ଆଠଗଡରେ ପ୍ରଧାନ ମନ୍ତ୍ରୀ ଆବାସ ଓ଼ ହରିଶ୍ଚନ୍ଦ୍ର ସହାୟତା ଅର୍ଥ ଲୁଟ୍ ପଛରେ ରଞ୍ଜନ ଆଚାର୍ଯ୍ୟ ପରିବାର, ବ୍ଲକ ପ୍ରଶାସନ ଓ ମନ୍ତ୍ରୀ ରଣେନ୍ଦ୍ର

Creat A Revolution
           
May be an image of 11 people and people standing

ଆଠଗଡ -: ଆଠଗଡ ବ୍ଲକରେ ଗରିବ ଲୋକଙ୍କ ପାଇଁ ସରକାର ଯୋଗାଉ ଥିବା ପ୍ରଧାନମନ୍ତ୍ରୀ ଆବାସ ଓ଼ ହରିଶ୍ଚନ୍ଦ୍ର ସହାୟତା ରାଶିକୁ ହିତାଧିକାରୀଙ୍କୁ ନ ଦେଇ ବ୍ଲକ ପ୍ରଶାସନ ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ତାଙ୍କ ମୁଣ୍ଡିଆଳ ଚାମଚା ରଞ୍ଜନ ଆଚାର୍ଯ୍ୟଙ୍କ ପରିବାର ହରିଲୁଟ କରିଥିବା ଯୁବ ସଂଗଠକ ଅଭୟ କୁମାର ବାରିକ ଅଭିଯୋଗ କରିଛନ୍ତି । ଆଜି ଅପରାହ୍ନରେ ୨୦ ରୁ ଉର୍ଦ୍ଧ ହିତାଧିକାରୀଙ୍କ ସହ ବ୍ଲକ କାର୍ଯ୍ୟାଳୟକୁ ଯାଇ ମଣ୍ଡଳ ଉନୟନ ଅଧିକାରୀ ଅରୁଣ କୁମାର ଦାଶଙ୍କୁ ଅଭିଯୋଗ ଦେଇଛନ୍ତି ।

ଅଭିଯୋଗ ଅନୁଯାଇ ମଞ୍ଚେଶ୍ୱର ପଞ୍ଚାୟତ ଲିଙ୍ଗପଦା ଗ୍ରାମର ସୁଶାନ୍ତ କୁମାର ବେହେରା ପିତା କେଶବ ବେହେରାଙ୍କ ନାମରେ ୨୦୧୭-୨୦୧୮ ମସିହାରେ ରାଜ୍ୟ ସରକାର ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦେଇଥିଲେ । ସେହି ଅନୁଦାନରୁ ଘର କରିବାକୁ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଅଗ୍ରିମ ୨୦ ହଜାର ଟଙ୍କା ଦେଇଥିଲେ । କିନ୍ତୁ ବିଧିର ବିଧାନକୁ ତାଙ୍କୁ ପରବର୍ତ୍ତି ସ୍ଥିତିରେ ସରପଞ୍ଚ ବାଧା ସାଜିଥିଲେ । କାମ ଆଗକୁ ସମ୍ପୁର୍ଣ୍ଣ କରିପାରିନଥିଲେ । ପରବତ୍ତି ସମୟରେ ତାଙ୍କୁ ବ୍ଲକ ପ୍ରଶାସନ ତରଫରୁ ସେହି ୨୦୦୦ ସହ ୫୦୦ ଜୋରିମନା କରାଯାଇ ଶୁଝିବା ପାଇଁ ନୋଟିସ କରାଯାଇଥିଲା । କିନ୍ତୁ ସେ ସୁଝିନଥିଲେ ପରେ ଜାଣିବାକୁ ପାଇଲେ ଯାହା ଆର୍‌.ଟି.ଆଇ ତଥ୍ୟ ମୁତାବକ ତାଙ୍କ ନାମରେ ୫୦ହଜାର ଟଙ୍କା ଉଠାଜାଇଛି ।

ସମ୍ପୃକ୍ତ ହିତାଧିକାରୀ ସୁଶାନ୍ତ ସୂଚନା ଅଧିକାର ଆଇନରେ ଉକ୍ତ ତଥ୍ୟ ସଂଗ୍ରହ କରି ବିଡିଓ଼ଙ୍କୁ ଅଭିଯୋଗ କରିଛନ୍ତି । ସେହିପରି କୁମାରପୁର ପଞ୍ଚାୟତରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଦିଆଯାଉଥିବା ହରିଶ୍ଚନ୍ଦ୍ର ସହାୟତା ରାଶିରୁ ପ୍ରାୟ ଶତାଧିକ ଲୋକଙ୍କ ପଇଶା ଗ୍ରାମପଞ୍ଚାୟତ କର୍ମଚାରୀ ଖାଇଯାଇଛନ୍ତି । ଏ ସଂମ୍ପର୍କରେ ଆଜି ବ୍ଲକ କାର୍ଯ୍ୟଳୟରେ ୨୦ ଜଣ ହିତାଧିକାରୀ ଏକାଠି ହୋଇ ୨୦୧୭ ରୁ ୨୦୨୨ ମସିହା ମଧ୍ୟରେ ସେମାନଙ୍କ ପରିବାରର ସହାୟତା ରାଶି ପାଇ ନ ଥିବା କହିଛନ୍ତି । ଅଭିଯୋଗ କାରୀଙ୍କ ମଧ୍ୟରେ କୁମାରପୁରର ନିରଞ୍ଜନ ଦେହୁରୀ, ଶଙ୍କର ଦେହୁରୀ, ବଳିପୁରର କେଦାର ନାଥ ସାମଲ, ଓସ୍ତପୁରର ସରସ୍ୱତୀ ଖିଲାର, ଓ଼ ଦାମ୍ପତିପୁରର ସମ୍ଭାରୀ ଛତରୀ ପ୍ରମୁଖ ଉସ୍ଥିତ ଥିଲେ, ଆଜିର ସାମ୍ବାଦିକ ସମ୍ମିଳନୀରେ ଯୁବ ସଂଗଠକ ଅଭୟ ବାରିକଙ୍କ ସମେତ ସରୋଜ କୁମାର ଦାସ, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ସାମ୍ବାଦିକ ମାନଙ୍କୁ ଅବଗତ କରିବା ସହ ୧୫ ଦିନ ମଧ୍ୟରେ ହିତାଧିକାରୀଙ୍କୁ ନ୍ୟାୟ ନ ମିଳିଲେ ବ୍ଲକ ସମ୍ମୁଖରେ ଧାରଣା ଦିଆଯିବ ବୋଲି କହିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading