ତୃତୀୟ ପ୍ରଶାନ୍ତ ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ବଡମ୍ବା ଚମ୍ପିୟାନ

Creat A Revolution
           

ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ପୁରୁଣାତିଗିରିଆ ପଞ୍ଚାୟତ ସ୍ଥିତ ସନରାଇଜ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଚାଲିଥିବା ତୃତୀୟ ପ୍ରଶାନ୍ତ ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜିର ଫାଇନାଲ ମ୍ୟାଚରେ ନୂଆପାଟଣାର ଛତ୍ରପତି ଶିବାଜୀ କ୍ରିକେଟ ଆସୋସିଏସନକୁ ୫୬ ରନରେ ପରାସ୍ତ କରି ବଡମ୍ବାର ବିବିଏସସି କ୍ରିକେଟ କ୍ଳବ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି। ବଡମ୍ବା ଦଳ ପ୍ରଥମେ ବ୍ୟାଟିଂର ନିମନ୍ତ୍ରଣ ପାଇ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଉଇକେଟ ହରାଇ ୨୭୨ରନ ସଂଗ୍ରହ କରିଥିଲେ।ଦଳ ତରଫରୁ ଦେବାଶିଷ ପାଇକରାୟ ୩୯ ଟି ବଲ ରୁ ସର୍ବାଧିକ ୮୩ ରନ ସଂଗ୍ରହ କରିଥିଲେ। ଜବାବରେ ନୂଆପାଟଣା ଦଳ ନିର୍ଦ୍ଧାରିତ ଓଭରରେ ୭ ଟି ଉଇକେଟ ହରାଇ ମାତ୍ର ୨୧୬ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ। ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଆଠଗଡ ନିର୍ବାଚନ ମଣ୍ଡଳୀ ର ଯୁବ ସଙ୍ଗଠକ ଆଦିତ୍ୟ ପ୍ରତାପ ସ୍ଵାଇଁ ଯୋଗଦେଇ ଉଭୟ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ଓ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ ଓ ପୁରୁଣା ତିଗିରିଆ ପଞ୍ଚାୟତ ସରପଞ୍ଚ ପ୍ରତାପ ୁମାର ଜେନା ଯୋଗଦେଇଥିଲେ।ଆଜିର ଖେଳ କୁ ଅଶୋକ କୁମାର ନାୟକ ଓ ମନୋରଞ୍ଜନ ସ୍ବାଇଁ ପରିଚାଳନା କରିଥିବାବେଳେ ଖେଳ ର ଧାରା ବିବରଣୀ ରଶ୍ମିରଞ୍ଜନ ନାୟକ ପ୍ରଦାନ କରିଥିଲେ।ଖେଳ ପରିଚାଳନା ରେ ସନରାଇଜ କ୍ଳବ ର ସଦସ୍ୟ ସମୀର କୁମାର ଜେନା, ଦିଲ୍ଲୀପ ରଣା, ସରୋଜ ସ୍ୱାଇଁ, ସୁବାସ କୁମାର ରଣା, ଭିକି ଭୁଜବଳ, ଅଂଶୁମାନ ମହାପାତ୍ର ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading