଳୟ ଯୋଗ ଦେଇଥିବା ବେଳେ ରେଫରି ଭାବେ କୃପାସିନ୍ଧୁ ପ୍ରଧାନ, ଦିଲ୍ଲୀପ କୁମାର ସାହୁ, ସୁଜିତ କୁମାର ଦାସ, ଚିନ୍ତାମଣି ପ୍ରଧାନ, ପ୍ରମୋଦ କୁମାର ନନ୍ଦ, ରାଜେଶ ରୋଶନ ପ୍ରଧାନ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ। କ୍ରୀଡାର ଧାରାବିବରଣୀ ଓ ସହଯୋଗ କରିଥିଲେ ଅଧ୍ୟାପକ ଡଃ ଅଞ୍ଜନ କୁମାର ନନ୍ଦ, ଅନିରୁଦ୍ଧ ସେନାପତି, ଡଃ ଚିତ୍ରସେନ ରାଉତ ଓ ଆଠଗଡ ଖୋ ଖୋ ପରିଷଦ ଆଠଗଡ। ପ୍ରଥମ ଦିବସ ଶେଷ ସୁଦ୍ଧା ପ୍ରଥମ ସେମିଫାଇନାଲ୍ ରେ ବିଜୟଲାଭ କରି ଦୟାବିହାର ଡିଗ୍ରୀ ମହାବିଦ୍ୟାଳୟ କଣାସ ଆସନ୍ତା କାଲି ହେବାକୁ ଥିବା ଫାଇନାଲ୍ ରେ ପ୍ରବେଶ କରିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading