ତିଗିରିଆରେ ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର ଉଦଯାପିତ

Creat A Revolution
           

ତିଗିରିଆ – ତିଗିରିଆ ବ୍ଲକ ଅନ୍ତର୍ଗତ ହାଟମାଳ ପଞ୍ଚାୟତ ସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ପରିସରରେ ଦୀର୍ଘ ୭ ଦିନ ଧରି ଚାଲିଥିବା ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି।ପଞ୍ଚାୟତ ର ସରପଞ୍ଚ ସଂଯୁକ୍ତା ସ୍ୱାଇଁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ପ୍ରଣବ କୁମାର ବେହେରା,ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ରାଉତ,ସମିତି ସଭ୍ୟା ଗାୟତ୍ରୀ ଦାସ,ବାତ୍ୟା ଆଶ୍ରୟ ସ୍ଥଳୀର ସମ୍ପାଦକ ବ୍ରଜବନ୍ଧୁ ପଣ୍ଡା,ଯୁବ ସମାଜସେବୀ ପିଣ୍ଟୁ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।୭ ଦିନ ଧରି ଚାଲିଥିବା ଥିବା ଏହି ତାଲିମ ଶିବିରରେ ୧୮ ରୁ ୩୫ ବର୍ଷୀୟ ମୋଟ ୨୫ ଜଣ ଯୁବକ ଯୁବତୀ ସ୍ୱେଚ୍ଛାସେବୀଙ୍କୁ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିରେ ବିପନ୍ନ ଲୋକଙ୍କୁ କିଭଳି ଭାବେ ସୁରକ୍ଷିତ ଉଦ୍ଧାର ଓ ସନ୍ଧାନ କରାଯାଇପାରିବ ସେ ସମ୍ପର୍କରେ ବିଭିନ୍ନ କୌଶଳର ଶିକ୍ଷା ଦିଆଯାଇଥିଲା।

ଏଥିସହିତ ଏହି ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀର ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେ କମିଟିର ସଦସ୍ୟ ମାନଙ୍କୁ ମଧ୍ୟ ୪ ଦିନ ଧରି ତାଲିମ ପ୍ରଦାନ କରାଯିବା ସହ ପ୍ରାଥମିକ ବିପର୍ଯ୍ୟୟ ସମୟରେ ସ୍ୱାସ୍ଥ୍ୟ ସମସ୍ୟା ଭୋଗ କରୁଥିବା ବିପନ୍ନ ଙ୍କୁ କିଭଳି ଭାବେ ସମସ୍ତ ୨୫ ସ୍ୱେଚ୍ଛାସେବୀ ପ୍ରାଥମିକ ଚିକିତ୍ସା ପ୍ରଦାନ କରିପାରିବେ ସେ ନେଇ ତାଲିମ ପ୍ରଦାନ କରାଯାଇଥିଲା।ଏହି ପ୍ରଶିକ୍ଷଣ ଶିବିରରେ ଓଏସଡ଼ିଏମଏ ର ସ୍ବୀକୃତିପ୍ରାପ୍ତ ପ୍ରଶିକ୍ଷକ ଉପସ୍ଥିତ ରହି ସମସ୍ତଙ୍କୁ ତାଲିମ ପ୍ରଦାନ କରିଥିବା ବେଳେ ଆଜିର କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ଅତିଥି ମାନଙ୍କ ଦ୍ଵାରା ଶିବିର ର ସମସ୍ତ ପ୍ରଶିକ୍ଷକ ଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ସେହିପରି ଶିବିର ରେ ଅଂଶ ଗ୍ରହଣ କରିଥିବା ସମସ୍ତ ସ୍ୱେଚ୍ଛାସେବୀ ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ଏହି ଶିବିର କୁ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀର ସମ୍ପାଦକ ଶ୍ରୀ ପଣ୍ଡା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ନାରୀ ନେତ୍ରୀ ବିନୋଦିନୀ ପରିଡା,ଯୁବ ସଙ୍ଗଠକ ରମେଶ ଦାସ,ସାଗର ଖଟୁଆ,ରମେଶ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସରପଞ୍ଚ ଶ୍ରୀମତୀ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading