ଆଇନଜୀବୀ ଅକ୍ଷୟ କୁମାର ସାହାଣୀଙ୍କ ବିୟୋଗରେ ଶୋକସଭା

Creat A Revolution

ତିଗିରିଆ -: ଆଠଗଡ ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ସାହାଣୀ ଙ୍କ ବିୟୋଗ ରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଆଜି ତିଗିରିଆ ଓକିଲ ସଂଘର ସଭାଗୃହ ରେ ସଦସ୍ୟ ମାନଙ୍କ ଦ୍ୱାରା ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।ଓକିଲ ସଂଘର ସଭାପତି ଆଇନଜୀବୀ ସରୋଜ କୁମାର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ଉପସ୍ଥିତ ସମସ୍ତ ଆଇନଜୀବୀ ଦିବଙ୍ଗତ ଆଇନଜୀବୀ ଙ୍କର ସ୍ମୃତି ଚାରଣ କରିବା ସହ ତାଙ୍କ ସହ ବିତାଇଥିବା ମୁହୂର୍ତ୍ତ ଉପରେ ଆଲୋକପାତ କରିଥିଲେ।ପରେ ଦିବଙ୍ଗତ ଆଇନଜୀବୀ ଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଉପ ସଭାପତି ଆଇନଜୀବୀ ଶ୍ରୀକାନ୍ତ କୁମାର ସାହୁ, ସହ ସମ୍ପାଦକ ଚନ୍ଦ୍ରମଣି ପଣ୍ଡା,ତନ୍ମୟ କୁମାର ମିଶ୍ର, ରଘୁନାଥ ଦାଶ, ସଞ୍ଜୟ କୁମାର ଦାସ, ଶଙ୍କର୍ଷଣ ମହାନ୍ତି, ଇଭ ପଣ୍ଡା,ରାଜଲକ୍ଷ୍ମୀ ସୁଜାତ ସିଂହ, ଅର୍ଚ୍ଚନା ସିଂହ ସାମନ୍ତ,ଆଶୁତୋଷ ମିଶ୍ର, ଶାନ୍ତନୁ କୁମାର ଦାଶ, ମଙ୍ଗଳ କୃଷ୍ଣ ଦାସ,ରବୀନ୍ଦ୍ର କୁମାର ମହାରଣା ପ୍ରମୁଖ ଆଇନଜୀବୀ ଯୋଗଦେଇଥିବା ବେଳେ ସଙ୍ଘ ର ସମ୍ପାଦକ ଆଇନଜୀବୀ ଶରତ ଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!