ସୁନ୍ଦରଗଡ଼ରେ ଭାରତ ବନ୍ଦର ମହାପ୍ରଭାବ : ସବୁଠି ତାଲା

Creat A Revolution
           

ସୁନ୍ଦରଗଡ଼ -: ଅନୁସୂଚିତ ଜାତି ଓ ଜନଜାତିଙ୍କୁ ମିଳୁଥିବା ସଂରକ୍ଷଣରୁ ଲହୁଣି ପରସ୍ତ (କ୍ରିମି ଲେୟାର )ଙ୍କୁ ବାଦ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟର ପ୍ରତିବାଦ କରିଛି ଆଦିବାସୀ ଓ ଦଳିତ ମଞ୍ଚ ସମୂହ। ପ୍ରତିବାଦରେ ସର୍ବ ଭାରତୀୟ ସ୍ତରରେ ଦିଆଯାଇଥିବା ବନ୍ଦ ଡାକରାକ୍ରମେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବନ୍ଦର ମହାପ୍ରଭାବ ଦେଖିବାକୁ ମିଳିଛି। ସକାଳୁ ସକାଳୁ ସୁନ୍ଦରଗଡ଼ ଅନୁସୂଚିତ ଜାତି, ଜନଜାତି ମିଳିତ ମଞ୍ଚର କର୍ମକର୍ତ୍ତା ଓ ଶତାଧିକ ସଦସ୍ୟ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି।

ଜିଲ୍ଲା ସଦର ମହକୁମା ସମେତ ସମଗ୍ର ଜିଲ୍ଲାରେ ବସ୍, ଟ୍ରକ ଆଦି ସମସ୍ତ ପ୍ରକାର ଯାନବାହନ ସେବା ବନ୍ଦ ରହିଥିବାବେଳେ ସ୍କୁଲ କଲେଜ, ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ତାଲା ପଡ଼ିଛି। କେବଳ ଅତ୍ୟାବଶ୍ୟକ ଜରୁରୀ ସେବାକୁ ବାଦ ଦେଲେ ସବୁ କିଛି ବନ୍ଦ ରହିଛି । ସକାଳ ୯ଟାରେ ଡିଆରଡିଏ ଛକରୁ ମିଳିତ ମଞ୍ଚ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ସର୍ବୋଚ୍ଚ ନ୍ୟାୟାଳୟ ରାୟର ପୁନର୍ବିଚାର କରିବାକୁ ଦାବି କରିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading