ଲକ୍ଷାଧିକ ଟଙ୍କା ଚଳୁ କଲା ତିଗିରିଆ ବନବିଭାଗ ! ବୃକ୍ଷ ରୋପଣରେ ଚଞ୍ଚକତା

Creat A Revolution
           

ତିଗିରିଆ:ତିଗିରିଆ ବ୍ଲକ ଅନ୍ତର୍ଗତ ବାଲିପୁଟ ପଞ୍ଚାୟତ ସ୍ଥିତ ବିରିପୁଟ ଗ୍ରାମ ନିକଟରୁ ଭୋଗଡା ପଞ୍ଚାୟତ ସ୍ଥିତ ଭେଜିଆ ଗ୍ରାମ ପର୍ଯ୍ୟନ୍ତ ଥିବା ରାସ୍ତା ର ଉଭୟ ପାର୍ଶ୍ୱରେ ବନବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ବୃକ୍ଷରୋପଣ କରାଯାଇଛି।କିନ୍ତୁ ବନବିଭାଗ ପକ୍ଷରୁ କରାଯାଇଥିବା ଏହି ବୃକ୍ଷରୋପଣ କାର୍ଯ୍ୟ କୁ ଚଞ୍ଚକତା କରାଯିବା ସହ ଲଗାଯାଇଥିବା ଗଛର ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ଗଛ ମରି ଯାଇଥିବା ଦେଖିବାକୁ ମିଳିଛି।ସୂଚନାଯୋଗ୍ୟ ଯେ ବନବିଭାଗ ପକ୍ଷରୁ ଲଗାଯାଇଥିବା ଫଳକ ରେ ବିରିପୁଟ ଗ୍ରାମରୁ ଭେଜିଆ ପର୍ଯ୍ୟନ୍ତ ରାସ୍ତାରେ ପ୍ରାୟ ୨୫୦୦ ଗଛ ଲଗାଯାଇଥିବା ସୂଚନା ଦିଆଯାଇଛି।

କିନ୍ତୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏତେ ସଂଖ୍ୟକ ଗଛ ଲାଗିନଥିବା ଅଭିଯୋଗ ହେବାସହ ଯେଉଁ ଗଛ ଲଗାଯାଇଛି ବିଭାଗ ପକ୍ଷରୁ କେବଳ ଗଛକୁ ଲଗାଇ ନିଜର କର୍ତ୍ତବ୍ୟ ଶେଷ କରିଦେଇଥିବା ଜଣାପଡିଛି। ଫଳରେ ଅନେକ ଗଛ ମରିଯାଇଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ସରକାରଙ୍କର ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇଥିଲେ ମଧ୍ୟ ଯେଉଁ ଲକ୍ଷ ନେଇ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ତାହା ଫଳପ୍ରଦ ନହେବା ସହ ଲକ୍ଷାଧିକ ଟଙ୍କା ପାଣିରେ ପଡିବାର ସମ୍ଭାବନା ସୃଷ୍ଟି ହୋଇଛି।ତେଣୁ ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ପ୍ରକୃତ ଘଟଣାର ସତ୍ୟାସତ୍ୟକୁ ସାମ୍ାକୁ ଅଣାଯିବା ସହ ଘଟଣାର ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading