ଖଣ୍ଡହତାରେ ୨୦୨୨ ମ୍ୟାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ …

Creat A Revolution
           

ତିଗିରିଆ -ତିଗିରିଆ ବ୍ଲକ ଅନ୍ତର୍ଗତ ବଡନାଉପୁଟ ପଞ୍ଚାୟତ ସ୍ଥିତ ଖଣ୍ଡହତା ଗ୍ରାମରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ନୋଡାଲ ବିଦ୍ୟାପୀଠ ର ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାନଙ୍କର ଏକ ବୈଠକ ଅଂଶୁପା ହ୍ରଦ ନିକଟରେ ଅନୁଷ୍ଠିତ ହୋଇଯାଇଛି।ଛାତ୍ର ପ୍ରଜ୍ଞାନ ରାଉତ ଓ ଆଶୀର୍ବାଦ ସାହୁ ଙ୍କ ପ୍ରତ୍ୟକ୍ଷ ସଂଯୋଜନା ରେ ଅନୁଷ୍ଠିତ ଏହି ବୈଠକରେ ସର୍ବପ୍ରଥମେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଅନ୍ତର୍ଯ୍ୟାମୀ ସ୍ଵାଇଁ, ବରିଷ୍ଠ ଶିକ୍ଷକ ସୁକାନ୍ତ କୁମାର ପଣ୍ଡା, ଶିକ୍ଷକ ପ୍ରସନ୍ନ କୁମାର ସାହୁ, ଶିକ୍ଷକ ବିଦ୍ୟାଧର ରାଉତ,ଶିକ୍ଷକ ନିଶାକର ଖଟୁଆ, ଶିକ୍ଷୟିତ୍ରୀ ସୁଭଦ୍ରା ସାହୁ ,ବିଦ୍ୟାଳୟ ର କର୍ମଚାରୀ ପ୍ରଭାକର ଖଟୁଆ ଓ ଧୀରେନ୍ଦ୍ର ଖଟୁଆ ଙ୍କୁ ଛାତ୍ରଛାତ୍ରୀ ଙ୍କ ତରଫରୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟ ର ଶତ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବାରୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ କୁ ତିଗିରିଆ ବ୍ଲକ ରେ ଶ୍ରେଷ୍ଠ ବିଦ୍ୟାଳୟ ର ପୁରସ୍କାର ମିଳିବା ସହ ଏକ ଲକ୍ଷ ଟଙ୍କାର ନଗଦ ଅର୍ଥ ରାଶି ମଧୟ ୍ରଦାନ କରାଯାଇଛି।ତେଣୁ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଙ୍କ ଯୋଗୁଁ ବିଦ୍ୟାଳୟ ଏହି ସଫଳତା ହାସଲ କରିଥିବାରୁ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀ ସ୍ଵାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସେମାନେ ବିଦ୍ୟାଳୟ କୁ ଗୌରବାନ୍ୱିତ କରିଥିବା ସୂଚନା ଦେଇଛନ୍ତି।ଏଥିସହିତ ଚଳିତ ଶିକ୍ଷାବର୍ଷ ରେ ବିଦ୍ୟାଳୟ ର ୭ ଜଣ ଛାତ୍ରଛାତ୍ରୀ ମେଧା ପୁରସ୍କାର ଓ ଭାଷା ପୁରସ୍କାର ଲାଭ କରିଥିବା ମଧ୍ୟ ପ୍ରଧାନଶିକ୍ଷକ ଶ୍ରୀ ସ୍ଵାଇଁ ସୂଚନା ଦେଇଥିଲେ। ପରେ ସମସ୍ତ ଛାତ୍ରଛାତ୍ରୀ ନିଜ ନିଜର ବିଦ୍ୟାଳୟ ଜୀବନର ଅନୁଭୂତି ବର୍ଣ୍ଣନା କରିବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading